SP Officer’s Driver ‘ଛିନତାଇ ଏକ୍ସପର୍ଟ’ ଏସ୍ପିଙ୍କ ଗାଡ଼ିଚାଳକ! ଅପରାହ୍ଣ ୪ଟାରେ ଆରମ୍ଭ କରୁଥିଲା ଅଭିଯାନ
ଭୁବନେଶ୍ବର(ସୁରଯ ମଲ୍ଲିକ): ରାଜ୍ୟର ଅପରାଧ ରେକର୍ଡ ବ୍ୟୁରୋ (ଏସ୍ସିଆର୍ବି)ର ଜଣେ ଏସ୍ପି ପାହ୍ୟାର ଅଧିକାରୀଙ୍କ ଗାଡ଼ି ଚାଳକ 'ଛିନତାଇ ଏକ୍ସପର୍ଟ'!
ଛିନତାଇ ଏକ୍ସପର୍ଟ ଶୁଣି ଅନେକ ଭାବୁଥିବେ ସେ ଛିନତାଇ ଭଳି ଏକ ନିୟମିତ ଅପରାଧ ଓ ଅପରାଧୀଙ୍କୁ ଧରିବାରେ କୁଶଳୀ ହୋଇଥିବେ, କିନ୍ତୁ ବାସ୍ତବରେ କଥାଟି ଠିକ୍ ଓଲଟା।
ଚାଳକଜଣକ ଛିନତାଇ କରିବାରେ ପୋଖତ ଥିଲେ।
ଗତକାଲି (ଗୁରୁବାର) ରାଜଧାନୀ ଭୁବନେଶ୍ବରରେ ଛିନତାଇ କରି ଧରାପଡ଼ିଥିଲେ।
ଆଜି ଏହି ଘଟଣାର ତଦନ୍ତରେ ଅନେକ ରହସ୍ୟ ପଦାକୁ ଆସିଛି।
ଛିନତାଇରେ ସାଧାରଣ ଲୋକ ଛାଡ଼ନ୍ତୁ ମାଜିଷ୍ଟ୍ରେଟ୍ ମଧ୍ୟ ରକ୍ଷା ପାଇପାରିନାହାନ୍ତି।
Advertisment Crime: ଭଦ୍ରକ ଦିନ ଦ୍ୱିପ୍ରହରରେ ମହିଳାଙ୍କ ବେକରୁ ସୁନା ଚେନ୍ ଲୁଟ୍ ମାମଲାର ତଦନ୍ତ କରୁଥିବା ନୂଆପଲ୍ଲୀ ପୁଲିସ ତଦନ୍ତରେ ଗିରଫ ପୁଲିସ ଡ୍ରାଇଭର ପ୍ରିୟବ୍ରତ ଜେନା ବିଗତ ୮ମାସରେ ୭ଟି ଛିନ୍ତାଇ କରିଥିବା ଜଣାପଡ଼ିଛି।
ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ପ୍ରିୟବ୍ରତର ଲୁଟ୍ର ଶିକାର ହୋଇଛନ୍ତି ଛତ୍ରପୁରର ଏକ୍ଜିକ୍ୟୁଟିଭ୍ ମାଜିଷ୍ଟ୍ରେଟ୍ ସୁର୍ଜିତା ବେହେରା।
ସେ ଅକ୍ଟୋବର ୨୪ତାରିଖରେ କାମ ସାରି ଶତାବ୍ଦୀନଗରସ୍ଥିତ ବାସଭବନକୁ ଫେରିଥିଲେ।
ତାଙ୍କ ଗାଡ଼ି ଘର ଗେଟ୍ ଭିତରକୁ ପଶିବା ମାତ୍ରେ ପୂର୍ବରୁ ତାଙ୍କୁ ପିଛା କରି ଆସିଥିବା ପ୍ରିୟବ୍ରତ ତାଙ୍କ ହତା ପରିସରକୁ ପଶିଥିଲା।
ଶ୍ରୀମତୀ ବେହେରାଙ୍କ ସୁନାଚେନ୍ ଝାମ୍ପିନେଇ ସ୍କୁଟିରେ ଚମ୍ପଟ୍ ମାରିଥିଲା।
ପରେ ଶ୍ରୀମତୀ ବେହେରା ତାଙ୍କ ଘରର ସିସିଟିଭି ଫୁଟେଜ୍ ସହ ଏତଲା ନେଇ ଖଣ୍ଡଗିରି ଥାନାରେ ଅଭିଯୋଗ କରିଥିଲେ।
ଅଭିଯୁକ୍ତ ପ୍ରିୟବ୍ରତର ଛିନତାଇ କରିବାର ଦମ୍ଭ ଦେଖିଲେ ଯେତିକି ଆଶ୍ଚର୍ଯ୍ୟ ତା'ର ଛିନ୍ତାଇ କରିବାର ଶୈଳୀ କଥା ଶୁଣିଲେ ସେତିକି ରୋମାଞ୍ଚକର ମଧ୍ୟ।
ପୁଲିସ ତଦନ୍ତରୁ ଜଣାପଡ଼ିଛି ଯେ ପ୍ରିୟବ୍ରତ ଅପରାହ୍ନ ପ୍ରାୟ ୪ଟା ବେଳେ ଘରୁ ବାହାରୁଥିଲା ।
ଏକୁଟିଆ ମହିଳାଙ୍କୁ ଦେଖି ଟାର୍ଗେଟ୍ କରୁଥିଲା।
ବିଭିନ୍ନ ଛକ ବଜାରରେ ମହିଳାଙ୍କ ଗତିବିଧିକୁ ଦେଖି ରେକି କରିବା ପରେ ଲୁଟ୍ କରିବା ପାଇଁ ଉପଯୁକ୍ତ ସମୟକୁ ଅପେକ୍ଷା କରୁଥିଲା।
ମହିଳା ବଜାରରୁ ଘରକୁ ଫେରିବା ବାଟରେ ନଚେତ ଘର ନିକଟରେ ପହଞ୍ଚିବା ପରେ ପିଛା କରି ଆସୁଥିବା ପ୍ରିୟବ୍ରତ ହଠାତ୍ ଚେନ୍ ଝାମ୍ପି ଚମ୍ପଟ୍ ମାରୁଥିଲା।
ଫଳରେ ତାକୁ ଧରିବା ଏବଂ ତା' ବାବଦରେ ସୂଚନା ଦେବା ଅଭିଯୋଗକାରୀଙ୍କ ପକ୍ଷରେ ସମ୍ଭବ ହେଉନଥିଲା।
ଅଳଙ୍କାର ଲୁଟିବା ପରେ ସେମାନେ ଏହାକୁ ପୁଲିସର ଦୃଷ୍ଟି ଏଡ଼ାଇବାକୁ ବିକ୍ରି ନକରି ବନ୍ଧା ପକାଇ ଟଙ୍କା ଆଣୁଥିଲେ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।