Stray Cattle to Be Shifted Off Roads: ରାସ୍ତାରୁ ପଶୁଙ୍କୁ ସ୍ଥାନାନ୍ତରିତ କରିବ ପରିବହନ ବିଭାଗ, ପ୍ରତି ବ୍ଲକ୍ ରେ ଖୋଲିବ ଗୋଶାଳା

Aug 08, 2026 - 16:08
Stray Cattle to Be Shifted Off Roads: ରାସ୍ତାରୁ ପଶୁଙ୍କୁ ସ୍ଥାନାନ୍ତରିତ କରିବ ପରିବହନ ବିଭାଗ, ପ୍ରତି ବ୍ଲକ୍ ରେ ଖୋଲିବ ଗୋଶାଳା

ଜାତୀୟ ରାଜପଥରୁ ହଟିବେ ଗୋରୁଗାଈ। ଗୋରୁଙ୍କୁ ସ୍ଥାନାନ୍ତର କରାଯାଇ ଗୋଶାଳାରେ ରଖାଯିବ। ରାସ୍ତାର ପ୍ରତି ୧୦୦ କିଲୋମିଟର ମଧ୍ୟରେ ନିର୍ମାଣ ହେବ ଗୋଶାଳା। ଜାତୀୟ ରାଜପଥରେ ଦୁର୍ଘଟଣା ରୋକିବାକୁ ଏହି ପଦକ୍ଷେପ ନିଆଯାଇଛି ବୋଲି କହିଛନ୍ତି ପଶୁସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ।

NHରୁ ଗାଈଗୋରୁଙ୍କୁ ବାହାର କରାଯିବ। ପରିବହନ ବିଭାଗ, NHAI ଓ ପ୍ରାଣୀ ସମ୍ପଦ ବିଭାଗର ମିଳିତ ଉଦ୍ୟମରେ ପଦକ୍ଷେପ  ଗ୍ରହଣ କରାଯିବ। ରାସ୍ତାରୁ ପଶୁମାନଙ୍କୁ ସ୍ଥାନାନ୍ତରିତ କରିବ ପରିବହନ ବିଭାଗ। ଗୋଶାଳାର ରକ୍ଷଣାବେକ୍ଷଣା କରିବ ପ୍ରାଣୀ ସମ୍ପଦ ବିଭାଗ। ଏହା ଉପରେ ନଜର ରଖିବେ ସ୍ଥାନୀୟ SP। ପ୍ରତି ବ୍ଲକରେ ଗୋଶାଳା ଖୋଲିବା ପାଇଁ ଯୋଜନା ହୋଇଛି ବୋଲି କହିଛନ୍ତି ପ୍ରାଣୀ ସମ୍ପଦ ମନ୍ତ୍ରୀ । 

ରାସ୍ତାର ପ୍ରତି ୧୦୦ କିମିରେ ଗୋଶାଳା: ମନ୍ତ୍ରୀ

ଦୁର୍ଘଟଣା ରୋକିବାକୁ ପଦକ୍ଷେପ; NHରୁ ହଟିବେ ଗୋରୁଗାଈ
ପରିବହନ ବିଭାଗ, NHAI ଓ ପ୍ରାଣୀ ସମ୍ପଦ ବିଭାଗର ମିଳିତ ଆକ୍ସନ
ରାସ୍ତାରୁ ପଶୁମାନଙ୍କୁ ସ୍ଥାନାନ୍ତରିତ କରିବ ପରିବହନ ବିଭାଗ
ରାସ୍ତା କଡ଼ରେ ପ୍ରତି ୧୦୦ କିମିରେ ହେବ ଗୋଟିଏ ଗୋଶାଳା
ରକ୍ଷଣାବେକ୍ଷଣା କରିବ ପ୍ରାଣୀ ସମ୍ପଦ ବିଭାଗ, ନଜର ରଖିବେ ସ୍ଥାନୀୟ SP
ପ୍ରତି ବ୍ଲକ୍ ରେ ଗୋଶାଳା ଖୋଲିବା ପାଇଁ ଯୋଜନା- ପ୍ରାଣୀ ସମ୍ପଦ ମନ୍ତ୍ରୀ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।