Squash: ସ୍କ୍ବାସ୍‌ରୁ ୩ ପଦକ ପକ୍କା

Sep 25, 2026 - 15:42
Squash: ସ୍କ୍ବାସ୍‌ରୁ ୩ ପଦକ ପକ୍କା

"ନାଗୋୟା: ଚଳିତ ଏସୀୟ କ୍ରୀଡ଼ାରେ ଭାରତୀୟ ସ୍କ୍ବାସ୍‌ ଖେଳାଳି ୩ ପଦକ ପକ୍କା କରିଛନ୍ତି।

ଜ୍ୟୋତ୍ସ୍ନା ଚିନାପ୍ପା-ଭେଲାଭାନ ସେନ୍ଥିଲକୁମାର ମିଶ୍ରିତ ଯୁଗଳ, ଅନାହାତ ସିଂହ ଓ ଅଭୟ ସିଂହ ଏକକ ସେମିଫାଇନାଲ୍‌ରେ ପହଞ୍ଚି ଅତିକମ୍‌ରେ କାଂସ୍ୟ ପଦକ ନିଶ୍ଚିତ କରିଛନ୍ତି।

ଶୁକ୍ରବାର ମିଶ୍ରିତ ଯୁଗଳ କ୍ବାର୍ଟରଫାଇନାଲ୍‌ରେ ରେକର୍ଡ ସପ୍ତମ ଏସୀୟ କ୍ରୀଡ଼ାରେ ଅଂଶଗ୍ରହଣ କରିଥିବା ଜ୍ୟୋତ୍ସ୍ନା ଓ ତାଙ୍କ ସାଥୀ ଭେଲାଭାନ ୧୧-୩, ୧୧-୫ରେ ଫିଲିପାଇନ୍ସର ଡେଭିଡ୍‌ ପେଲିନୋ ଓ ଜେମିକା ଆରିବାଡ଼ୋଙ୍କୁ ହରାଇଥିଲେ।

ଶନିବାର ‌ଏହି ଭାରତୀୟ ଯୋଡ଼ି ସେମିଫାଇନାଲ୍‌ରେ ହଂକଂର ୟୋ କା ଲି ଓ ମିଙ୍ଗ ହଙ୍ଗ ଟାଙ୍ଗଙ୍କୁ ଭେଟିବେ।

୪୦ ବର୍ଷୀୟା ଜ୍ୟୋତ୍ସ୍ନା ଏସୀୟ କ୍ରୀଡ଼ାରେ ୨ ରୌପ୍ୟ ଓ ୩ କାଂସ୍ୟ ପଦକ ଜିତି ସାରିଛନ୍ତି।

ଏବେ ସେ ୨୮ ବର୍ଷୀୟ ଭେଲାଭାନଙ୍କ ସହ ସ୍ବର୍ଣ୍ଣ ଲକ୍ଷ୍ୟରେ ରହିଛନ୍ତି।

୨୦୨୨ ବୁସାନ ଏସୀୟ କ୍ରୀଡ଼ାରେ ପଦାର୍ପଣ କରିଥିବା ଜ୍ୟୋତ୍ସ୍ନା ୨୦୧୮ରେ ଏକକ ବର୍ଗରେ କାଂସ୍ୟ ଜିତିଥିଲେ।

୨୦୧୪ ଓ ୨୦୧୮ରେ ରୌପ୍ୟ ଏବଂ ୨୦୧୦ ଓ ୨୦୨୨ କାଂସ୍ୟ ବିଜେତା ଭାରତୀୟ ଦଳରେ ସେ ସଦସ୍ୟ ରହିଥିଲେ।Advertisment କ୍ବାର୍ଟରଫାଇନାଲ୍‌ରେ ଅନାହାତ ଅନ୍ୟପକ୍ଷରେ ଦୁଇ ଭାରତୀୟଙ୍କ ମଧ୍ୟରେ ଖେଳାଯାଇଥିବା ମହିଳା ଏକକ କ୍ବାର୍ଟରଫାଇନାଲ୍‌ରେ ଅନାହାତ ୧୧-୨, ୧୧-୫, ୧୧-୩ରେ ତନ୍ବୀ ଖାନଙ୍କୁ ପରାସ୍ତ କରିଥିଲେ।

ସେମିଫାଇନାଲ୍‌ରେ ସେ ହାଙ୍ଗ୍‌ଝୌ କାଂସ୍ୟ ବିିଜୟନୀ ବିଶ୍ବର ୬ ନମ୍ବର ଖେଳାଳି ସାତୋମି ୱାତାନାବେଙ୍କୁ ଭେଟିବେ।

ପୁରୁଷ ଏକକରେ ଅଭୟ ୧୧-୪, ୧୧-୩, ୧୧-୬ରେ ଜାପାନର ରିଓନୋସୁକେ ଟିସୁକୋଏଙ୍କୁ ହରାଇଥିଲେ।

ଅଭୟ ସେମିଫାଇନାଲ୍‌ରେ ପାକିସ୍ତାନର ଇର୍ଫାନ ମୁହାମ୍ମଦଙ୍କୁ ଭେଟିବେ।

ଇର୍ଫାନ ଭାରତର ବୀର ଚୋଟରାଣୀଙ୍କୁ ୬-୧୧, ୧୧-୮, ୧୧-୩, ୧୧-୩ରେ ହରାଇଥିଲେ।

India Kabaddi Team: କବାଡ଼ି: ଯୁଗଳ ସ୍ବର୍ଣ୍ଣ ଦୌଡ଼ରେ ଭାରତ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।