SIR scam controversy: ଓଡ଼ିଶାରେ ଏସ୍ଆଇଆର୍ କେଳେଙ୍କାରୀ ଛିଟା: ୧୪୪୮ ଜଣ ନଁା ଯୋଡ଼ିବାକୁ କହିଲେ
ଭୁବନେଶ୍ୱର (ବିଶ୍ବଜିତ ଦାଶ): ଏସ୍ଆଇଆର୍ ପ୍ରକ୍ରିୟାରେ କୌଣସି କାରଣରୁ କଟି ଯାଇଥିବା ଭୋଟରଙ୍କୁ ପୁଣି ତାଲିକାରେ ଯୋଡ଼ିବାକୁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ତିନିଦିନିଆ ସ୍ବତନ୍ତ୍ର ଅଭିଯାନରେ ରାଜ୍ୟରୁ ୧୪୪୮ ଜଣ ନିଜ ନାମ ଯୋ଼ଡ଼ିବାକୁ ଆବେଦନ କରିଛନ୍ତି। ଜଣେ ବି ଯୋଗ୍ୟ ଭୋଟରଙ୍କୁ ତାଲିକାରୁ କେହି ବାଦ୍ ଦେଇପାରିବେ ନାହିଁ। ଏପରିସ୍ଥଳେ ଏତେ ସଂଖ୍ୟକ ଭୋଟରଙ୍କୁ କିଏ କାଟିଥିଲା? ଏହି ସଂଖ୍ୟା ଏତିକି ନା ଆହୁରି ବଢ଼ିବ? ସାନି ନାମ ତାଲିକା ଯୋଡ଼ାଯିବା ସଂପର୍କରେ ଅଧିକ ସଚେତନତା ସୃଷ୍ଟି ଆବଶ୍ୟକ କି? ଏମିତି କିଛି ପ୍ରଶ୍ନକୁ ନେଇ ବୁଦ୍ଧିଜୀବୀ ମହଲରେ ତର୍ଜମା ଆରମ୍ଭ ହୋଇଛି।
Education: ଛାତ୍ରଛାତ୍ରୀଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ୩ ଦିନିଆ କାର୍ଯ୍ୟକ୍ରମ
ରାଜ୍ୟରେ ଏସ୍ଆଇଆର୍ ପ୍ରକ୍ରିୟାରେ ମୋଟ୍ ୨୦,୫୭,୩୩୪ ଜଣ ଭୋଟର କଟିଥିଲେ। କେବଳ ଚିଠା ତାଲିକାରୁ ୪୪,୭୭୭ ଜଣ ଭୋଟର ବାଦ୍ ପଡ଼ିଥିଲେ। ଏବେ ଏସ୍ଆଇଆର୍ କେଳେଙ୍କାରୀ ତନାଘନା ପରେ ଆରମ୍ଭ ହୋଇଥିବା ସ୍ବତନ୍ତ୍ର ଅଭିଯାନ ସମୟରେ ମାତ୍ର ୧୪୪୮ ଜଣ ଭୋଟର ନିଜକୁ ଯୋଗ୍ୟ ବୋଲି ଦାବି କରି ସେମାନଙ୍କ ନାମ ଯୋଡ଼ିବାକୁ ଫର୍ମ-୬ରେ ପୁଣି ଆବେଦନ କରିଛନ୍ତି। ଅକ୍ଟୋବର ୧ ସୁଦ୍ଧା ୧୮ବର୍ଷ ପୂରଣ କରିଥିବା ୩୨,୦୬୭ ଜଣ ନୂଆ ଓ ଯୁବ ଭୋଟର ନାମ ଯୋଡ଼ିବାକୁ ଫର୍ମ-୬ରେ ଆବେଦନ କରିଥିଲେ। ଏହିପରି ରାଜ୍ୟରେ ଆୟୋଜିତ ହୋଇଥିବା ମୋଟ ୨୬,୪୪୬ଟି ଶିବିରରୁ ଏ ପର୍ଯ୍ୟନ୍ତ ୩୩,୫୧୫ଟି ଫର୍ମ-୬ ଆବେଦନ ଗ୍ରହଣ ହୋଇଛି। ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ ଯେପରି ଅଧିକରୁ ଅଧିକ ଲୋକ ଭୋଟର ତାଲିକାରେ ଯୋଡ଼ି ହେବେ ସେଥିପାଇଁ ପ୍ରୟାସ ଜାରି ରହିଛି।
ଅକ୍ଟୋବର ଶେଷ ପର୍ଯ୍ୟନ୍ତ ଚାଲିବ ନାମ ଯୋଡ଼ା ଅଭିଯାନ
V-mart: ଭି-ମାର୍ଟର ସ୍ବତନ୍ତ୍ର ଦୁର୍ଗାପୂଜା କଲେକ୍ସନ୍
କୌଣସି ତ୍ରୁଟି ହୋଇଥିଲେ ସୁଧାର ଅଣାଯାଉଛି। କିନ୍ତୁ ଚୂଡ଼ାନ୍ତ ଭୋଟର ତାଲିକାରେ ସ୍ଥାନ ପାଇନଥିବା ବହୁତ କମ୍ ଭୋଟର ନାମ ଯୋଡ଼ିବାକୁ ଆବେଦନ କରିଛନ୍ତି। ଏହାକୁ ନଜରରେ ରଖି ନିଷ୍ପତ୍ତି ହୋଇଛି ଯେ ଅକ୍ଟୋବର ମାସ ଶେଷ ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନଙ୍କ ଦ୍ୱାରା ଘରକୁ ଘର ପରିଦର୍ଶନ କାର୍ଯ୍ୟ ଜାରି ରହିବ। ଏହି ଅବଧି ମଧ୍ୟରେ ବିଏଲ୍ଓମାନେ ଘରକୁ ଘର ଯାଇ ଯୋଗ୍ୟ ନାଗରିକମାନଙ୍କୁ ଭୋଟର ତାଲିକାରେ ନାମ ପଞ୍ଜୀକରଣ, ନାମ ସାମିଲ ଏବଂ ଆବଶ୍ୟକ ସଂଶୋଧନ ସମ୍ପର୍କରେ ସଚେତନ କରିବେ। ବିଶେଷକରି ଏସ୍ଆଇଆର୍ ସମୟରେ ଭୋଟର ତାଲିକାରେ ନାମ ସାମିଲ ହୋଇ ପାରିନଥିବା ଯୋଗ୍ୟ ନାଗରିକ ଏବଂ ନୂତନ ଭାବେ ଭୋଟର ହେବାକୁ ଯୋଗ୍ୟ ଯୁବକଯୁବତୀମାନଙ୍କୁ ଫର୍ମ-୬ ମାଧ୍ୟମରେ ଆବେଦନ କରିବା ପାଇଁ ଆବଶ୍ୟକ ସହଯୋଗ ଯୋଗାଇ ଦିଆଯିବ। ସୂଚନାଯୋଗ୍ୟ, ରାଜ୍ୟରେ ଏସ୍ଆଇଆର୍ ପ୍ରକ୍ରିୟା ପରେ ମୋଟ ୩,୧୬,୩୨,୭୫୪ ଜଣ ଭୋଟର ଥିବା ସରକାରୀ ଭାବେ କୁହାଯାଇଥିଲା।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।