Strait of Hormuz: ଲ୍ୟାଣ୍ଡମାଇନ ସହିତ ଧକ୍କା ପରେ ବୁଡ଼ିଗଲା ୨୫୦୦ କଣ୍ଟେନର୍ ଥିବା ଜାହାଜ
"ତେହେରାନ: ହର୍ମୁଜ୍ ପ୍ରଣାଳୀରେ ବୁଧବାର ଏକ ସାମୁଦ୍ରିକ ଲ୍ୟାଣ୍ଡମାଇନ ସହିତ ଧକ୍କା ପରେ ୨୫୦୦ ରୁ ଅଧିକ କଣ୍ଟେନର ବୋଝେଇ ଏକ କଣ୍ଟେନର ଜାହାଜରେ ନିଆଁ ଲାଗିଯାଇଥିଲା ଓ ପରେ ଜାହାଜଟି ବୁଡ଼ି ଯାଇଥିଲା ବୋଲି ଇରାନର ରିଭଲ୍ୟୁସନାରୀ ଗାର୍ଡ ନୌସେନା କହିଛି।
ରିଭଲ୍ୟୁସନାରୀ ଗାର୍ଡ କହିଛି ଯେ, ସମ୍ପୃକ୍ତ ଜାହାଜଟି ଅନଧିକୃତ ଓ ବିପଦପୂର୍ଣ୍ଣ ମାର୍ଗ ବ୍ୟବହାର କରୁଥିଲା।Advertisment ଇରାନୀ ନୌସେନା ବୁଡ଼ି ଯାଇଥିବା ଜାହାଜର ନାମ, କମ୍ପାନି, ପତାକା କିମ୍ବା ଏହା କେଉଁଠାରୁ ଯାଉଥିଲା ସେ ବିଷୟରେ କୌଣସି ସୂଚନା ଦେଇନାହିଁ।
ଏଥିରେ କେହି ମୃତାହତ ହୋଇଛନ୍ତି ନାହିଁ ସେ ସମ୍ପର୍କରେ ମଧ୍ୟ କୌଣସି ସୂଚନା ଦିଆଯାଇନାହିଁ।
ରିଭୋଲ୍ୟୁସନାରୀ ଗାର୍ଡ଼ ତଥ୍ୟ ଅନୁଯାୟୀ ବୁଧବାର ଏହି ଘଟଣା ଘଟିଥିଲା।
ଜାହାଜରେ ବିସ୍ଫୋରଣ ପରେ ତା" ନିକଟକୁ ନ ଯିବା ପାଇଁ ରିଭଲ୍ୟୁସନାରୀ ଗାର୍ଡ ସ୍ଥାନୀୟ ଜାହାଜ ଓ ମତ୍ସ୍ୟଜୀବୀଙ୍କୁ ସତର୍କ କରିଥିଲା।
ଏହି ଘଟଣା ହର୍ମୁଜ୍ ପ୍ରଣାଳୀରେ ଜାହାଜ ଗୁଡ଼ିକର ସୁରକ୍ଷାକୁ ନେଇ ଚିନ୍ତା ସୃଷ୍ଟି କରିଛି।
ଅଜଣା କ୍ଷେପଣାସ୍ତ୍ର ମାଡ଼ ତେବେ ୟୁକେ ମେରିଟାଇମ୍ ଟ୍ରେଡ୍ ଅପରେସନ୍ସ (ୟୁକେଏମ୍ଟିଓ) ଏକ ଘଟଣାର ରିପୋର୍ଟ କରିି ଯେ, ଏକ କଣ୍ଟେନର ଜାହାଜ ଉପରେ ଏକ ଅଜଣା କ୍ଷେପଣାସ୍ତ୍ର ମାଡ଼ ହୋଇଛି।
ଯଦିଓ ବର୍ତ୍ତମାନ ଏହା ସ୍ପଷ୍ଟ ନୁହେଁ ଯେ, ଦୁଇଟି ଘଟଣା ସମାନ କି ନୁହେଁ।
ଅନ୍ୟ ଏକ ଘଟଣାରେ ଦକ୍ଷିଣ ଇରାନର ହର୍ମୋଜଗାନ ପ୍ରଦେଶର ସିରିକ ନିକଟରେ ଏକ ଅଜଣା ଡ୍ରୋନ ଏକ ମାଛଧରା ଡଙ୍ଗାକୁ ଧକ୍କା ହେବା ଫଳରେ ତିନି ଜଣ ମତ୍ସ୍ୟଜୀବୀ ଆହତ ହୋଇଛନ୍ତି।
Railway Employees Bonus: ରେଳ କର୍ମଚାରୀ ପାଇବେ ୭୮ ଦିନର ଉତ୍ପାଦକତା ଆଧାରିତ ବୋନସ"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।