Strength: ମଜଭୁତ ହେଉଛି ଅଲୋଡ଼ା ପରମ୍ପରା: ସବୁ ଅଧିବେଶନ ଆଗୁଆ ସରୁଛି
ଭୁବନେଶ୍ବର (ଚୌଧୁରୀ ଅମିତାଭ ଦାସ): ଚଳିତ ବର୍ଷର ବଜେଟ ଅଧିବେଶନ ୨୨ ଦିନ ବସିଥିଲା। ସେଥିରୁ ୧୬ ଦିନ ଆଦୌ ଗୃହ କାର୍ଯ୍ୟ ହୋଇ ପାରିନଥିଲା। ଏପରିକି ଅଧିବେଶନର ପ୍ରଥମ ପର୍ଯ୍ୟାୟରେ ୯ ଦିନ ମଧ୍ୟରୁ ଦିନଟିଏ ବି ଗୃହ ଚାଲି ନଥିଲା। ସଦ୍ୟସମାପ୍ତ ମୌସୁମୀ ଅଧିବେଶନରେ ଏହି ଧାରା ଆଉ ପାଦେ ଆଗେଇଲା। ୫ ଦିନ ଗୃହ ଚାଲିଲା। ସେଥିରୁ ଗୋଟିଏ ଦିନ ବି ଆଲୋଚନା ହେଲାନି। ବଡ଼ ପ୍ରସଙ୍ଗରେ ବିତର୍କ କିପରି ହୁଏ, ତାହା ରାଜ୍ୟବାସୀ ଜାଣିପାରିଲେନି।
Horoscope 2026 September 30: ଜାଣନ୍ତୁ ଆଜିର ରାଶିଫଳ
ଦେଶର ଗଣତନ୍ତ୍ର ଯେତିକି ପୁରୁଣା ହେଉଛି, ଗଣତନ୍ତ୍ରର ମନ୍ଦିର ବିଧାନସଭା ସେତିକି ସେତିକି ଅଲୋଡ଼ା ପରମ୍ପରାକୁ ଆହୁରି ମଜଭୁତ କରୁଛି। ଆଇନ ପ୍ରଣୟନ ଦେଶ ତଥା ରାଜ୍ୟର ସ୍ବାର୍ଥ ପାଇଁ ଗୃହରେ ବିତର୍କ ହେବା ଯେପରି ଇତିହାସ ପାଲଟିଗଲାଣି। ଏବେ ଗୋଟିଏ ଗୋଟିଏ ଅଧିବେଶନ ବିନା ବିତର୍କରେ ସରିବା
ସଚେତନ ନାଗରିକମାନଙ୍କୁ ବ୍ୟଥିତ କରୁଛି। ବିଧାନସଭାରେ ଆଇନ ପ୍ରଣୟନ କରାଯିବା ବେଳେ ଶାସକ-ବିରୋଧୀଙ୍କ ମଧ୍ୟରେ ବିତର୍କ ହେବା ଏକ ସୁସ୍ଥ ଗଣତାନ୍ତ୍ରିକ ପରମ୍ପରା। ଏହା ଦ୍ବାରା ରାଜ୍ୟବାସୀ ସତ, ମିଛ କ’ଣ ଜାଣିପାରିବେ। କିନ୍ତୁ ସେହି ଧାରାକୁ ଅଘୋଷିତ ଭାବେ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିଦିଆଗଲାଣି। ବିରୋଧୀ ଦଳର ଅନୁପସ୍ଥିତିରେ ଶାସକ ଦଳ ସଭ୍ୟଙ୍କ ପ୍ରଶଂସାଗାନ ଭିତରେ ବିଲ୍ ପାରିତ ହେଉଛି। ଲାଗୁଛି ଯେମିତି ବିଲଟି ପୂରା ନିଖୁଣ ଭାବେ ପ୍ରସ୍ତୁତ କରାଯାଇଛି। ଯଦି ଆଇନ ପ୍ରଣେତାମାନଙ୍କର କିଛି ମତ ରହିବ ନାହିଁ ଏବଂ ଅଧିକାରୀଙ୍କ ଦ୍ବାରା ପ୍ରସ୍ତୁତ ଚିଠା ବିଲ୍ ଚୂଡ଼ାନ୍ତ, ତେବେ ଅଧିବେଶନ ଡାକିବାର କି ଆବଶ୍ୟକତା ରହୁଛି, ତାହା ବୁଝାପଡ଼ୁନି। ଏହା ନିଶ୍ଚିତ ଭାବେ ଜନପ୍ରତିନିଧିମାନଙ୍କ ପାଇଁ ଲଜ୍ଜାର ବିଷୟ। ମୌସୁମୀ ଅଧିବେଶନର ଶେଷ ଦିବସରେ ଏମିତି ଚାରିଟି ବିଲ୍ ପାରିତ ହେଲା।
Missing: କୈବଲ୍ୟ ହାଟରେ ସ୍ୱାମୀଙ୍କୁ ବସାଇ ପାଣି ଆଣିବାକୁ ଯାଇଥିଲେ ପ୍ରମିଳା, ଫେରି ଦେଖିଲା ବେଳକୁ ନଥିଲେ ରମାକାନ୍ତ
ବିଧାନସଭା ଅଧିବେଶନକୁ ଆଗୁଆ ସାରିଦେବା ପରମ୍ପରା ବି ମଜଭୁତ ହେବାରେ ଲାଗିଛି। ସରକାରରେ ଯିଏ ଥାଉ, ଏହାକୁ ସେମାନେ ଅଘୋଷିତ ନୀତି କରିଦେଲେଣି। ପ୍ରତି ବର୍ଷ ୬୦ ଦିନ ଗୃହ ଚାଲିବା କେବଳ ଧର୍ମକୁ ଆଖିଠାର ସଦୃଶ। ଚଳିତ ବର୍ଷ ବଜେଟ ଅଧିବେଶନ ୨୭ ଦିନ ଚାଲିବାକୁ ଥିଲା ବେଳେ ୫ ଦିନ ଆଗରୁ ସାରିଦିଆଗଲା। ମୌସୁମୀ ଅଧିବେଶନ ୯ ଦିନ ଥିଲା ବେଳେ ୫ ଦିନରେ ବନ୍ଦ କରିଦିଆଗଲା। ତେଣୁ ଏ ବର୍ଷ ଦୁଇଟି ଅଧିବେଶନରେ ମୋଟ ୨୭ଟି କାର୍ଯ୍ୟଦିବସ ସରିଛି। ବର୍ତ୍ତମାନର ବ୍ୟବସ୍ଥା ଅନୁଯାୟୀ ଗୋଟିଏ ବର୍ଷରେ ବିଧାନସଭା ଅଧିବେଶନ ୬୦ ଦିନ ଡାକିବାକୁ ପଡ଼ିବ। ଯେହେତୁ ୨୭ଟି କାର୍ଯ୍ୟଦିବସ ସରିଛି, ତେଣୁ ୩୩ଟି ବାକି ରହିଛି। ସେହି ହିସାବରେ ନଭେମ୍ବର ମାସ ତୃତୀୟ ସପ୍ତାହରୁ ବିଧାନସଭାର ଶୀତ ଅଧିବେଶନ ଡକାଯିବ। ଔପଚାରିକତା ପୂରଣ କରିବା ପାଇଁ ୩୩ଟି କାର୍ଯ୍ୟଦିବସର ତାଲିକା ରହି ଅଧିବେଶନ କାର୍ଯ୍ୟସୂଚୀ ପ୍ରସ୍ତୁତ କରାଯିବ। କିନ୍ତୁ କଦାପି ୩୩ ଦିନ ଗୃହ ଚାଲିବ ନାହିଁ। ସବୁବର୍ଷ ପରି ଆଗୁଆ ସରିବା ଥୟ। ପ୍ରଶ୍ନ ଉଠୁଛି, ଯଦି ଅଧିବେଶନ ୬୦ ଦିନ ଦରକାର ପଡ଼ୁନି, ତେବେ ଏହି ନିୟମ ରଖି ଛଳନା କରାଯିବାର ଅର୍ଥ କ’ଣ?
ମୌସୁମୀ ଅଧିବେଶନର ଆଉ ଏକ ଚିନ୍ତାଜନକ ବିଷୟ ହେଲା ଯେ ଗୃହକୁ ସ୍ବାଭାବିକ କରିବା ପାଇଁ ଯେତିକି ଉଦ୍ୟମ ହେବା କଥା ତାହା ହୋଇ ନାହିଁ। ପ୍ରଥମ ତିନି ଦିନ ଆଦୌ ସର୍ବଦଳୀୟ ବୈଠକ ଡକାଗଲା ନାହିଁ। ଚତୁର୍ଥ ଦିନ ଡକାଗଲା, କିନ୍ତୁ ନିଷ୍କର୍ଷ ବାହାରିଲାନି। ସେହି ଦିନ ଅସୁସ୍ଥତା କାରଣରୁ ବାଚସ୍ପତି ଆସି ନଥିଲେ। ଉପବାଚସ୍ପତିଙ୍କ ଅଧ୍ୟକ୍ଷତାରେ ବୈଠକ ହୋଇଥିଲା। ପଞ୍ଚମ ଦିନ ବାଚସ୍ପତି ଆସିଥିଲେ। କିନ୍ତୁ ସର୍ବଦଳୀୟ ବୈଠକ ଡକାଗଲା ନାହିଁ। ଗୃହ କିପରି ଚାଲିବ, ସେ ଦିଗରେ ମାନସ ମନ୍ଥନ କରାଗଲା ନାହିଁ। ବରଂ ସେହିଦିନ ଅପ୍ରତ୍ୟାଶିତ ଭାବେ ଅଧିବେଶନକୁ ଶେଷ କରିଦିଆଗଲା।
Missing: କୈବଲ୍ୟ ହାଟରେ ସ୍ୱାମୀଙ୍କୁ ବସାଇ ପାଣି ଆଣିବାକୁ ଯାଇଥିଲେ ପ୍ରମିଳା, ଫେରି ଦେଖିଲା ବେଳକୁ ନଥିଲେ ରମାକାନ୍ତ
ଗୃହ ଚଳାଇବାର ଦାୟିତ୍ବ ଉଭୟ ଶାସକ ଓ ବିରୋଧୀ ଦଳର। ବିଭିନ୍ନ ପ୍ରସଙ୍ଗରେ ବିରୋଧୀ ଦଳ ଅଡ଼ି ବସିବା ସ୍ବାଭାବିକ। ଅତୀତରେ ସବୁ ବିରୋଧୀ ଦଳ ଏମିତି କରିଛନ୍ତି। ଗୃହକୁ ସ୍ବାଭାବିକ କରିବାର ବଡ଼ ଦାୟିତ୍ବ ଶାସକ ଦଳର। କିନ୍ତୁ ଏ ଦିଗରେ ଶାସକ ଦଳର ଭୂମିକା ଆଦୌ ଉତ୍ସାହଜନକ ନଥିଲା। ଲାଗୁଥିଲା ଯେମିତି ଗୃହକୁ ବନ୍ଦ କରି ଉଭୟ ଶାସକ ଓ ବିରୋଧୀ ଖୁସି ଅଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।