Shot Dead: ଭୁବନେଶ୍ୱରରେ ଫୁଟିଲା ଗୁଳି, ବମିଖାଲରେ ଯୁବକଙ୍କୁ ହତ୍ୟା
ଭୁବନେଶ୍ୱର: ଭୁବନେଶ୍ୱରରେ ଆଜି ଭୋର ପ୍ରାୟ ତିନିଟା ସମୟରେ ଏକ ଗୁଳିକାଣ୍ଡ ଘଟିଛି।
ଏଥିରେ ଜଣେ ଯୁବକ ଙ୍କ ମୃତ୍ୟୁ ଘଟିଛି। ।
ଲକ୍ଷ୍ମୀସାଗର ଥାନା ଅଧୀନ ବମିଖାଲ ଅଞ୍ଚଳରେ ଘଟିଛି ଗୁଳିକାଣ୍ଡ।
ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ହଳଦୀପଡ଼ିଆର ସୋନୁ ନାୟକଙ୍କ ମୃତ୍ୟୁ ହୋଇଛି।
ଏହି ଘଟଣା ରାଜଧାନୀରେ ପୁଣି ଚାଞ୍ଚଲ୍ୟ ଖେଳାଇଛି ।
Advertisment ସୂଚନା ଅନୁସାରେ, ସୋନୁ ନାୟକ ତାଙ୍କର ୪ ଜଣ ସାଙ୍ଗଙ୍କ ସହ ଏକ ଗାଡ଼ିରେ ରସୁଲଗଡ଼ ପେଟ୍ରୋଲ ପମ୍ପ ଅଭିମୁଖେ ଯାଉଥିଲେ।
ତେବେ ବମିଖାଲ ଅଞ୍ଚଳରେ ପୂର୍ବରୁ ଛକି ରହିଥିଲେ କିଛି ଦୁର୍ବୃତ୍ତ।
ସୋନୁ ଓ ତାଙ୍କ ସାଙ୍ଗମାନେ ସେଠାରେ ପହଞ୍ଚିବା ମାତ୍ରେ ଦୁର୍ବୃତ୍ତମାନେ ସେମାନଙ୍କ ଗାଡ଼ିକୁ ଅଟକାଇଥିଲେ ।
ଏହାପରେ ଅତି ନିକଟରୁ, ପଏଣ୍ଟ ବ୍ଲାଙ୍କ ରେଞ୍ଜରୁ ସୋନୁଙ୍କ ମୁଣ୍ଡକୁ ଗୁଳିମାଡ଼ କରିଥିଲେ ।
ଗୁଳିମାଡ଼ରେ ସୋନୁ ଗୁରୁତର ହୋଇ ଘଟଣାସ୍ଥଳରେ ଟଳି ପଡ଼ିଥିଲେ ।
ହଠାତ୍ ଏଭଳି ଆକ୍ରମଣରେ ସେଠାରେ ଆତଙ୍କ ଖେଳିଯାଇଥିଲା।
ଗୁଳିକାଣ୍ଡ ସମ୍ପର୍କରେ ଖବର ପାଇ ଲକ୍ଷ୍ମୀସାଗର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା।
ପୁଲିସ ସୋନୁଙ୍କୁ ତୁରନ୍ତ ଉଦ୍ଧାର କରି ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲକୁ ନେଇଥିଲା ।
ହେଲେ ସେଠାରେ ଡାକ୍ତର ସୋନୁଙ୍କୁ ମୃତ ଘୋଷଣା କରିଥିଲେ ।
ଆକ୍ରମଣର ପ୍ରକୃତ କାରଣ ଜଣାପଡ଼ିନି ଏହି ଗୁଳିକାଣ୍ଡ ପରେ ବମିଖାଲ ଓ ଆଖପାଖ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି ।
କେଉଁ କାରଣରୁ ସୋନୁଙ୍କୁ ଏଭଳି ହତ୍ୟା କରାଗଲା, ଏହା ପଛରେ ପୂର୍ବ ଶତ୍ରୁତା ରହିଛି ନା ଅନ୍ୟ କୌଣସି କାରଣ, ତାହା ଏବେ ସ୍ପଷ୍ଟ ହୋଇନାହିଁ ।
ଗୁଳିକାଣ୍ଡରେ ସମ୍ପୃକ୍ତ ଦୁର୍ବୃତ୍ତଙ୍କ ପରିଚୟ ଓ ଆକ୍ରମଣର ପ୍ରକୃତ କାରଣ ଜଣାପଡ଼ିବା ବାକି ରହିଛି ।
ତେବେ ଦୁଇଜଣଙ୍କୁ ପୁଲିସ ଅଟକ ରଖି ପଚରାଉଚରା କରୁଛି।
Gadadhar murder case: ୨୦୧୪ ମସିହାର ବହୁଚର୍ଚ୍ଚିତ ଗଦାଧର ହତ୍ୟା ମାମଲା: ୧୨ବର୍ଷ ପରେ ଧରାପଡ଼ିଲା ଅଭିଯୁକ୍ତ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।