South Africa: ଦକ୍ଷିଣ ଆଫ୍ରିକା ଭାରତରୁ ନିଜ ଉଚ୍ଚାୟୁକ୍ତଙ୍କୁ ପ୍ରତ୍ୟାହାର କଲା...

Aug 07, 2026 - 16:32
South Africa: ଦକ୍ଷିଣ ଆଫ୍ରିକା ଭାରତରୁ ନିଜ ଉଚ୍ଚାୟୁକ୍ତଙ୍କୁ ପ୍ରତ୍ୟାହାର କଲା...

"ନୂଆଦିଲ୍ଲୀ, ୭/୮: ଦକ୍ଷିଣ ଆଫ୍ରିକା ଭାରତରେ ଅବସ୍ଥାପିତ ଏହାର ଉଚ୍ଚାୟୁକ୍ତ ଅନିଲ ସୁକଲାଲଙ୍କୁ ଫେରାଇ ନେଇଛି।

ଦକ୍ଷିଣ ଆଫ୍ରିକାର ପୂର୍ବତନ ରାଷ୍ଟ୍ରପତି ଜାକବ ଜୁମା ଓ ରାଜନୈତିକ ଦୁର୍ନୀତି ଅଭିଯୁକ୍ତ ଅଜୟ ଗୁପ୍ତାଙ୍କୁ ହରିଦ୍ବାରରେ ଏକ ବୈଠକରେ ସାକ୍ଷାତ କରିଥିବା ଜଣାପଡ଼ିଛି।

ଏହି କାରଣରୁ ଦକ୍ଷିଣ ଆଫ୍ରିକା ସରକାର ଏହି ପଦକ୍ଷେପ ନେଇଛନ୍ତି।

ଜୁନ୍ ୨୬ ତାରିଖରେ ହରିଦ୍ୱାରର ଏକ ମନ୍ଦିରରେ ଏକ ସମାରୋହରେ ଅଜୟ ଗୁପ୍ତା ଓ ସୁକଲାଲଙ୍କ ସହିତ ଜୁମାଙ୍କ ଫଟୋ ପ୍ରକାଶ ପାଇବାର କିଛି ସପ୍ତାହ ପରେ ଦକ୍ଷିଣ ଆଫ୍ରିକାର ବୈଦେଶିକ ମନ୍ତ୍ରୀ ରୋନାଲ୍ଡ ଲାମୋଲା ଏହି ପଦକ୍ଷେପ ଘୋଷଣା କରିଥିଲେ।

Advertisment ଆହୁରି ପଢ଼ନ୍ତୁ- Bus Truck Accident: ଲକ୍ଷ୍ମୀ ବସ୍–ଟ୍ରକ୍ ମୁହାଁମୁହିଁ ଧକ୍କା: ଚାଳକଙ୍କ ସମେତ ୬ ଯାତ୍ରୀ ଆହତ ଦକ୍ଷିଣ ଆଫ୍ରିକାର ଦୀର୍ଘ ସମୟ ଧରି ବ୍ରିକ୍ସ ଶେର୍ପା ଥିଲେ ସୁକଲାଲ ଦକ୍ଷିଣ ଆଫ୍ରିକାରେ ଗୁପ୍ତା ଭ୍ରାତାଙ୍କ ବ୍ୟବସାୟିକ କାର୍ଯ୍ୟକୁ ସମର୍ଥନ କରିବାର ଅଭିଯୋଗର ସମ୍ମୁଖୀନ ହୋଇଥିବା ଜୁମା ଜୁନ୍ ମାସରେ ବ୍ୟକ୍ତିଗତ ଭାବରେ ଭାରତ ଗସ୍ତ କରିଥିଲେ।

ସୁକଲାଲ ୧୯୯୫ ମସିହାରେ ବୈଦେଶିକ ମନ୍ତ୍ରଣାଳୟରେ ଯୋଗ ଦେଇଥିଲେ ଓ ଦକ୍ଷିଣ ଆଫ୍ରିକାର ସବୁଠାରୁ ଦୀର୍ଘ ସମୟ ଧରି ବ୍ରିକ୍ସ ଶେର୍ପା ଥିଲେ।

କୂଟନୀତିରେ ତାଙ୍କ ଅବଦାନ ପାଇଁ ତାଙ୍କୁ ୨୦୧୯ ମସିହାରେ ପ୍ରବାସୀ ଭାରତୀୟ ସମ୍ମାନ ପ୍ରଦାନ କରାଯାଇଥିଲା।

ସେ ୨୦୦୬-୨୦୧୨ ମଧ୍ୟରେ ଦକ୍ଷିଣ ଆଫ୍ରିକାର ଜି୨୦ ଶେର୍ପା ଓ ୟୁରୋପୀୟ ସଂଘ ଏବଂ ବେଲଜିୟମରେ ରାଷ୍ଟ୍ରଦୂତ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ।

୨୦୨୪ ଜୁନରେ ଭାରତରେ ଉଚ୍ଚାୟୁକ୍ତ ଭାବରେ ନିଯୁକ୍ତ ହୋଇଥିଲେ।

ଆହୁରି ପଢ଼ନ୍ତୁ- National Handloom Day: ସାଂସ୍କୃତିକ ପରିଚୟ ସଂରକ୍ଷଣରେ ଓଡ଼ିଶାର ବୁଣାକାରମାନଙ୍କ ଅବଦାନ ପ୍ରଶଂସନୀୟ: ରାଜ୍ୟପାଳ ସୂଚନାଯୋଗ୍ୟ, ଗୁପ୍ତା ଭାଇଙ୍କ ପ୍ରସଙ୍ଗ ଦକ୍ଷିଣ ଆଫ୍ରିକାରେ ଏକ ସମ୍ବେଦନଶୀଳ ବିଷୟ ହୋଇ ରହିଛି କାରଣ ସେମାନେ ୨୦୦୯ ରୁ ୨୦୧୮ ପର୍ଯ୍ୟନ୍ତ ରାଷ୍ଟ୍ରପତି ଥିବା ଜୁମାଙ୍କ ସହ ସେମାନଙ୍କର ସମ୍ପର୍କକୁ ବ୍ୟବହାର କରି ଚୁକ୍ତିନାମା ଜିତିବା, କ୍ୟାବିନେଟ ନିଯୁକ୍ତିକୁ ପ୍ରଭାବିତ କରିବା ତଥା ଦେଶରେ ପାଣ୍ଠି ହଡ଼ପ କରିବାର ଅଭିଯୋଗ ହୋଇଥିଲା।

ଉଭୟ ଜୁମା ଓ ଗୁପ୍ତା ପରିବାର ସମସ୍ତ ଭୁଲକୁ ଅସ୍ୱୀକାର କରିଛନ୍ତି।

୨୦୧୮ରେ ଜୁମାଙ୍କୁ ଗାଦିଚ୍ୟୁତ କରାଯିବା ପରେ ଭାରତରେ ଜନ୍ମିତ ଗୁପ୍ତା ଭାଇ ଦକ୍ଷିଣ ଆଫ୍ରିକା ଛାଡ଼ି ଚାଲି ଯାଇଥିଲେ।

ଅଧିକ ଦେଖନ୍ତୁ- "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।