Momo Red Chutney: ମୋମୋ ଖାଇବାର ମଜା ହୋଇଯିବ ଦୁଇଗୁଣ! ଏମିତି ବନାନ୍ତୁ ଲାଲ ଚଟଣୀ
ଯଦି ଆପଣଙ୍କୁ ମୋମୋ ସହ ମିଳୁଥିବା ବଜାରର ଲାଲ ଚଟଣୀ ବେଶ୍ ପସନ୍ଦ, ତେବେ ଏହାକୁ ଆପଣ ଘରେ ମଧ୍ୟ ସହଜରେ ପ୍ରସ୍ତୁତ କରିପାରିବେ। କିଛି ସାଧାରଣ ସାମଗ୍ରୀରେ ଘରେ ହିଁ ବଜାର ଭଳି ଚଟପଟିଆ ଲାଲ ଚଟଣୀ ବନାଇପାରିବେ।
ମୋମୋ ନାଁ ଶୁଣିବା ମାତ୍ରେ ଅନେକଙ୍କ ମୁହଁରେ ପାଣି ଆସିଯାଏ। ଷ୍ଟିମ୍ଡ ମୋମୋ ହେଉ କି ଫ୍ରାଏଡ୍ ମୋମୋ, ଏହା ସହ ମିଳୁଥିବା ଲାଲ ଚଟଣୀ ସ୍ୱାଦକୁ ଆହୁରି ବଢ଼ାଇଦିଏ। ଘରେ ମୋମୋ ତିଆରି କରିବା ପରେ ମଧ୍ୟ ବେଳେବେଳେ ବାହାର ମୋମୋ ଭଳି ସ୍ୱାଦ ମିଳେ ନାହିଁ।
ଆପଣ ମଧ୍ୟ ଯଦି ଏହି ଚଟଣୀ ଘରେ ବନାଇବାକୁ ଚାହୁଁଛନ୍ତି, ତେବେ ଅଧିକ ସାମଗ୍ରୀର ଆବଶ୍ୟକତା ନାହିଁ। କିଛି ସହଜ ଉପକରଣରେ ଘରେ ହିଁ ଗାଢ଼ ଓ ଚଟପଟିଆ ଚଟଣୀ ପ୍ରସ୍ତୁତ କରିପାରିବେ।
ଲାଲ ଚଟଣୀ ପାଇଁ କ'ଣ କ'ଣ ଦରକାର?
• ଶୁଖିଲା ଲାଲ ଲଙ୍କା
• କାଶ୍ମୀରୀ ଲାଲ ଲଙ୍କା
• ରସୁଣ
• ଅଳ୍ପ ଅଦା
• ଲୁଣ
• ଭିନେଗାର
• ଅଳ୍ପ ସୋୟା ସସ୍
• ତେଲ
• ଆବଶ୍ୟକ ଅନୁସାରେ ପାଣି
• ଚିଲି ଫ୍ଲେକ୍ସ (ଇଚ୍ଛାନୁସାରେ
ସର୍ବପ୍ରଥମେ ଶୁଖିଲା ଲାଲ ଲଙ୍କାକୁ ଭଲ ଭାବେ ସଫା କରି ଗରମ ପାଣିରେ କିଛି ସମୟ ଭିଜାଇ ରଖନ୍ତୁ। ଲଙ୍କା ନରମ ହୋଇଗଲେ ପାଣିରୁ ବାହାର କରି ଗ୍ରାଇଣ୍ଡିଂ କରନ୍ତୁ। ଏଥିରେ ଅଳ୍ପ ପାଣି ଦେଇ ଭଲ ଭାବେ ପେଷ୍ଟ କରନ୍ତୁ। ଚଟଣୀକୁ ଅଧିକ ପତଳା ନକରି ଟିକେ ଗାଢ଼ ରଖନ୍ତୁ। ଏହା ଦ୍ୱାରା ଚଟଣୀର ଟେକ୍ସଚର ଭଲ ରହିବ। ରାଗ କମ୍ ପାଇଁ କାଶ୍ମୀରୀ ଲାଲ ଲଙ୍କା ମଧ୍ୟ ବ୍ୟବହାର କରିପାରିବେ।
ଏବେ ଲଙ୍କା ପେଷ୍ଟରେ କିଛି ରସୁଣ, ଅଳ୍ପ ଅଦା ଓ ସ୍ୱାଦ ଅନୁସାରେ ଲୁଣ ପକାନ୍ତୁ। ଚଟଣୀରେ ହାଲୁକା ଖଟାପଣ ପାଇଁ ଅଳ୍ପ ଭିନେଗାର ମିଶାନ୍ତୁ। ବଜାର ଭଳି ସ୍ୱାଦ ପାଇଁ ଅଳ୍ପ ସୋୟା ସସ୍ ମଧ୍ୟ ଦେଇପାରିବେ। ସମସ୍ତ ସାମଗ୍ରୀକୁ ଗ୍ରାଇଣ୍ଡରେ ଭଲ ଭାବେ ପେଷି ନିଅନ୍ତୁ।
ଚଟଣୀର ସ୍ୱାଦ ଆହୁରି ବଢ଼ାଇବା ପାଇଁ ଏକ ପ୍ୟାନ୍ରେ ଅଳ୍ପ ତେଲ ଗରମ କରନ୍ତୁ। ଏଥିରେ କଟା ରସୁଣ ପକାଇ ଧୀମା ଆଞ୍ଚରେ ହାଲୁକା ସୁନେଲି ହେବା ପର୍ଯ୍ୟନ୍ତ ଭାଜନ୍ତୁ। ଏବେ ପ୍ୟାନ୍ରେ ପ୍ରସ୍ତୁତ ଲାଲ ଲଙ୍କା ପେଷ୍ଟ ପକାଇ ଭଲ ଭାବେ ମିଶାନ୍ତୁ। ଧୀମା ଆଞ୍ଚରେ କିଛି ମିନିଟ୍ ରାନ୍ଧନ୍ତୁ। ଏହା ଦ୍ୱାରା ରସୁଣ ଓ ଲଙ୍କାର ସ୍ୱାଦ ଭଲ ଭାବେ ମିଶିବ ଏବଂ କଞ୍ଚା ଗନ୍ଧ ମଧ୍ୟ ଦୂର ହୋଇଯିବ।
ଏବେ ବଜାର ଯିବା ଦରକାର ନାହିଁ!
ଏତେ ସହଜ ଉପାୟରେ ଘରେ ହିଁ ପ୍ରସ୍ତୁତ ହୋଇଯିବ ରାଗ, ଚଟପଟିଆ ଓ ରସୁଣର ସ୍ୱାଦରେ ଭରପୂର ମୋମୋ ଲାଲ ଚଟଣୀ। ଘରେ ତିଆରି ମୋମୋ ସହ ଏହି ଚଟଣୀ ପରଷିଲେ ସ୍ୱାଦ ହୋଇଯିବ ଆହୁରି ମଜାଦାର ହୋଇଯିବ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।