Sleep Competition: ଏମିତି ବି ମିଳେ ଟଙ୍କା! ଶୋଇବା ପ୍ରତିଯୋଗିତାରେ ଜିତିଲେ ୯ ଲକ୍ଷ ସହ ବିଦେଶ ବୁଲିବା ଟିକେଟ୍

Nov 08, 2026 - 13:01
Sleep Competition: ଏମିତି ବି ମିଳେ ଟଙ୍କା! ଶୋଇବା ପ୍ରତିଯୋଗିତାରେ ଜିତିଲେ ୯ ଲକ୍ଷ ସହ ବିଦେଶ ବୁଲିବା ଟିକେଟ୍

ଶୋଇ ଶୋଇ ହୋଇଗଲେ ଲକ୍ଷପତି।

୬୦ ଦିନ ଶୋଇଲେ ୯ ଲକ୍ଷ ଜିତିଲେ।

ଆପଣ ବି ଶୋଇ ଶୋଇ ମାଲେମାଲ୍ ହୋଇପାରିବେ ।

ନା ଅଫିସ ଯିବାର ଟେନସନ ଥିବ, ନା ଘଣ୍ଟା ଘଣ୍ଟା କମ୍ପ୍ୟୁଟର ସାମ୍ନାରେ ବସିବାକୁ ପଡିବ ।

କଥାଟି ଶୁଣିବାକୁ ଅଜବ ଲାଗୁଥିଲେ ବି ପୂରାପୂରି ସତ ।

ମୁମ୍ବାଇର ଜିନିୟା ଚାଟାର୍ଜୀ ଶୋଇ ଶୋଇ ଜିତି ଯାଇଛନ୍ତି ୯ ଲକ୍ଷ ୬୦ ହଜାର ଟଙ୍କା ।

ସେ ଶୋଇବାର ସବୁ ରେକର୍ଡ ଭାଙ୍ଗି ଦେଇଛନ୍ତି ।

ୱେକ୍‌ ଫିଟ୍ ପକ୍ଷରୁ ଆୟୋଜିତ 'ସ୍ଲିପ୍ ଇଣ୍ଟର୍ନସିପ୍'ର ପଞ୍ଚମ ସିଜନ୍‌ରେ ଜିନିୟା ବିଜୟୀ ହୋଇ ୯ ଲକ୍ଷ ଟଙ୍କା ସହ ମାଗଣା ବିଦେଶ ଭ୍ରମଣର ଟିକେଟ୍ ଜିତିଛନ୍ତି ।

Advertisment ଦୁଇ ମାସର ଏହି 'ଶୋଇବା' ପ୍ରତିଯୋଗିତାରେ ସାରା ଦେଶରୁ ୨ ଲକ୍ଷରୁ ଅଧିକ ଲୋକ ଆବେଦନ କରିଥିଲେ ।

ସେମାନଙ୍କ ମଧ୍ୟରୁ ୧୦ ଜଣଙ୍କୁ ଚୟନ କରାଯାଇଥିଲା ।

ପ୍ରତିଯୋଗୀଙ୍କ ପାଇଁ ନିୟମ ଥିଲା ଖୁବ୍ ସହଜ ।

ନିୟମିତ ଭାବେ ପର୍ଯ୍ୟାପ୍ତ ସମୟ ଶୋଇବା, ନିଜର ଦିନଚର୍ଯ୍ୟା ପାଳନ କରିବା ଓ ପ୍ରତି ସପ୍ତାହରେ ଦିଆଯାଉଥିବା ମଜାଦାର ଚ୍ୟାଲେଞ୍ଜ ପୂରଣ କରିବା ।

୬୦ ଦିନ ଧରି ପ୍ରତିଯୋଗୀମାନେ ଠିକ୍ ସମୟରେ ଶୋଇବା ଅଭ୍ୟାସକୁ ଭଲ ଭାବେ ପାଳନ କରି ନିଜର ସ୍ଲିପ୍ ସ୍କୋର୍ ବଢ଼ାଇବାକୁ ଉଦ୍ୟମ କରିଥିଲେ ।

ସେମାନଙ୍କୁ 'ଅଣ୍ଡରକଭର ସ୍ଲିପ୍ ମିଶନ', 'ସ୍ଲିପ୍ ବିଙ୍ଗୋ' ଓ 'ସ୍ଲିପ୍ ସିନେମା' ଭଳି ଟାସ୍କ ଦିଆଯାଉଥିଲା ।

ଏଥିରେ ସେମାନଙ୍କ କ୍ରିଏଟିଭିଟିକୁ ଯାଞ୍ଚ କରାଯାଉଥିଲା ।

'ସ୍ଲିପ୍ ସିନେମା' ଟାସ୍କରେ ପ୍ରତିଯୋଗୀମାନେ ଲୋକପ୍ରିୟ ଫିଲ୍ମର ଦୃଶ୍ୟକୁ ମଜାଦାର ଢଙ୍ଗରେ ଅଭିନୟ କରୁଥିଲେ ।

'ଅଣ୍ଡରକଭର୍ ସ୍ଲିପ୍ ମିଶନ୍'ରେ ଅନ୍ୟ ସହ କଥା ହେବାବେଳେ ସାମ୍ନା ଲୋକ ନଜାଣିବା ପାଇଁ କମ୍ବଳ ଓ ତକିଆ ଶବ୍ଦକୁ ୧୦ ଥର ବ୍ୟବହାର କରିବାକୁ ହେଉଥିଲା ।

ପ୍ରତି ସପ୍ତାହର ଶ୍ରେଷ୍ଠ ପ୍ରତିଯୋଗୀଙ୍କୁ ମିଳୁଥିଲା 'ପ୍ରୋ ସ୍ଲିପର ଅଫ୍ ଦ ୱିକ୍' ଟାଇଟଲ୍।

ପ୍ରତିଯୋଗିତାର ଶେଷ ରାତିର ପ୍ରତିଯୋଗୀମାନଙ୍କର ନିଦର ଗୁଣବତ୍ତା ଓ ସ୍ଲିପ୍ ସ୍କୋର୍ ମପା ଯାଇଥିଲା ।

ଶୋଇବାର ସଠିକ୍ ସମୟ, ନିଦ୍ରାର ଗଭୀରତା ଓ ସବୁଠୁ ଅଧିକ ସ୍ଲିପ୍ ସ୍କୋର ଆଧାରରେ ଜିନିୟା ବିଜେତା ହୋଇ ୯.୬ ଲକ୍ଷ ଟଙ୍କାର ପୁରସ୍କାର ନିଜ ନାଁରେ କରିଥିଲେ ।

Advertisment

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।