Strong River Currents Sweep Away Teacher: କୋଲାବ ଶାଖା ନଦୀର ପ୍ରଖର ସ୍ରୋତରେ ଭାସିଗଲେ ଶିକ୍ଷକ, ସର୍ଚ୍ଚ ଅପରେସନ ଜାରି
ଲଗାଣ ବର୍ଷା ମଧ୍ୟରେ ଅଘଟଣ। କୋଲାବ ଶାଖା ନଦୀର ପ୍ରଖର ସ୍ରୋତରେ ଭାସିଯାଇଛନ୍ତି ଜଣେ ଶିକ୍ଷକ। ସୁନାବେଡ଼ା ଡିପି କ୍ୟାମ୍ପ ନିକଟରେ ଏହି ଅଘଟଣ ଘଟିଥିବା ସୂଚନା ମିଳିଛି।
ଭାସିଯାଇଥିବା ଶିକ୍ଷକ ହେଉଛନ୍ତି ମାଛିଲିଗୁଡ଼ା ପ୍ରାଥମିକ ବିଦ୍ୟାଳୟର ସହାୟକ ଶିକ୍ଷକ ଭୀମଧାର ନାୟକ। ସୂଚନା ଅନୁସାରେ, ସ୍କୁଲ ଯିବା ସମୟରେ ସେ କୋଲାବ ଶାଖା ନଦୀର ପ୍ରଖର ସ୍ରୋତରେ ଭାସିଯାଇଥିଲେ।
ଘଟଣା ସମ୍ପର୍କରେ ଖବର ପାଇବା ପରେ ଅଗ୍ନିଶମ ବିଭାଗର ଟିମ୍ ଘଟଣାସ୍ଥଳରେ ପହଞ୍ଚି ସର୍ଚ୍ଚ ଅପରେସନ ଆରମ୍ଭ କରିଛି। ତେବେ ନଦୀରେ ପ୍ରଖର ସ୍ରୋତ ରହିଥିବାରୁ ଉଦ୍ଧାରକାରୀ ଦଳକୁ ଖୋଜାଖୋଜିରେ ସମସ୍ୟା ହେଉଛି।
ପ୍ରବଳ ସୁଅରେ ନିଖୋଜ ଶିକ୍ଷକଙ୍କୁ ଖୋଜିବା ପାଇଁ ଅଗ୍ନିଶମ ବାହିନୀ ପକ୍ଷରୁ ଅଭିଯାନ ଜାରି ରହିଛି। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚିନ୍ତାର ବାତାବରଣ ସୃଷ୍ଟି ହୋଇଛି।
କୋଲାବ ଶାଖା ନଦୀରେ ଭାସିଗଲେ ଶିକ୍ଷକ
ସୁନାବେଡା ଡିପି କ୍ୟାମ୍ପ ନିକଟରେ ଭାସିଗଲେ ଶିକ୍ଷକ
କୋଲାବ ଶାଖା ନଦୀରେ ଭାସିଗଲେ ମାଛିଲିଗୁଡା ସ୍କୁଲର ସହାୟକ ଶିକ୍ଷକ
ସ୍କୁଲ୍ ଯିବା ବେଳେ ଭାସି ଯାଇଥିବା ସୂଚନା, ଅଗ୍ନିଶମ ଟିମ୍ ର ଖୋଜାଖୋଜି
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।