Special Rituals and Divine Decorations Attract Devotees: ପବିତ୍ର ମହାନବମୀରେ ଚଳଚଞ୍ଚଳ ପୂଜା ମଣ୍ଡପ, ମା’ଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼
ଆଜି ମହାମାୟାଙ୍କ ମହାନବମୀ। ମା’ଙ୍କ ଆରାଧନା, ଘଣ୍ଟଘଣ୍ଟା ଓ ମନ୍ତ୍ରୋଚ୍ଚାରଣରେ ମୁଖରିତ ପୂଜା ମଣ୍ଡପ। ସବୁଠି ଭକ୍ତିମୟ ପରିବେଶ। ଆଜି ଶକ୍ତି ପୀଠରେ ମା’ଙ୍କ ବିଜୟାଦଶମୀ ପୂଜା। ଅନ୍ୟପଟେ ମଣ୍ଡପରେ ମା’ଙ୍କ ମହାନବମୀ ପାଇଁ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେଉଛି। ମା’ଙ୍କ ଦର୍ଶନ ଓ ଆଶୀର୍ବାଦ ପାଇଁ ସବୁଠି ଶ୍ରଦ୍ଧାଳୁଙ୍କ ଭିଡ଼। ଆସ୍ଥା, ବିଶ୍ୱାସ ଓ ପରମ୍ପରାର ମହାମିଳନରେ ଭକ୍ତିରେ ଭିଜୁଛି ପୂରା ପରିବେଶ।
ଆକର୍ଷଣୀୟ ସାଜସଜ୍ଜା ସାଙ୍ଗକୁ ମା’ଙ୍କ ଦିବ୍ୟ ରୂପ ଟାଣି ଆଣୁଛି ଶ୍ରଦ୍ଧାଳୁଙ୍କୁ। ପବିତ୍ର ମହାନବମୀରେ ପୂଜା ମଣ୍ଡରେ ସ୍ୱତନ୍ତ୍ର ରୀତିନୀତିରେ ଚାଲିଛି ମା’ଙ୍କ ଆରାଧନା। ମନ୍ତ୍ରୋଚ୍ଚାରଣ, ବାଦ୍ୟ ଓ ଘଣ୍ଟଘଣ୍ଟାର ଧ୍ୱନିରେ ସବୁଠି ସୃଷ୍ଟି ହେଉଛି ଆଧ୍ୟାତ୍ମିକ ପରିବେଶ। ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦୃଷ୍ଟିରେ ରଖି ପୂଜା କମିଟି ଓ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଶୃଙ୍ଖଳିତ ଦର୍ଶନ ସହ ଶାନ୍ତିପୂର୍ଣ୍ଣ ଭାବେ ପୂଜା ସମ୍ପନ୍ନ କରିବାକୁ ରହିଛି ବିଶେଷ ଗୁରୁତ୍ୱ।...
ଆଜି ଶକ୍ତିପୀଠରେ ବିଜୟାଦଶମୀ
ମହାନବମୀ ପୂଜାରେ ମୁଖରିତ ପୂଜା ମଣ୍ଡପ
ମନ୍ତ୍ରୋଚ୍ଚାରଣ, ଘଣ୍ଟଘଣ୍ଟା ଓ ବାଦ୍ୟରେ କମ୍ପୁଛି ପୂଜା ମଣ୍ଡପ
ମା’ଙ୍କ ଦର୍ଶନ ପାଇଁ ଶକ୍ତିପୀଠ ଓ ମଣ୍ଡପରେ ଶ୍ରଦ୍ଧାଳୁଙ୍କ ଭିଡ଼
ଦିବ୍ୟ ରୂପରେ ଦର୍ଶନ ଦେଉଛନ୍ତି ମା’ ଜଗତଜନନୀ
ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରଶାସନର ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।