SirRaj singh Chouhan: ଯେଉଁମାନେ ରାମଙ୍କୁ ବିରୋଧ କରୁଥିଲେ ସେମାନେ ଶିବଙ୍କ କଥା କହୁଛନ୍ତି
ନୂଆଦିଲ୍ଲୀ: ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ବରେ ଇଣ୍ଡି ମେଣ୍ଟ ଦଳର ସାଂସଦ ଓ ନେତା ସୋମବାର ବାରାଖମ୍ବା ରୋଡରୁ ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ପ୍ରତିବାଦ ଶୋଭାଯାତ୍ରା କରିଥିଲେ। ଏହା ଉପରେ କେନ୍ଦ୍ର ମନ୍ତ୍ରୀ ତଥା ମଧ୍ୟ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ବାନ ତୀବ୍ର ଆକ୍ରମଣ କରିଥିଲେ। ଶିବରାଜ ରାହୁଲଙ୍କ ପ୍ରତିବାଦ ଶୋଭାଯାତ୍ରାକୁ ‘ନାଟକ’ ବୋଲି କହିଥିଲେ।
ଆହୁରି ପଢନ୍ତୁ: protest: ଯନ୍ତରମନ୍ତର ଆଉ ପ୍ରତିବାଦ ସ୍ଥଳ ନୁହେଁ; ଦିଲ୍ଲୀରେ ଆନ୍ଦୋଳନ ପାଇଁ ଅନ୍ୟ ତିନିଟି ସ୍ଥାନ ସ୍ଥିର କଲେ କେନ୍ଦ୍ର ସରକାର
ଶିବରାଜ ଏକ ସାମ୍ବାଦିକ ସମ୍ମିଳନୀ କରି କହିଥିଲେ ଯେ, ଯେଉଁ ଲୋକମାନେ କାଲି ପର୍ଯ୍ୟନ୍ତ ପ୍ରଭୁ ଶ୍ରୀରାମଙ୍କୁ ବିରୋଧ କରୁଥିଲେ ସେମାନେ ଆଜି ଶିବଙ୍କ କଥା କହୁଛନ୍ତି। ଏମାନେ ଅରାଜକତା ସୃଷ୍ଟିକାରୀ ବୋଲି କେନ୍ଦ୍ର ମନ୍ତ୍ରୀ କହିଛନ୍ତି। ବିଜେପି ନେତା କହିଛନ୍ତି, କଂଗ୍ରେସ ନିଜ ପରାଜୟର ଦୋଷ ନିର୍ବାଚନ ଆୟୋଗଙ୍କ ଉପରେ ଲଦୁଛି। ଶିବରାଜ କହିଛନ୍ତି, କଂଗ୍ରେସ ଗତ କିଛି ବର୍ଷ ଧରି ସାମ୍ବିଧାନିକ ଅନୁଷ୍ଠାନଗୁଡ଼ିକ ଉପରେ ଆକ୍ରମଣ କରିଆସୁଛି ଓ ନିଜର ପରାଜୟ ପାଇଁ ସେମାନଙ୍କୁ ଦାୟୀ କରୁଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।