Sourav Ganguly Begins New IPL Chapter: ଦାଦାଙ୍କ ନୂଆ ଇନିଂସ୍, ଦିଲ୍ଲୀକୁ ପ୍ରଥମ ଆଇପିଏଲ୍ ଟ୍ରଫି ଦେବା ଲକ୍ଷ୍ୟ
ଆଇପିଏଲ୍ ୨୦୨୭ରେ ଦିଲ୍ଲୀ କ୍ୟାପିଟାଲ୍ସର ମୁଖ୍ୟ କୋଚ୍ ହେବେ ସୌରଭ ଗାଙ୍ଗୁଲି । ପ୍ରଥମଥର ପାଇଁ ଆଇପିଏଲ୍ ଫ୍ରାଞ୍ଚାଇଜିର ହେଡ୍ କୋଚ୍ ଦାୟିତ୍ୱ ନେବେ ଭାରତର ପୂର୍ବତନ ଅଧିନାୟକ । ଦିଲ୍ଲୀ ସହ ଗାଙ୍ଗୁଲିଙ୍କ ସମ୍ପର୍କ ନୂଆ ନୁହେଁ । ପୂର୍ବରୁ ସେ ଦଳର ଡାଇରେକ୍ଟର ଅଫ୍ କ୍ରିକେଟ୍ ଓ ମେଣ୍ଟର ଭାବେ କାମ କରିଛନ୍ତି । ଏବେ ‘ଦାଦା’ଙ୍କ ନେତୃତ୍ୱରେ ପ୍ରଥମ ଆଇପିଏଲ୍ ଟ୍ରଫି ଜିତିବାକୁ ଲକ୍ଷ୍ୟ ରଖିବ ଦିଲ୍ଲୀ ।
ଗାଙ୍ଗୁଲିଙ୍କ ସହ କୋଚିଂ ଟିମ୍ରେ ଯୁବରାଜ ସିଂହ ବ୍ୟାଟିଂ କୋଚ୍, ଚାମିଣ୍ଡା ଭାସ୍ ଫାଷ୍ଟ ବୋଲିଂ କୋଚ୍ ଏବଂ ଅମିତ ମିଶ୍ରା ସ୍ପିନ୍ ବୋଲିଂ କୋଚ୍ ଭାବେ ରହିବେ । ଏପଟେ ୨୦୨୭ ସିଜନ୍ରେ ଦିଲ୍ଲୀର ପୁଅ ଋଷଭ ପନ୍ତ ମଧ୍ୟ ଦଳକୁ ଫେରିବେ । ତେଣୁ ‘ଦାଦା’ ଓ ପନ୍ତଙ୍କ ଯୋଡ଼ି ଦିଲ୍ଲୀକୁ ପ୍ରଥମ ଆଇପିଏଲ୍ ଟ୍ରଫି ଦେଇପାରିବ କି ? ଏବେ ସମସ୍ତଙ୍କ ନଜର ତା’ ଉପରେ ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।