Weekly Horoscope 2026 October 11 to 17‌: ଜାଣନ୍ତୁ ଏ ସପ୍ତାହର ରାଶିଫଳ...

Oct 11, 2026 - 00:17
Weekly Horoscope 2026 October 11 to 17‌: ଜାଣନ୍ତୁ ଏ ସପ୍ତାହର ରାଶିଫଳ...

"ମେଷ: ରବି, ସୋମ ଓ ମଙ୍ଗଳବାର ପୂର୍ବରୁ କରିଥିବା ନିବେଶରୁ ଲାଭ ପାଇବେ।

ବୁଧ ଓ ଗୁରୁବାର ଜୀବନସାଥୀ ସହିତ ମନୋମାଳିନ୍ୟ ହୋଇପାରେ।

ଶୁକ୍ର ଓ ଶନିବାର ଭାବିଥିବା କାମ ପୂରା ହେବ।Advertisment ବୃଷ: ରବି, ସୋମ ଓ ମଙ୍ଗଳବାର ରଚନାତ୍ମକ କାର୍ଯ୍ୟରେ ସୁନାମ ଅର୍ଜନ କରିବେ।

ବୁଧ ଓ ଗୁରୁବାର ଜୀବନସାଥୀ ସହିତ ଭଲ ସମୟ ଅତିବାହିତ କରିବେ।

ଶୁକ୍ର ଓ ଶନିବାର କାମ କରିବା ସମୟରେ ମନ ଶାନ୍ତ ରଖନ୍ତୁ।

ମିଥୁନ: ରବି, ସୋମ ଓ ମଙ୍ଗଳବାର ଲାଗି ରହିଥିବା ସମସ୍ୟାର ସମାଧାନ ବାହାରିବ।

ବୁଧ ଓ ଗୁରୁବାର କାମରେ ଏକାଗ୍ରତା ଭଙ୍ଗ କରନ୍ତୁନାହିଁ।

ଶୁକ୍ର ଓ ଶନିବାର ଧୀଶକ୍ତି ବଳରେ ବିରୋଧୀମାନଙ୍କୁ ଦୂରେଇ ରଖିବେ।

କର୍କଟ: ରବି, ସୋମ ଓ ମଙ୍ଗଳବାର ପାରିବାରିକ ଜୀବନରେ ସୁଖ ଶାନ୍ତି ଓ ସମୃଦ୍ଧି ବୃଦ୍ଧି ହେବ।

ବୁଧ ଓ ଗୁରୁବାର ବେକାରଙ୍କ ଲାଗି ରୋଜଗାରର ସୁଯୋଗ ଆସିବ।

ଶୁକ୍ର ଓ ଶନିବାର ସ୍ବାସ୍ଥ୍ୟ ପ୍ରତି ସଚେତନ ରହନ୍ତୁ।

ସିଂହ: ରବି, ସୋମ ଓ ମଙ୍ଗଳବାର ନିଜ କାମରେ ଅଧିକ ପୁଞ୍ଜି ଲଗାଇପାରନ୍ତି।

ବୁଧ ଓ ଗୁରୁବାର ଭାଗୀଦାରି କାରବାରରେ ସତର୍କତା ଅବଲମ୍ବନ କରନ୍ତୁ।

ଶୁକ୍ର ଓ ଶନିବାର ମହତ୍ତ୍ବପୂର୍ଣ୍ଣ ବ୍ୟକ୍ତିଙ୍କ ସହିତ ସାକ୍ଷାତ ହୋଇପାରେ।

କନ୍ୟା: ରବି, ସୋମ ଓ ମଙ୍ଗଳବାର କୌଣସି କାମ ପାଇଁ ମସ୍ତିଷ୍କରେ ବୁଦ୍ଧି ଆସିବ।

ବୁଧ ଓ ଗୁରୁବାର କାରବାରରେ ଭାଇର ସହଯୋଗ ପାଇବେ।

ଶୁକ୍ର ଓ ଶନିବାର ପ୍ରେମୀଯୁଗଳ ନିଜର ବିବାଦ ନିଜେ ସମାଧାନ କରନ୍ତୁ।

ତୁଳା: ରବି, ସୋମ ଓ ମଙ୍ଗଳବାର ଆମଦାନି ବୃଦ୍ଧି ଲାଗି ଦିମାକରେ ଯୋଜନା ଆସିବ।

ବୁଧ ଓ ଗୁରୁବାର ବାଣିଜ୍ୟ ଛାତ୍ରଛାତ୍ରୀ ଶିକ୍ଷକଙ୍କର ସହଯୋଗ ପାଇବେ।

ଶୁକ୍ର ଓ ଶନିବାର ସାହିତ୍ୟ ସଙ୍ଗୀତରେ ରୁଚି ବଢ଼ିବ।

ବିଛା: ରବି, ସୋମ ଓ ମଙ୍ଗଳବାର ଖର୍ଚ୍ଚ କମ୍ କରିବାକୁ ଚେଷ୍ଟା କରନ୍ତୁ।

ବୁଧ ଓ ଗୁରୁବାର ନୂଆ ବିଚାରରେ କାମ କରନ୍ତୁ ଲାଭ ହେବ।

ଶୁକ୍ର ଓ ଶନିବାର ପରିବାର ଲୋକଙ୍କ ସହିତ ହସ ଖୁସିରେ ସମୟ ବିତିବ।

ଧନୁ: ରବି, ସୋମ ଓ ମଙ୍ଗଳବାର କୌଣସି ବ୍ୟକ୍ତିଙ୍କ ଠାରୁ ଆଶାଠୁ ଅଧିକ ଲାଭ ପାଇବେ।

ବୁଧ ଓ ଗୁରୁବାର ଅତ୍ୟଧିକ ଆତ୍ମବିଶ୍ବାସ ହାନିକାରକ ହୋଇପାରେ।

ଶୁକ୍ର ଓ ଶନିବାର ଋଣ ଓ ରୋଗରୁ ମୁକ୍ତି ପାଇବେ।

ମକର: ରବି, ସୋମ ଓ ମଙ୍ଗଳବାର ସଭାରେ ଆପଣଙ୍କ କଥାକୁ ଲୋକେ ଧ୍ୟାନଦେଇ ଶୁଣିବେ।

ବୁଧ ଓ ଗୁରୁବାର ଉନ୍ନତି ପାଇଁ ନୂଆ ସାଧନ ପାଇବେ।

ଶୁକ୍ର ଓ ଶନିବାର ଅପବ୍ୟୟ ଉପରେ ନିୟନ୍ତ୍ରଣ ରଖନ୍ତୁ।

କୁମ୍ଭ: ରବି, ସୋମ ଓ ମଙ୍ଗଳବାର ଆର୍ଥିକ ମାମଲାକୁ ନେଇ କୌଣସି ଯୋଜନା କରିବେ।

ବୁଧ ଓ ଗୁରୁବାର ପାରିବାରିକ କାର୍ଯ୍ୟ ଲାଗି ଉପଯୁକ୍ତ ସମୟ।

ଶୁକ୍ର ଓ ଶନିବାର ରାଜନୀତିକ ସଂପର୍କରୁ ଲାଭ ହେବ।

ମୀନ: ରବି, ସୋମ ଓ ମଙ୍ଗଳବାର ଭଲ ବ୍ୟବହାରରେ ଆଖପାଖର ଲୋକ ଖୁସି ରହିବେ।

ବୁଧ ଓ ଗୁରୁବାର ସରକାରୀ ଓ ସାମାଜିକ କାର୍ଯ୍ୟରେ ପ୍ରଗତି ହେବ।

ଶୁକ୍ର ଓ ଶନିବାର କାରବାରରେ ଯଥେଷ୍ଟ ଲାଭ ପାଇବେ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।