Balangir Robbery Case: ଘର ଭଡ଼ା ଦେଇ ଫସିଗଲେ ମାଲିକ! ଭଡ଼ାଟିଆ ସାଜିଲା ଲୁଟେରା

Nov 08, 2026 - 13:01
Balangir Robbery Case: ଘର ଭଡ଼ା ଦେଇ ଫସିଗଲେ ମାଲିକ! ଭଡ଼ାଟିଆ ସାଜିଲା ଲୁଟେରା

ଘର ଭଡ଼ାରେ ଦେଉଥିଲେ ସାବଧାନ!

ଏ କଥା ନଜାଣିଲେ ଘରେ ବୁଲିଯିବ କଳାକନା।

ଏମିତି ଲୁଟିବେ ଅକଲ ଗୁଡୁମ୍ ହୋଇଯିବ।

ଯାହାକୁ ଭରସା କରି ଘରେ ରଖିଥିଲେ, ସିଏ ହିଁ ମାଲିକଙ୍କ ଘରେ ଲୁଟ୍‌ର ବ୍ଲୁପ୍ରିଣ୍ଟ ତିଆରି କଲା।

ନିଜେ ରହୁଥିବା ଘରକୁ ଟାର୍ଗେଟ୍ କରି ବୁଲାଇଦେଲା କଳାକନା।

ଏଭଳି ଏକ ଘଟଣା ବଲାଙ୍ଗିରରେ ଚାଞ୍ଚଲ୍ୟ ଖେଳାଇଛି।

ତେଣୁ ଘର ମାଲିକ ହୋଇଯାଆନ୍ତୁ ସାବଧାନ।

ଏହି ଗ୍ୟାଙ୍ଗର ସର୍ଦ୍ଦାର ଚିତ୍ତରଞ୍ଜନ ଧରୁଆ।

ପରିଚୟ ଜଣେ କୁଖ୍ୟାତ ଭଡ଼ାଟିଏ।

ଗତ ଡିସେମ୍ବରରୁ ସେ ନିଜ ସ୍ତ୍ରୀ ସହ ବଲାଙ୍ଗିର ସୀତାରାମ ନଗରର ଅନନ୍ତ ମିଶ୍ରଙ୍କ ଘରେ ଭଡ଼ାରେ ରହୁଥିଲା।

ଆଉ ପ୍ଲାନ କରି ମାଲିକ ଘରେ ବୁଲାଇ ଦେଇଥିଲା କଳାକନା ।

ମାଲିକ ଅନନ୍ତ ମିଶ୍ର ନିଜ ବୟସ୍କା ବଡ଼ ଭଉଣୀ ପୁଷ୍ପାଞ୍ଜଳିଙ୍କ ସହ ସୀତାରାମ ନଗରର ରୁହନ୍ତି।

ସେ ପ୍ରତିଦିନ ଚାକିରି ପାଇଁ ଲୋଇସିଂହା ଯାଉଥିବା ବେଳେ ଘରେ ଏକା ରହୁଥିଲେ ପୁଷ୍ପାଞ୍ଜଳି।

ଏହି କଥାକୁ ଭଲ ଭାବେ ଲକ୍ଷ୍ୟ କରିଥିଲା ଚିତ୍ତରଞ୍ଜନ।

ଘର ମାଲିକ ସୋଲାର ପ୍ୟାନେଲ୍ ଲଗାଇବାକୁ ଯୋଜନା କରୁଥିବା ଜାଣିବା ପରେ, ଏହାକୁ ଲୁଟ୍‌ର ମାଧ୍ୟମ କରିଥିଲା।

ଯୋଜନା ଅନୁସାରେ, ଗତ ୩୦ ତାରିଖ ଦିନ ପ୍ରାୟ ୧୨ଟାରେ ତିନି ଜଣ ସାଥୀ ସୋଲାର ପ୍ୟାନେଲ୍ ଲଗାଇବାକୁ ଆସିଥିବା କହି ଘରେ ପଶିଥିଲେ।

କବାଟ ଖୋଲିବା ମାତ୍ରେ ପୁଷ୍ପାଞ୍ଜଳିଙ୍କୁ ଶୌଚାଳୟ ଭିତରେ ବନ୍ଦ କରି ମାଡ଼ ମାରିବା ସହ ଲୁଟ୍‌ କରି ଫେରାର ହୋଇଯାଇଥିଲେ।

ଘଟଣାର ତଦନ୍ତ କରି ସପ୍ତାହକ ମଧ୍ୟରେ ପୂରା ଗ୍ୟାଙ୍ଗକୁ ଧରିଛି ବଲାଙ୍ଗିର ପୋଲିସ।

ଏବେ ଏହି ଘଟଣା ପରେ ଘର ଭଡ଼ା ଦେବାକୁ ନେଇ ଘର ମାଲିକଙ୍କୁ ସତର୍କ କରିଛି ପୋଲିସ।

କାରଣ ଅଜଣା ଲୋକଙ୍କୁ ଭରସା କରି ଘର ଭଡ଼ା ଦେବା ଯେ କେତେ ମହଙ୍ଗା ପଡ଼ିପାରେ ତାହା ଏହି ଘଟଣା ବୟାନ କରୁଛି ।

Advertisment

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।