Skeleton: ପରିତ୍ୟକ୍ତ ଘରୁ ଯୁବକଙ୍କ ଝୁଲନ୍ତା ଗଳିତ କଙ୍କାଳ ଉଦ୍ଧାର

Aug 25, 2026 - 11:21
Skeleton: ପରିତ୍ୟକ୍ତ ଘରୁ ଯୁବକଙ୍କ ଝୁଲନ୍ତା ଗଳିତ କଙ୍କାଳ ଉଦ୍ଧାର

"ବାରଙ୍ଗ: ବାରଙ୍ଗ ଥାନା ଗୋଡ଼ିସାହି ଫାଣ୍ଡି ପୁଲିସ ଏକ ପରିତ୍ୟକ୍ତ ଘରୁ ବେକରେ ଦଉଡ଼ି ଦେଇ ଝୁଲିଥିବା ଅବସ୍ଥାରେ ଜଣେ ଯୁବକଙ୍କ ଗଳିତ କଙ୍କାଳ ଉଦ୍ଧାର କରିଛି।

କଙ୍କାଳଟି ଗୋଡିସାହି ଗ୍ରାମର ପଦିଆ ନାଏକଙ୍କର ବୋଲି ଜଣାଯାଇଛି।

ପଦିଆ ନାଏକଙ୍କ ବାପା ଟୁକୁନା ନାଏକ ପୁଅର କଙ୍କାଳକୁ ଚିହ୍ନଟ କରିଛନ୍ତି ।Advertisment ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ସୂଚନାଯୋଗ୍ୟ, ପଦିଆ ନାଏକ ଗତ ୨୮ ତାରିଖରୁ ନିଖୋଜ ଥିଲେ।

ତେବେ ସେ କାହିଁକି ଆତ୍ମହତ୍ୟା କଲେ କି ତାଙ୍କୁ କେହି ହତ୍ୟା କରିଛି, ତାହା ସ୍ପଷ୍ଟ ହୋଇନାହିଁ କି ଏନେଇ ଥାନାରେ ଅଭିଯୋଗ କରାଯାଇନାହିଁ।

ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

Snakebite: ସର୍ପାଘାତରେ ଭାଇ ଭଉଣୀ ମୃତ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।