Student Missing: ଆମେରିକାରେ ତେଲେଙ୍ଗାନାର ମେଧାବୀ ଛାତ୍ରୀ ନିଖୋଜ: ଚିନ୍ତାରେ ପରିବାର

Nov 07, 2026 - 16:34
Student Missing: ଆମେରିକାରେ ତେଲେଙ୍ଗାନାର ମେଧାବୀ ଛାତ୍ରୀ ନିଖୋଜ: ଚିନ୍ତାରେ ପରିବାର

ହାଇଦ୍ରାବାଦ/ବୋଷ୍ଟନ୍: ଆମେରିକାର ବୋଷ୍ଟନ୍ ସହରରୁ ଜଣେ ୨୩ ବର୍ଷୀୟା ଭାରତୀୟ ଛାତ୍ରୀ ନିଖୋଜ ହୋଇଯିବା ଘଟଣା ସାମ୍ନାକୁ ଆସିଛି।

ତେଲେଙ୍ଗାନାର ନାଲଗୋଣ୍ଡା ଜିଲ୍ଲା କାନାଗାଲ୍ ମଣ୍ଡଳ ଅନ୍ତର୍ଗତ ଶବ୍ଦୁଲ୍ଲାପୁର ଗ୍ରାମର ଶ୍ରୀଜା ରେଡ୍ଡୀ ନାମକ ଏହି ଛାତ୍ରୀଜଣକ ନଭେମ୍ବର ୨ ତାରିଖ ରାତିରୁ ସନ୍ଦିଗ୍ଧ ଭାବେ ନିଖୋଜ ଥିବା ବେଳେ, ତାଙ୍କର ମୋବାଇଲ୍ ଫୋନ୍ ବନ୍ଦ ରହିଛି।

ଏହି ଘଟଣା ତାଙ୍କ ପରିବାର ଓ ସମ୍ପର୍କୀୟଙ୍କ ମଧ୍ୟରେ ଗଭୀର ଚିନ୍ତା ଓ ଭୟର ବାତାବରଣ ସୃଷ୍ଟି କରିଛି।

Advertisment ବନ୍ଦ ରହିଛି ମୋବାଇଲ୍ ଫୋନ୍ ସୂଚନାଯୋଗ୍ୟ ଯେ, ଶ୍ରୀଜା ଉଚ୍ଚଶିକ୍ଷା ପାଇଁ ଦେଢ଼ ବର୍ଷ ପୂର୍ବେ ଆମେରିକା ଯାଇଥିଲେ ଏବଂ ପାଠପଢ଼ା ସହ ସେଠାରେ ଏକ ପାର୍ଟ-ଟାଇମ୍ ଚାକିରି ମଧ୍ୟ କରୁଥିଲେ।

ବୋଷ୍ଟନ୍ ପୁଲିସ ବିଭାଗ ଅନୁଯାୟୀ, ନଭେମ୍ବର ୨ ତାରିଖ ରାତି ପ୍ରାୟ ୯:୪୫ ସମୟରେ ଶ୍ରୀଜା ଡୋରଚେଷ୍ଟରସ୍ଥିତ ଏଡିସନ୍ ଗ୍ରୀନ୍ ଅଞ୍ଚଳରେ ଥିବା ନିଜ ବାସଭବନରୁ ସନ୍ଧ୍ୟାକାଳୀନ ଭ୍ରମଣ ପାଇଁ ବାହାରିଥିଲେ।

ମାତ୍ର ତା'ପରଠାରୁ ତାଙ୍କର କୌଣସି ପତ୍ତା ମିଳିନାହିଁ।

ନଭେମ୍ବର ୩ ତାରିଖରେ ଶ୍ରୀଜାଙ୍କ ସାଙ୍ଗମାନେ ବୋଷ୍ଟନ୍ ପୁଲିସରେ ଏ ନେଇ ଏତଲା ଦେବା ସହ ନାଲଗୋଣ୍ଡା ରେ ରହୁଥିବା ତାଙ୍କ ବାପା କୋୟା ୟାଦାଗିରି ରେଡ୍ଡୀ ଓ ମା' ରୂପାଙ୍କୁ ସୂଚନା ଦେଇଥିଲେ।

ଗଣତନ୍ତ୍ର ଓ ସାମ୍ବିଧାନିକ ସଂସ୍ଥାର କ୍ଷତି ନେଇ ଉଠାଇଲେ ପ୍ରଶ୍ନ ବୋଷ୍ଟନ୍ ପୁଲିସ ଏକ ଆନୁଷ୍ଠାନିକ ''ନିଖୋଜ ବ୍ୟକ୍ତି'' ଆଲର୍ଟ ଜାରି କରିବା ସହ ସାଧାରଣ ଜନତାଙ୍କୁ ଶ୍ରୀଜାଙ୍କ ସମ୍ପର୍କରେ କୌଣସି ସୂଚନା ମିଳିଲେ ତୁରନ୍ତ ଜଣାଇବାକୁ ନିବେଦନ କରିଛି।

ଝିଅକୁ ସୁରକ୍ଷିତ ଉଦ୍ଧାର କରିବା ପାଇଁ ଶ୍ରୀଜାଙ୍କ ପରିବାର ବୈଦେଶିକ ମନ୍ତ୍ରଣାଳୟ ଓ ପ୍ରଶାସନର ସାହାଯ୍ୟ ଲୋଡ଼ିଛନ୍ତି।

ପୁଲିସ ଏହି ସମ୍ବେଦନଶୀଳ ମାମଲାର ବିଭିନ୍ନ ଦିଗରୁ ତଦନ୍ତ ଜାରି ରଖିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।