Solar Eclipse Positive Impact: କାଲି ସୂର୍ଯ୍ୟପରାଗ; ବଦଳିଯିବ ୪ ରାଶିଙ୍କ ଭାଗ୍ୟ, ଖୋଲିବ କ୍ୟାରିୟରର ନୂଆ ଦ୍ୱାର

Aug 11, 2026 - 18:47
Solar Eclipse Positive Impact: କାଲି ସୂର୍ଯ୍ୟପରାଗ; ବଦଳିଯିବ ୪ ରାଶିଙ୍କ ଭାଗ୍ୟ, ଖୋଲିବ କ୍ୟାରିୟରର ନୂଆ ଦ୍ୱାର

ଚଳିତ ବର୍ଷର ଶେଷ ସୂର୍ଯ୍ୟପରାଗ ଅଗଷ୍ଟ ୧୨ ତାରିଖ(solar eclipse 2026), ବୁଧବାର ଦିନ ଘଟିବ। ଜ୍ୟୋତିଷ ମତାନୁସାରେ, କର୍କଟ ରାଶିରେ( ରାଶିଫଳ) ଘଟିବାକୁ ଥିବା ଏହି ସୂର୍ଯ୍ୟପରାଗ ସମୟରେ ଏକାଧିକ ଗ୍ରହର ସ୍ଥିତି ଯୋଗୁଁ ବିଶେଷ ଯୋଗ ସୃଷ୍ଟିହେବ। ଏହାର ପ୍ରଭାବ ୧୨ଟି ରାଶି ଉପରେ ପଡ଼ିବ ବୋଲି ଜ୍ୟୋତିଷମାନେ ମତ ଦେଇଛନ୍ତି। ତେବେ କିଛି ରାଶିଙ୍କ ପାଇଁ ଏହି ସମୟ ଅଧିକ ଶୁଭ ହୋଇପାରେ ବୋଲି ଜ୍ୟୋତିଷ ଗଣନା କହୁଛି।

ଜ୍ୟୋତିଷ ମତ ଅନୁସାରେ, ଗ୍ରହଣ ସମୟରେ କର୍କଟ ରାଶିରେ ସୂର୍ଯ୍ୟ, ବୁଧ, ଗୁରୁ ଓ ଚନ୍ଦ୍ରମାଙ୍କ ଉପସ୍ଥିତି ଯୋଗୁଁ ଚତୁର୍ଗ୍ରହୀ ଯୋଗ ଗଠନ ହେବ। ସେହିପରି ସୂର୍ଯ୍ୟ ଓ ବୁଧଙ୍କ ଯୁତିରୁ ବୁଧାଦିତ୍ୟ ଯୋଗ, ଗୁରୁ ଓ ଚନ୍ଦ୍ରମାଙ୍କ ଯୁତିରୁ ଗଜକେସରୀ ଯୋଗ ଗଠନ ହେବ ବୋଲି କୁହାଯାଉଛି।

ଜ୍ୟୋତିଷଙ୍କ(Astrology | Zodiac Signs) ମତ ଅନୁସାରେ, ଏହି ସୂର୍ଯ୍ୟଗ୍ରହଣର ଶୁଭ ପ୍ରଭାବ ମେଷ, ସିଂହ, କନ୍ୟା ଓ ମୀନ ରାଶି ଉପରେ ପଡ଼ିପାରେ। ବିଶେଷକରି କ୍ୟାରିୟର, ଚାକିରି ଓ ବ୍ୟବସାୟ କ୍ଷେତ୍ରରେ ନୂଆ ସୁଯୋଗ ମିଳିବାର ସମ୍ଭାବନା ରହିବ ବୋଲି ଜ୍ୟୋତିଷ ଆକଳନ କରାଯାଇଛି।

https://otvkhabar.in/astrospeak-horoscope/weekly-horoscope-from-22nd-september-2025-to-28th-september-2025/22-09-2025-155713

ମେଷ ରାଶି

ମେଷ ରାଶିର ଲୋକଙ୍କ ପାଇଁ ଏହି ସୂର୍ଯ୍ୟଗ୍ରହଣ କ୍ୟାରିୟରରେ ନୂଆ ଦ୍ୱାର ଖୋଲିପାରେ ବୋଲି ଜ୍ୟୋତିଷ ମତ ରହିଛି। ନୂଆ ସୁଯୋଗ ସହ ନୂଆ ଦାୟିତ୍ୱ ମିଳିପାରେ। ଚାକିରି କ୍ଷେତ୍ରରେ ଉନ୍ନତି ସହ ବ୍ୟବସାୟୀମାନଙ୍କୁ ନୂଆ ଡିଲ୍ ମିଳିବାର ସମ୍ଭାବନା ରହିଛି। ଜମି, ଘର କିମ୍ବା ଗାଡ଼ି ଭଳି ସମ୍ପତ୍ତି ସମ୍ବନ୍ଧୀୟ ଲାଭର ଯୋଗ ଥିବା ମଧ୍ୟ କୁହାଯାଇଛି। ନିବେଶ କରିବା ପୂର୍ବରୁ ତଥାପି ଭଲଭାବେ ବିଚାର କରିବା ଜରୁରୀ।

ସିଂହ ରାଶି

ସିଂହ ରାଶିର ସ୍ୱାମୀ ହେଉଛନ୍ତି ସୂର୍ଯ୍ୟ। ତେଣୁ ଜ୍ୟୋତିଷ ଦୃଷ୍ଟିରୁ ଏହି ଗ୍ରହଣ ସିଂହ ରାଶିଙ୍କ ପାଇଁ ବିଶେଷ ମହତ୍ତ୍ୱ ରଖୁଛି। ଅଟକି ରହିଥିବା କାମ ଆଗକୁ ବଢ଼ିପାରେ। କ୍ୟାରିୟରରେ ନୂଆ ସୁଯୋଗ ମିଳିବା ସହ ନୂଆ କାମ ଆରମ୍ଭ କରିବାକୁ ଚାହୁଁଥିବା ଲୋକଙ୍କୁ ସଫଳତା ମିଳିପାରେ ବୋଲି ଆକଳନ କରାଯାଇଛି। ବିଶେଷକରି ଗ୍ରହଣ ପରେର ୧୫ ଦିନ ଗୁରୁତ୍ୱପୂର୍ଣ୍ଣ ରହିପାରେ।

କନ୍ୟା ରାଶି

କନ୍ୟା ରାଶି ପାଇଁ ମଧ୍ୟ ଏହି ସୂର୍ଯ୍ୟଗ୍ରହଣ ନୂଆ ସୁଯୋଗ ନେଇ ଆସିପାରେ ବୋଲି ଜ୍ୟୋତିଷ ମତ ରହିଛି। ଚାକିରି ଖୋଜୁଥିବା ଲୋକେ ନୂଆ ସୁଯୋଗ ପାଇପାରନ୍ତି। ଇଣ୍ଟରଭ୍ୟୁ ଓ ନୂଆ ଚାକିରି ସମ୍ବନ୍ଧୀୟ ଖବର ମିଳିବାର ସମ୍ଭାବନା ରହିଛି। ତେବେ ଆର୍ଥିକ ଲାଭ ପାଇଁ ପରିଶ୍ରମ କରିବାକୁ ପଡ଼ିବ। ହଠାତ୍ ଧନଲାଭ ଆଶା ନକରି ନିବେଶ କରିବା ପୂର୍ବରୁ ଭଲଭାବେ ତଥ୍ୟ ଯାଞ୍ଚ କରିବା ଉଚିତ ବୋଲି କୁହାଯାଇଛି।

ମୀନ ରାଶି

ମୀନ ରାଶିର ଲୋକଙ୍କ କ୍ୟାରିୟରରେ ସୃଜନଶୀଳତା ବଢ଼ିପାରେ। ଚାକିରି ଓ ବ୍ୟବସାୟ କ୍ଷେତ୍ରରେ ନିଜ ପସନ୍ଦ ଅନୁଯାୟୀ ଫଳ ମିଳିବାର ଆଶା ରହିଛି। ତେବେ କ୍ୟାରିୟରକୁ ନେଇ କିଛିଟା ଉଦାସୀନତା ଦେଖାଦେଇପାରେ। ବ୍ୟକ୍ତିଗତ ଜୀବନରେ ମଧ୍ୟ ନୂଆ ଖୁସି ଆସିପାରେ ବୋଲି ଜ୍ୟୋତିଷ ଆକଳନ କରାଯାଇଛି। ଅବିବାହିତଙ୍କ ପାଇଁ ବିବାହ ପ୍ରସ୍ତାବ ଆସିବାର ସମ୍ଭାବନା ଥିବା କୁହାଯାଇଛି।
ଗ୍ରହଣ ପରେ ୧୫ ଦିନ ଗୁରୁତ୍ୱପୂର୍ଣ୍ଣ!

ଜ୍ୟୋତିଷ ଗଣନା ଅନୁସାରେ, ଏହି ୪ ରାଶିର ଲୋକଙ୍କ ପାଇଁ ସୂର୍ଯ୍ୟଗ୍ରହଣ ପରେର ୧୫ ଦିନ ବିଶେଷ ମହତ୍ତ୍ୱ ରଖିପାରେ। ଏହି ସମୟରେ ଚାକିରି, ବ୍ୟବସାୟ, ନୂଆ କାମ ଓ ଅନ୍ୟାନ୍ୟ କ୍ଷେତ୍ରରେ ସୁଯୋଗ ମିଳିପାରେ ବୋଲି ଜ୍ୟୋତିଷୀୟ ମତ ରହିଛି।

(ତେବେ ଏସବୁ ଜ୍ୟୋତିଷୀୟ ଆକଳନ ଓ ବିଶ୍ୱାସ ଉପରେ ଆଧାରିତ; ଏହାକୁ ବୈଜ୍ଞାନିକ ଭବିଷ୍ୟବାଣୀ ଭାବେ ନେବା ଉଚିତ ନୁହେଁ।)

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।