Sonam Wangchuk: ରାଜନୈତିକ ବ୍ୟବସ୍ଥାରେ ସଂସ୍କାର ପାଇଁ ଦ୍ବିତୀୟ ସ୍ବାଧୀନତା ଆନ୍ଦୋଳନ ସପକ୍ଷରେ ମତ ଦେଲେ ୱାଙ୍ଗଚୁକ୍‌

Aug 14, 2026 - 12:26
Sonam Wangchuk: ରାଜନୈତିକ ବ୍ୟବସ୍ଥାରେ ସଂସ୍କାର ପାଇଁ ଦ୍ବିତୀୟ ସ୍ବାଧୀନତା ଆନ୍ଦୋଳନ ସପକ୍ଷରେ ମତ ଦେଲେ ୱାଙ୍ଗଚୁକ୍‌

"ନୂଆଦିଲ୍ଲୀ: ଶିକ୍ଷାବିତ୍‌ ତଥା ସାମାଜିକ କର୍ମୀ ସୋନମ ୱାଙ୍ଗଚୁକ୍ ଭାରତରେ ଦ୍ୱିତୀୟ ସ୍ୱାଧୀନତା ଆନ୍ଦୋଳନ ପାଇଁ ଆହ୍ୱାନ ଦେଇଛନ୍ତି, ଯଦ୍ୱାରା ଦେଶ ତାର ନେତାମାନଙ୍କୁ ବାଛିବାରେ ମାନସିକତାରେ ପରିବର୍ତ୍ତନ ଆଣିପାରିବ।

ସେ ନାଗରିକମାନଙ୍କୁ ନିଃସ୍ୱାର୍ଥପର, ନିର୍ଭୀକ ଚରିତ୍ରର ଲୋକଙ୍କୁ ନେତା ଭାବେ ବାଛିବାକୁ ପରାମର୍ଶ ଦେଇଛନ୍ତି ,ଯେଉଁମାନେ ଭାରତର ଭବିଷ୍ୟତ ଗଠନ କରିବାରେ ସାହାଯ୍ୟ କରିପାରିବେ।

ଭାରତର ମୁଣ୍ଡପିଛା ଆୟକୁ ଉଦ୍ଧୃତ କରି ୱାଙ୍ଗଚୁକ୍ କହିଛନ୍ତି ଯେ, ଯଦି ବର୍ତ୍ତମାନର ପରିସ୍ଥିତି ଜାରି ରହେ, ତେବେ ଭାରତ ୨୦୪୭ ସୁଦ୍ଧା ଏକ ବିକଶିତ ରାଷ୍ଟ୍ର ହୋଇପାରିବ ନାହିଁ।Advertisment ସାଂସଦଙ୍କ ବିରୋଧରେ ଫୌଜଦାରୀ ମାମଲା ୱାଙ୍ଗଚୁକ୍‌ଙ୍କ ଅନୁଯାୟୀ, ଶ୍ରୀଲଙ୍କା ଓ ବାଂଲାଦେଶ ଭଳି ଦେଶଗୁଡ଼ିକ ଭାରତକୁ ପଛରେ ପକାଇ ସାରିଛନ୍ତି।

ସଠିକ୍ ନେତୃତ୍ୱ ବାଛିବା ପାଇଁ ଦେଶକୁ ଏକ ଶାନ୍ତିପୂର୍ଣ୍ଣ ବିପ୍ଳବର ଆବଶ୍ୟକତା ଅଛି।

ୱାଙ୍ଗଚକ୍‌ ଗୁରୁବାର ବିଳମ୍ବିତ ରାତିରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯେଉଁଥିରେ ସେ କହିଛନ୍ତି ଯେ, ଗତ କିଛି ଦିନ ଧରି ତାଙ୍କର ଦେହ ଭଲ ନଥିଲା।

ଏହି ସମୟ ମଧ୍ୟରେ ସେ ଦେଶ ଓ ଏହାର ଭବିଷ୍ୟତ ବିଷୟରେ ବହୁତ ଚିନ୍ତା କରିଥିଲେ।

ସେ ନିର୍ବାଚିତ ପ୍ରତିନିଧିମାନଙ୍କ ବିରୋଧରେ ଆପରାଧିକ ମାମଲା ଉପରେ ଆଲୋକପାତ କରି କହିଥିଲେ ଯେ, ଭାରତର ପ୍ରାୟ ଅଧା ସାଂସଦଙ୍କ ବିରୋଧରେ ଫୌଜଦାରୀ ମାମଲା ରହିଛି।

ଏକ ତୃତୀୟାଂଶଙ୍କ ବିରୋଧରେ ହତ୍ୟା, ଦୁଷ୍କର୍ମ ଓ ଅପହରଣ ଭଳି ଗମ୍ଭୀର ଅଭିଯୋଗ ରହିଛି।

Air India: ୪ ସେକେଣ୍ଡ ପାଇଁ ନିୟନ୍ତ୍ରଣରେ ନଥିଲା ଏୟାର ଇଣ୍ଡିଆ ଫୁକେଟ୍‌-ଦିଲ୍ଲୀ ବିମାନ ୱାଙ୍ଗଚୁକ୍‌ କହିଛନ୍ତି ଯେ, ଏଥିଯୋଗୁ ଦେଶରେ "ବିଶ୍ୱାସର ଅଭାବ" ବଢ଼ୁଛି।

ୱାଙ୍ଗଚୁକ୍ କହିଛନ୍ତି ଯେ, ସେ ଭାରତର କିଛି "ଶ୍ରେଷ୍ଠ ଚିନ୍ତନଶୀଳ ବ୍ୟକ୍ତି"ଙ୍କ ସହିତ ପରାମର୍ଶ କରି କ"ଣ ପରିବର୍ତ୍ତନ ଆଣିବା ଆବଶ୍ୟକ ଓ ଏପରି ପରିବର୍ତ୍ତନ କିପରି ଅଣାଯାଇପାରିବ ସେ ବିଷୟରେ ଚିନ୍ତା କରିବାକୁ ଚାହାଁନ୍ତି।

ତଥାପି ସେ ଗୁରୁତ୍ୱାରୋପ କରିଥିଲେ ଯେ, ଆଲୋଚନା କେବଳ ବୁଦ୍ଧିଜୀବୀମାନଙ୍କ ମଧ୍ୟରେ ସୀମିତ ହେବା ଉଚିତ୍ ନୁହେଁ।

ରାଜନୈତିକ ବ୍ୟବସ୍ଥାରେ ସଂସ୍କାର ଆଣିବା ପାଇଁ ନିଃସ୍ୱାର୍ଥପର, ନିର୍ଭୀକ ଚରିତ୍ରର ମହିଳା ଓ ପୁରୁଷଙ୍କୁ ସାମିଲ ହେବାକୁ ପରାମର୍ଶ ଦେଇଛନ୍ତି।

ଲଦାଖରେ ରହୁଥିବା ୱାଙ୍ଗଚୁକ୍ ସ୍ୱୀକାର କରିଛନ୍ତି ଯେ, ସେ ଜାଣନ୍ତି ନାହିଁ ଯେ ଏପରି ଲୋକ ସାରା ଦେଶରେ କେଉଁଠାରେ ମିଳିପାରିବେ ଓ ସେମାନଙ୍କୁ ଚିହ୍ନଟ କରିବାରେ ଜନସାଧାରଣଙ୍କ ସାହାଯ୍ୟ ଲୋଡ଼ିଛନ୍ତି।

ସେ ଲୋକମାନଙ୍କୁ ନିଜ ଅଞ୍ଚଳରୁ ଅତି କମ୍‌ରେ ଏପରି ଜଣେ ବ୍ୟକ୍ତିଙ୍କ ନାଁର ପ୍ରସ୍ତାବ ଦେବାକୁ କହିଛନ୍ତି।

ଆମେ ଏକାଠି ଶାନ୍ତିପୂର୍ଣ୍ଣ ଭାବେ ଭାରତରେ ଦ୍ୱିତୀୟ ସ୍ୱାଧୀନତା ଆନ୍ଦୋଳନ ଆରମ୍ଭ କରିପାରିବା ବୋଲି ୱାଙ୍ଗଚୁକ୍‌ କହିଛନ୍ତି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।