Cuttack Dances to Drumbeats: ଧରାପୃଷ୍ଠରୁ ବିଦାୟ ନେଉଛନ୍ତି ମା’ ଦୁର୍ଗା, ଭସାଣ ଉତ୍ସବରେ କମ୍ପୁଛି ସହର
ସରିଲା ମା'ଜଗତଜନନୀଙ୍କ ଲୀଳାଖେଳା।
ଧରାପୃଷ୍ଠରୁ ବିଦାୟ ନେଉଛନ୍ତି ମହିଷା ମର୍ଦ୍ଦିନୀ।
ମେଲାଣି ବେଳାରେ ପାରମ୍ପରିକ ଓ ଆଧୁନିକ ନୃତ୍ୟଗୀତରେ କମ୍ପୁଛି ପରିବେଶ।
ଆଜି ଦୁର୍ଗାପୂଜା ଭସାଣ ଉତ୍ସବରେ ମେଲାଣି ନେଉଛନ୍ତି ମାଆ।
ଏଥିପାଇଁ ରାଜଧାନୀର ୬ଟି ସ୍ଥାନରେ ବିସର୍ଜନ ଲାଗି ବ୍ୟବସ୍ଥା କରାଯାଇଛି।
ଏହା ପୂର୍ବରୁ ରାଜଧାନୀର ୪ଟି ସ୍ଥାନରେ ଏକାଠି ହୋଇଛନ୍ତି ସମସ୍ତ ମେଢ।
Advertisment ମେଢ ଗୁଡ଼ିକ ପ୍ରଥମେ ଭୁବନେଶ୍ବରର ସହିଦନଗର, ଓଲଡ ଟାଉନ୍, ନୟାପଲ୍ଲୀ ଓ ଚନ୍ଦ୍ରଶେଖରପୁରରେ ସମସ୍ତ ମେଢ ଏକାଠି ହୋଇଥିଲେ।
ସେଠାରୁ ବିଭିନ୍ନ ନଦୀରେ ହୋଇଥିବା ଅସ୍ଥାୟୀ ବିସର୍ଜନ ସ୍ଥଳିକୁ ଯାଉଛନ୍ତି।
ଏପଟେ ଆଜି ଭସାଣ ଉତ୍ସବ ଲାଗି ଦିନ ୨ଟା ପରଠୁ ରାଜଧାନୀର ବିଭିନ୍ନ ମୁଖ୍ୟ ରାସ୍ତାରେ ଟ୍ରାଫିକ୍ କଟକଣା ଜାରି ହୋଇଛି।...ତେଣେ ଗତକାଲିଠୁ ଆରମ୍ଭ ହୋଇଥିବା ଭସାଣ ଉତ୍ସବ ଲାଗି କମ୍ପୁଛି କଟକ ସହର।
ବାଜା-ରୋଷଣୀରେ ଦୁଲୁକୁଛି କଟକ ମହାନଗରୀ।
ଗୋଟିଏ ପରେ ଗୋଟିଏ ସାହି ପରିକ୍ରମା କରି ଦେବୀଗଡ଼ା ଅଭିମୁଖେ ଶୋଭାଯାତ୍ରାରେ ଯାଉଛନ୍ତି ମେଢ଼।
Advertisment ଗତକାଲି ରାତିରେ କଟକରେ ୧୬ଟି ମେଢ଼ ବିସର୍ଜନ ହୋଇ ସାରିଛି।
ଭସାଣ ପାଇଁ କଟକ ସହରରେ କମିଶନରେଟ୍ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।...ସେପଟେ ପୁରୀରେ ବି ମହାସମାରୋହରେ ହେଉଛି ମାଆଙ୍କ ଭସାଣ ଉତ୍ସବ।...
ସରିଲା ମା'ଜଗତଜନନୀଙ୍କ ଲୀଳାଖେଳା ଧରାପୃଷ୍ଠରୁ ବାହୁଡୁଛନ୍ତି ମହିଷାମର୍ଦ୍ଦିନୀ ମେଲାଣି ବେଳାରେ ନୃତ୍ୟଗୀତରେ କମ୍ପୁଛି ପରିବେଶ ରାଜଧାନୀର ୬ଟି ସ୍ଥାନରେ ଭବ୍ୟ ଆୟୋଜନ ବାଜା-ରୋଷଣୀରେ ଦୁଲୁକୁଛି କଟକ ସହର
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।