Strong Earthquake Shakes Northern Tibet: ଥରିଲା ଉତ୍ତର ତିବ୍ବତ, ଭୂମିକମ୍ପ ପରେ କ୍ଷୟକ୍ଷତି ନେଇ ବଢ଼ିଲା ଚିନ୍ତା

Oct 22, 2026 - 21:51
Strong Earthquake Shakes Northern Tibet: ଥରିଲା ଉତ୍ତର ତିବ୍ବତ, ଭୂମିକମ୍ପ ପରେ କ୍ଷୟକ୍ଷତି ନେଇ ବଢ଼ିଲା ଚିନ୍ତା

ଚୀନ୍‌ର ତିବ୍ବତ ଅଞ୍ଚଳରେ ଗୁରୁବାର ରାତିରେ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି।

ଜର୍ମାନ୍ ରିସର୍ଚ୍ଚ ସେଣ୍ଟର ଫର୍ ଜିଓସାଇନ୍ସେସ୍‌ (GFZ) ଅନୁଯାୟୀ, ଭୂମିକମ୍ପର ତୀବ୍ରତା ୭.୦ ଥିବା ବେଳେ ଏହାର କେନ୍ଦ୍ରସ୍ଥଳ ଭୂପୃଷ୍ଠଠାରୁ ମାତ୍ର ୧୦ କିଲୋମିଟର ଗଭୀରରେ ରହିଥିଲା।

Advertisment ଚୀନ୍ ଭୂମିକମ୍ପ ନେଟୱର୍କ ସେଣ୍ଟର (CENC) ତଥ୍ୟ ଅନୁସାରେ, ସ୍ଥାନୀୟ ସମୟ ରାତି ପ୍ରାୟ ୧୦ଟା ୩୩ ମିନିଟ୍‌ରେ ଉତ୍ତର ତିବ୍ବତର ନାଗକୁ ଅଞ୍ଚଳର ଏକ କାଉଣ୍ଟିରେ ଏହି ଭୂମିକମ୍ପ ହୋଇଥିଲା।

ଏହାର କେନ୍ଦ୍ରସ୍ଥଳ ତିବ୍ବତର ରାଜଧାନୀ ଲାସାଠାରୁ ପ୍ରାୟ ୪୦୦ କିଲୋମିଟର ଦୂରରେ ଥିଲା।

ସ୍ଥାନୀୟ ଅଞ୍ଚଳରେ ଭୂକମ୍ପର ଝଟ୍‌କା ସ୍ପଷ୍ଟ ଭାବେ ଅନୁଭୂତ ହୋଇଥିବା CENC କହିଛି।

ବନ୍ୟା ଓ ଭୂସ୍ଖଳନ ପରେ ପୁଣି ପ୍ରାକୃତିକ ବିପର୍ଯ୍ୟୟ ନେପାଳ ଓ ଚୀନ୍‌ର ତିବ୍ବତ ସୀମାନ୍ତ ଅଞ୍ଚଳରେ ଭୟଙ୍କର ବନ୍ୟା ଓ ଭୂସ୍ଖଳନ ଘଟିବାର କିଛି ସପ୍ତାହ ପରେ ଏହି ଭୂମିକମ୍ପ ହୋଇଛି।

ଅଗଷ୍ଟ ୨୬ରେ ଭୋଟେକୋଶୀ ଓ ତ୍ରିଶୂଳୀ ନଦୀ ଅଞ୍ଚଳରେ ବନ୍ୟା ଏବଂ ଭୂସ୍ଖଳନ ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଥିଲା।

ଏହି ବିପର୍ଯ୍ୟୟରେ ୧,୪୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ଏବଂ ହଜାର ହଜାର ଲୋକ ନିଖୋଜ ଥିବା ରିପୋର୍ଟରେ କୁହାଯାଇଛି।

Advertisment ସୀମାନ୍ତ ଅଞ୍ଚଳରେ ଏକ ହିମବାହ ଭାଙ୍ଗିବା ପରେ ଭୂସ୍ଖଳନ ଓ ଆକସ୍ମିକ ବନ୍ୟା ସୃଷ୍ଟି ହୋଇଥିଲା।

ଏହାର ପ୍ରଭାବରେ ନଦୀ ଉପତ୍ୟକାରେ ବ୍ୟାପକ ଧ୍ୱଂସଲୀଳା ଦେଖାଦେଇଥିଲା।

ପରବର୍ତ୍ତୀ ସମୟରେ ଉଦ୍ଧାର ଓ ନିଖୋଜଙ୍କ ସନ୍ଧାନ ଅଭିଯାନ ଜାରି ରହିଥିଲା।

କ୍ଷୟକ୍ଷତି ନେଇ ତଥ୍ୟ ଅସ୍ପଷ୍ଟ ଗୁରୁବାର ତିବ୍ବତରେ ହୋଇଥିବା ୭.୦ ତୀବ୍ରତାର ଭୂମିକମ୍ପରେ କେତେ ଜଣ ମୃତାହତ ହୋଇଛନ୍ତି କିମ୍ବା କେତେ ପରିମାଣର ସମ୍ପତ୍ତି ନଷ୍ଟ ହୋଇଛି, ସେ ସମ୍ପର୍କରେ ତୁରନ୍ତ କୌଣସି ସୂଚନା ମିଳିନାହିଁ।

ଭୂମିକମ୍ପର ପ୍ରକୃତ ପ୍ରଭାବ ଜାଣିବା ପାଇଁ ଅଧିକ ତଥ୍ୟକୁ ଅପେକ୍ଷା କରାଯାଇଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।