Special Diwali Kits for Flood Victims: ବନ୍ୟା ବିପନ୍ନଙ୍କ ସହ ଦୀପାବଳି ପାଳିବ ଗଞ୍ଜାମ ଜିଲ୍ଲା ପ୍ରଶାସନ
ବନ୍ୟା କ୍ଷତିଗ୍ରସ୍ତଙ୍କ ସହ ଚଳିତଥର ଦୀପାବଳି ପାଳନ କରୁଛି ଗଞ୍ଜାମ ଜିଲ୍ଲା ପ୍ରଶାସନ।
ବିପନ୍ନଙ୍କ ଘରେ ଘରେ ଜଳିବ ସହାନୁଭୂତିର ଦୀପ।
ଏଥିପାଇଁ ପ୍ରସ୍ତୁତ ହୋଇଛି ସ୍ୱତନ୍ତ୍ର 'ଦୀପାବଳି କିଟ୍'।
ବନ୍ୟାର କରାଳ ରୂପ ଯେଉଁଠି ଲୋକଙ୍କ ହସ ଓ ଆନନ୍ଦ ଛଡ଼ାଇ ନେଇଥିଲା, ସେଠାରେ ପୁଣି ଖୁସିର ଆଲୋକ ଜାଳିବାକୁ ଆଗେଇ ଆସିଛି ଗଞ୍ଜାମ ଜିଲ୍ଲା ପ୍ରଶାସନ।
Advertisment ବନ୍ୟା ବିପନ୍ନମାନେ ଯେପରି ଏହି ଦୁର୍ଦ୍ଦିନରେ ନିଜକୁ ଏକାକୀ ମନେ ନ କରନ୍ତି, ସେଥିପାଇଁ ପ୍ରଶାସନ ପକ୍ଷରୁ ଏକ ମାନବିକ ପଦକ୍ଷେପ ନିଆଯାଇଛି।
ଦୀପାବଳିରେ ଜିଲ୍ଲାର ବନ୍ୟା ପ୍ରଭାବିତ ଅଞ୍ଚଳକୁ ସ୍ଥାନୀୟ ପ୍ରଶାସନିକ ଅଧିକାରୀମାନେ ଯାଇ ଲୋକଙ୍କ ସହ ପର୍ବ ପାଳନ କରିବେ।
ଏଥିପାଇଁ ବିପନ୍ନ ପରିବାରଗୁଡ଼ିକୁ ପ୍ରଶାସନ ପକ୍ଷରୁ ଦୀପ, ସଳିତା, ମିଠା, ଶାଢ଼ି ସମେତ ବିଭିନ୍ନ ସାମଗ୍ରୀ ଥିବା ଏକ ସ୍ୱତନ୍ତ୍ର 'ଦୀପାବଳି କିଟ୍' ବଣ୍ଟନ କରାଯିବ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।