Skilled Workers: କାରିଗରଙ୍କ ପାଇଁ ବଡ଼ ସୁଯୋଗ, ଆରମ୍ଭ ହେଲା ବିଶ୍ୱକର୍ମା ଶ୍ରମ ସମ୍ମାନ ଯୋଜନା ୨.୦
"ଅଯୋଧ୍ୟା: ଅଯୋଧ୍ୟାରେ ପାରମ୍ପରିକ କାରିଗର ଓ ଶ୍ରମିକଙ୍କୁ ସ୍ୱାବଲମ୍ବୀ କରିବା ଲକ୍ଷ୍ୟରେ ବିଶ୍ୱକର୍ମା ଶ୍ରମ ସମ୍ମାନ ଯୋଜନା ୨.୦ ଆରମ୍ଭ ହୋଇଛି।
ଉତ୍ତରପ୍ରଦେଶର ସୂକ୍ଷ୍ମ, ଲଘୁ ଓ ମଧ୍ୟମ ଉଦ୍ୟୋଗ ଏବଂ ରପ୍ତାନି ପ୍ରୋତ୍ସାହନ ବିଭାଗ ପକ୍ଷରୁ ଏହି ଯୋଜନା ଆରମ୍ଭ କରାଯାଇଛି।
ଚୟନିତ ହିତାଧିକାରୀଙ୍କୁ ୧୦ ଦିନ ପର୍ଯ୍ୟନ୍ତ ମାଗଣା ପ୍ରଶିକ୍ଷଣ ଦିଆଯିବ।Advertisment ପ୍ରଶିକ୍ଷଣ ସମୟରେ ପ୍ରତ୍ୟେକ ହିତାଧିକାରୀଙ୍କୁ ଦିନକୁ ୫୦୦ ଟଙ୍କା ହିସାବରେ ମୋଟ ୫ ହଜାର ଟଙ୍କା ମାନଦେୟ ମିଳିବ।
ଏହି ଟଙ୍କା ସିଧାସଳଖ ବ୍ୟାଙ୍କ ଖାତାକୁ ଡିବିଟି ମାଧ୍ୟମରେ ପଠାଯିବ।
ଏହା ସହ ପ୍ରଶିକ୍ଷଣ ସମୟରେ ମାଗଣା ଖାଦ୍ୟ ଓ ଜଳଖିଆର ବ୍ୟବସ୍ଥା ରହିଛି।
ପ୍ରଶିକ୍ଷଣ ଶେଷ ହେବା ପରେ ୧୫ ହଜାର ଟଙ୍କା ମୂଲ୍ୟ ପର୍ଯ୍ୟନ୍ତ ଉନ୍ନତ ଟୁଲକିଟ୍ ମାଗଣାରେ ଦିଆଯିବ।
ଟୁଲକିଟ୍ ଓ ଋଣ ସୁବିଧା ଯୋଜନାରେ କାରିଗରଙ୍କୁ କୌଶଳ ପ୍ରମାଣପତ୍ର ମଧ୍ୟ ମିଳିବ।
ଏହା ଦ୍ୱାରା ସେମାନଙ୍କ କାମର ମାନ୍ୟତା ବୃଦ୍ଧି ପାଇବା ସହ ବଜାରରେ ଚାହିଦା ବଢ଼ିବାର ସୁଯୋଗ ରହିଛି।
ସ୍ୱରୋଜଗାରକୁ ସହଜ କରିବା ପାଇଁ ଯୋଜନାରେ ମାର୍ଜିନ ମନି ଋଣର ବ୍ୟବସ୍ଥା ମଧ୍ୟ କରାଯାଇଛି।
ବିଶ୍ୱକର୍ମା ଶ୍ରମ ସମ୍ମାନ ଯୋଜନା ୨.୦ରେ ମୋଟ ୨୫ଟି ବ୍ୟବସାୟକୁ ସାମିଲ କରାଯାଇଛି।
ଏଥିରେ ବଢ଼େଇ, ଦରଜି, କୁମ୍ଭାର, ଲୁହାର, ରାଜମିସ୍ତ୍ରୀ, ସୁନାର, ମୋଚି, ମୂର୍ତ୍ତିକାର, ମାଳାକାର ଭଳି ପାରମ୍ପରିକ କାମ ସହ ମୋବାଇଲ୍ ମରାମତି, ଅଟୋମୋବାଇଲ୍ ମରାମତି, କମ୍ପ୍ୟୁଟର ମରାମତି, ସୋଲାର ଇନ୍ଷ୍ଟଲେସନ୍, ଡିଜିଟାଲ ଫଟୋଗ୍ରାଫି ଓ ବ୍ୟୁଟିସିଆନ୍ ଭଳି ଆଧୁନିକ କ୍ଷେତ୍ର ମଧ୍ୟ ରହିଛି।
ସ୍ୱରୋଜଗାର ପାଇଁ ହିତାଧିକାରୀଙ୍କୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସହଜ ଋଣ ଦେବାର ବ୍ୟବସ୍ଥା ରହିଛି।
ସାଧାରଣ ବର୍ଗର ପୁରୁଷଙ୍କ ପାଇଁ ପ୍ରକଳ୍ପ ଖର୍ଚ୍ଚର ୧୦ ପ୍ରତିଶତ ଏବଂ ମହିଳା, ଓବିସି, ଏସ୍ସି, ଏସ୍ଟି, ଦିବ୍ୟାଙ୍ଗ ଓ ପୂର୍ବତନ ସୈନିକଙ୍କ ପାଇଁ ୫ ପ୍ରତିଶତ ମାର୍ଜିନ ମନି ରଖାଯାଇଛି।
ଅବଶିଷ୍ଟ ରାଶିରେ ୧୫ ପ୍ରତିଶତ ମାର୍ଜିନ ମନି ସବସିଡିର ବ୍ୟବସ୍ଥା ରହିଛି।
ମହିଳା ସୁରକ୍ଷାକୁ ସବୁ ଦିଗରୁ ଗୁରୁତ୍ୱ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।