Spain: ୧.୫ ଲକ୍ଷ କିଲୋ ଟମାଟୋରେ ଲାଲ୍ ହେଲା ସ୍ପେନ୍ର ସହର, ଧୁମ୍ଧାମରେ ପାଳିତ ହେଲା ‘ଲା ଟୋମାଟିନା’ ଉତ୍ସବ
"ସ୍ପେନ୍: ସ୍ପେନ୍ର ବୁନୋଲ୍ ସହରରେ ପୁଣିଥରେ ଜମିଛି ବିଶ୍ୱପ୍ରସିଦ୍ଧ "ଲା ଟୋମାଟିନା" ଉତ୍ସବ।
ଅଗଷ୍ଟ ୨୬ରେ ଆୟୋଜିତ ଏହି ଅଜବ ଓ ରୋମାଞ୍ଚକର ଉତ୍ସବରେ ହଜାର ହଜାର ଲୋକ ପରସ୍ପରକୁ ଟମାଟୋ ଫିଙ୍ଗି ଆନନ୍ଦ ନେଇଥିଲେ।
ଚଳିତ ବର୍ଷ ପ୍ରାୟ ୨୨ ହଜାର ଲୋକ ଏଥିରେ ସାମିଲ ହୋଇଥିବାବେଳେ, ପ୍ରାୟ ୧.୫ ଲକ୍ଷ କିଲୋଗ୍ରାମ ଟମାଟୋ ବ୍ୟବହାର ହୋଇଛି।
ଉତ୍ସବ ଆରମ୍ଭ ହେବା ପରେ ଟମାଟୋ ଭର୍ତ୍ତି ଟ୍ରକ୍ଗୁଡ଼ିକ ସହରର ରାସ୍ତାରେ ପହଞ୍ଚିଥିଲା।
ଏହାପରେ ଆରମ୍ଭ ହୋଇଥିଲା ଟମାଟୋ ଫିଙ୍ଗାଫିଙ୍ଗି।
ଲୋକମାନେ ଟମାଟୋକୁ ହାତରେ ଚକଟି ପରସ୍ପର ଉପରକୁ ଫିଙ୍ଗିଥିଲେ।
ଏହି ମଜାଦାର "ଯୁଦ୍ଧ" ପ୍ରାୟ ଏକ ଘଣ୍ଟା ଧରି ଚାଲିଥିଲା ଏବଂ ଏହା ପରେ ସମଗ୍ର ଅଞ୍ଚଳ ଟମାଟୋ ରସରେ ଲାଲ୍ ହୋଇଯାଇଥିଲା।
Advertisment ଉତ୍ସବରେ ଅଂଶଗ୍ରହଣ ପାଇଁ ରହିଛି କିଛି ସୁରକ୍ଷା ନିୟମ "ଲା ଟୋମାଟିନା"ର ଇତିହାସ ମଧ୍ୟ ବେଶ୍ ରୋଚକ।
ଏହି ପରମ୍ପରାର ଆରମ୍ଭ ୧୯୪୫ ମସିହାରେ ଏକ ଅପ୍ରତ୍ୟାଶିତ ଟମାଟୋ ଫିଙ୍ଗାଫିଙ୍ଗି ଘଟଣାରୁ ହୋଇଥିବା କୁହାଯାଏ।
ପରବର୍ତ୍ତୀ ସମୟରେ ଏହା ଧୀରେ ଧୀରେ ଏକ ବଡ଼ ଉତ୍ସବର ରୂପ ନେଇଥିଲା ଏବଂ ଆଜି ଏହା ସ୍ପେନ୍ର ଏକ ପରିଚିତ ଆନ୍ତର୍ଜାତୀୟ ପର୍ଯ୍ୟଟନ ଆକର୍ଷଣ ପାଲଟିଛି।
ଏହି ଉତ୍ସବରେ ଅଂଶଗ୍ରହଣ ପାଇଁ କିଛି ସୁରକ୍ଷା ନିୟମ ମଧ୍ୟ ରହିଛି।
ଟମାଟୋକୁ ଫିଙ୍ଗିବା ପୂର୍ବରୁ ଚକଟି ଦେବାକୁ କୁହାଯାଏ, ଯାହାଦ୍ୱାରା କାହାକୁ ଗୁରୁତର ଆଘାତ ନଲାଗେ।
ଅନେକ ଅଂଶଗ୍ରହଣକାରୀ ଆଖିର ସୁରକ୍ଷା ପାଇଁ ଗଗଲ୍ସ ମଧ୍ୟ ପିନ୍ଧିଥିଲେ।
ଚଳିତ ବର୍ଷ ଉତ୍ସବରେ ସୁରକ୍ଷା ସହିତ ଦିବ୍ୟାଙ୍ଗଙ୍କ ପାଇଁ ଅଧିକ ସୁବିଧା ମଧ୍ୟ ଯୋଗ କରାଯାଇଥିଲା।
ଉତ୍ସବ ଶେଷ ହେବା ପରେ ବୁନୋଲ୍ର ରାସ୍ତାଗୁଡ଼ିକ ଟମାଟୋ ରସରେ ଭିଜି ଯାଇଥିଲା।
ପରେ ସ୍ଥାନୀୟ ସଫେଇ କର୍ମଚାରୀ ଓ ଅନ୍ୟମାନଙ୍କ ସହଯୋଗରେ ରାସ୍ତାଗୁଡ଼ିକୁ ପାଣିରେ ସଫା କରାଯାଇଥିଲା।
ଏକ ଘଣ୍ଟାର ଏହି ଅଭିନବ ଉତ୍ସବ ଶେଷରେ ବୁନୋଲ୍ ପୁଣି ସାଧାରଣ ରୂପକୁ ଫେରିଥିଲା।
ପିଲାମାନଙ୍କୁ ସୁରକ୍ଷିତ ରଖିବା ସେତେବେଳେ ମୋର ପ୍ରଥମ କର୍ତ୍ତବ୍ୟ ଥିଲା "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।