Snake Bites Former MLA Anshuman Mohanty: ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତିଙ୍କୁ କାମୁଡ଼ିଲା ସାପ, ବନ୍ୟାଞ୍ଚଳରେ ବୁଲିବା ବେଳେ ଅଘଟଣ

Aug 20, 2026 - 17:55
Snake Bites Former MLA Anshuman Mohanty: ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତିଙ୍କୁ କାମୁଡ଼ିଲା ସାପ, ବନ୍ୟାଞ୍ଚଳରେ ବୁଲିବା ବେଳେ ଅଘଟଣ

ପୂର୍ବତନ ବିଧାୟକଙ୍କୁ କାମୁଡ଼ିଲା ସାପ। ରାଜନଗରର ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତିଙ୍କୁ ସାପ କାମୁଡ଼ିଥିବା ସୂଚନା ମିଳିଛି। ବନ୍ୟା ସ୍ଥିତି ସମୀକ୍ଷା ବେଳେ ମଣ୍ଡପଡ଼ାରେ ଅଂଶୁମାନଙ୍କୁ ସାପ କାମୁଡ଼ି ଦେଇଥିଲା। ସାପ କାମୁଡ଼ିବା ପରେ ତୁରନ୍ତ ଅଂଶୁମାନଙ୍କୁ ରାଜନଗର ମେଡିକାଲରେ ଭର୍ତ୍ତି କରାଯାଇଛି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡ଼ିଛି ।

ବ୍ରାହ୍ମଣୀ ନଦୀରେ ବନ୍ୟା ଯୋଗୁଁ ରାଜନଗର ନିର୍ବାଚନମଣ୍ଡଳୀର ଅନେକ ଗାଁ ଜଳବନ୍ଦୀ ହୋଇଥିବା ବେଳେ ଲକ୍ଷାଧିକ ଲୋକ ପ୍ରଭାବିତ ହୋଇଛନ୍ତି । ବନ୍ୟା ବିପନ୍ନଙ୍କୁ ଭେଟିବାକୁ ଗାଁକୁ ଗାଁ ବୁଲୁଥିବା ବେଳେ ଅଂଶୁମାନଙ୍କ ସହ ଏହି ଅଘଟଣ ଘଟିଛି । 

ପୂର୍ବତନ ବିଧାୟକଙ୍କୁ କାମୁଡ଼ିଲା ସାପ

ରାଜନଗରର ପୂର୍ବତନ ବିଧାୟକଙ୍କୁ କାମୁଡ଼ିଲା ସାପ
ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତିଙ୍କୁ କାମୁଡ଼ିଲା ସାପ
ବନ୍ୟା ସ୍ଥିତି ସମୀକ୍ଷା ବେଳେ ମଣ୍ଡପଡ଼ାରେ କାମୁଡିଲା ସାପ
ରାଜନଗର ହସ୍ପିଟାଲରେ ଭର୍ତ୍ତି, ସ୍ବାସ୍ଥ୍ୟାବସ୍ଥା ସ୍ଥିର ସୂଚନା

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।