Student death: ଶିକ୍ଷକଙ୍କ ଚାପୁଡ଼ା ମାଡ଼ରେ ୬ ବର୍ଷ ଛାତ୍ରଙ୍କ ମୃତ୍ୟୁ
"ଅମରାବତୀ: ଆନ୍ଧ୍ରପ୍ରଦେଶର ବିଶାଖାପାଟଣାର ଏକ ଘରୋଇ ସ୍କୁଲ୍ରେ ଶିକ୍ଷକଙ୍କ ଚାପୁଡ଼ା ମାଡ଼ ପରେ ଜଣେ ୬ ବର୍ଷର ଛାତ୍ରଙ୍କ ମୃତ୍ୟୁ ଘଟିଛି।
ମୃତ ଛାତ୍ରଙ୍କ ନାମ ପ୍ରଣୟ ତେଜା।
ୱାନ୍ ଟାଉନ୍ ଅଞ୍ଚଳର ଲିଟିଲ୍ ଗାର୍ଡେନ୍ ସ୍କୁଲ୍ରେ ଗୁରୁବାର ଏହି ଘଟଣା ଘଟିଛି।
ଘଟଣାର ସିସିଟିଭି ଫୁଟେଜ୍ ସାମ୍ନାକୁ ଆସିଛି।
ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ବେଳେ ମୃତ୍ୟୁର ପ୍ରକୃତ କାରଣ ଜାଣିବା ପାଇଁ ଶବ ବ୍ୟବଚ୍ଛେଦ କରାଯାଉଛି।Advertisment ପରିବାରର ଅଭିଯୋଗ ଅନୁସାରେ, ହୋମ୍ୱାର୍କ କରି ନ ଥିବାରୁ ଶିକ୍ଷକ ଜଣକ ପ୍ରଣୟଙ୍କୁ ମାଡ଼ ମାରିଥିଲେ।
ପରିବାର କହିଛି, ଶିକ୍ଷକ ତାଙ୍କୁ ବାଡ଼ିରେ ପିଟିଥିଲେ ଓ ଚାପୁଡ଼ା ମାରିଥିଲେ।
ଏହା ପରେ ପ୍ରଣୟ ହଠାତ୍ ଅଚେତ ହୋଇ ଶିକ୍ଷକଙ୍କ କୋଳରେ ପଡ଼ିଯାଇଥିଲେ।
ସିସିଟିଭି ଫୁଟେଜ୍ରେ ମଧ୍ୟ ଶିକ୍ଷକ ଛାତ୍ରଙ୍କୁ ମାଡ଼ ମାରୁଥିବା ଏବଂ କିଛି ସମୟ ପରେ ଛାତ୍ର ତଳେ ପଡ଼ିଯାଉଥିବା ଦେଖାଯାଇଛି।
ପ୍ରଣୟଙ୍କ ବାପାଙ୍କ କହିବା ଅନୁସାରେ, ଗୁରୁବାର ସକାଳ ପ୍ରାୟ ୮ଟାରେ ପ୍ରଣୟ ନିଜେ ସ୍କୁଲ୍ ଯିବାକୁ ଜିଦ୍ କରିଥିଲେ।
ସେତେବେଳେ ସେ ସମ୍ପୂର୍ଣ୍ଣ ସୁସ୍ଥ ଥିଲେ।
କିନ୍ତୁ ଦୁଇ-ତିନି ଘଣ୍ଟା ପରେ, ମଧ୍ୟାହ୍ନ ସମୟରେ ପରିବାରକୁ ଫୋନ୍ ଯୋଗେ ସ୍କୁଲ୍ରେ ତାଙ୍କ ପୁଅର କିଛି ଘଟିଥିବା ଖବର ମିଳିଥିଲା।
ପ୍ରଣୟଙ୍କୁ ତୁରନ୍ତ କିଙ୍ଗ୍ ଜର୍ଜ ହସ୍ପିଟାଲ୍ (କେଜିଏଚ୍) ନିଆଯାଇଥିଲା।
ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଶିଶୁର ବାପା କହିଛନ୍ତି ଯେ, ସ୍କୁଲ୍ ଯିବା ପୂର୍ବରୁ ପ୍ରଣୟଙ୍କ କୌଣସି ଅସୁସ୍ଥତା ନ ଥିଲା।
ତେବେ ମୃତ୍ୟୁର ପ୍ରକୃତ କାରଣ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସ୍ପଷ୍ଟ ହେବ।
ପଞ୍ଜାବୀ ଏନ୍ଆର୍ଆଇଙ୍କୁ ଆକ୍ରମଣ ପଛରେ କଙ୍ଗନାଙ୍କୁ ଚାପୁଡ଼ା ମାଡ଼!
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।