Skull Recovered From Drain: ଧାନ ବିଲରୁ ମିଳିଥିଲା ମୁଣ୍ଡବିହୀନ ମୃତଦେହ, ନାଳରୁ ଖପୁରି ଉଦ୍ଧାର

Nov 08, 2026 - 16:34
Skull Recovered From Drain: ଧାନ ବିଲରୁ ମିଳିଥିଲା ମୁଣ୍ଡବିହୀନ ମୃତଦେହ, ନାଳରୁ ଖପୁରି ଉଦ୍ଧାର

କଳାହାଣ୍ଡିରେ ମୁଣ୍ଡବିହୀନ ମୃତଦେହ ଘଟଣାକୁ ନେଇ ଚାଞ୍ଚଲ୍ୟ।

ଧାନ ବିଲରୁ ମିଳିଥିଲା ଜଣେ ଯୁବକଙ୍କ ମୁଣ୍ଡବିହୀନ ମୃତଦେହ।

ଆଉ ଏବେ ଘଟଣାସ୍ଥଳଠାରୁ ପ୍ରାୟ ୨୦୦ ମିଟର ଦୂର ଏକ ନାଳରୁ ଉଦ୍ଧାର ହୋଇଛି ଖପୁରି।

ତେବେ ଉଦ୍ଧାର ହୋଇଥିବା ଖପୁରିଟି ମୃତ ଯୁବକଙ୍କର ନା ଆଉ କାହାର, ତାକୁ ନେଇ ବଢ଼ିଛି ସନ୍ଦେହ।

Advertisment ଅନ୍ୟପଟେ ହତ୍ୟାକାଣ୍ଡର ରହସ୍ୟ ଖୋଲିବାକୁ ତନାଘନା ଚଳାଇଛି କଳାହାଣ୍ଡି ପୋଲିସ।

କୋକସରା ଥାନା ଲଡୁଗାଁ-ସୁପାଡ଼ ରାସ୍ତା ନିକଟ ଏକ ଧାନ ବିଲରୁ ଗତ ଗୁରୁବାର ଜଣେ ଯୁବକଙ୍କ ମୁଣ୍ଡବିହୀନ ମୃତଦେହ ଠାବ ହୋଇଥିଲା।

ମୃତକ ଲଡୁଗାଁ ଗ୍ରାମର ରାଜୁ ବାଗ ବୋଲି ପ୍ରାଥମିକ ସୂଚନା ମିଳିଥିଲା।

ତେବେ ଆଜି ଧର୍ମଗଡ଼ ଉପଖଣ୍ଡ ଏସଡିପିଓଙ୍କ ନେତୃତ୍ୱରେ ପୋଲିସ ଟିମ୍ ଘଟଣାସ୍ଥଳରେ ତଦନ୍ତ କରିବା ସମୟରେ ମୃତଦେହ ମିଳିଥିବା ସ୍ଥାନଠାରୁ ପ୍ରାୟ ୨୦୦ ମିଟର ଦୂର ଏକ ନାଳରୁ ଖପୁରି ଉଦ୍ଧାର କରିଛି।

କିନ୍ତୁ ଏହି ଖପୁରିଟି ମୃତକ ରାଜୁ ବାଗଙ୍କର କି ନୁହେଁ, ସେନେଇ ପୋଲିସ ପକ୍ଷରୁ ଏଯାଏଁ କୌଣସି ସ୍ପଷ୍ଟୀକରଣ ମିଳିନାହିଁ।

Advertisment ଫଳରେ ଘଟଣାକୁ ନେଇ ଆହୁରି ରହସ୍ୟ ଘନୀଭୂତ ହୋଇଛି।

ଅନ୍ୟପଟେ ପରିବାର ପକ୍ଷରୁ ହତ୍ୟା ଅଭିଯୋଗ ପରେ ଗତ ତିନି ଦିନ ଧରି ତଦନ୍ତ ଜାରି ରଖିଛି କଳାହାଣ୍ଡି ପୋଲିସ।

କିଏ ଏବଂ କେଉଁ କାରଣରୁ ଏଭଳି ଜଘନ୍ୟ ହତ୍ୟାକାଣ୍ଡ ଘଟାଇଛି, ସେନେଇ ବିଭିନ୍ନ ଦିଗକୁ ନେଇ ତଦନ୍ତ ଚଳାଇଛି ପୋଲିସ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।