Students Block Road: ୟୁ.କେ. ମହାବୀର କଲେଜରେ ଛାତ୍ର ସଂସଦ ନିର୍ବାଚନକୁ ନେଇ ଉତ୍ତେଜନା, ରାସ୍ତାରୋକ କଲେ ଛାତ୍ରଛାତ୍ରୀ
"ରାଜନଗର: ୟୁ କେ ମହାବୀର କଲେଜରେ ଛାତ୍ର ସଂସଦ ନିର୍ବାଚନକୁ ନେଇ ଉତ୍ତେଜନା।
କଲେଜ ସମ୍ମୁଖରେ ଛାତ୍ରଛାତ୍ରୀଙ୍କ ରାସ୍ତାରୋକ ।
ବିଜୁ ଛାତ୍ର ଜନତା ଦଳ ସମର୍ଥିତ ସଭାପତି ପ୍ରାର୍ଥୀଙ୍କୁ ଅନ୍ୟ ଏକ ଦଳର ସମର୍ଥକମାନେ ମାଡ଼ ମାରି ଉଠାଇନେଇଥିବା ଅଭିଯୋଗ କରି ଛାତ୍ରଛାତ୍ରୀମାନେ ରାସ୍ତାରୋକ କରିଛନ୍ତି।
ଘଟଣା ସ୍ଥଳରେ ଉତ୍ତେଜନା ଲାଗି ରହିଛି।Advertisment ଅନେକ ଗାଡ଼ି ଅଟକି ରହିଛି ପୁଲିସ ଗାଡ଼ି ଅଟକାଇ ଛାତ୍ରଛାତ୍ରୀମାନେ ବିକ୍ଷୋଭ ପ୍ରଦର୍ଶନ କରୁଥିବାର ଦେଖିବାକୁ ମିଳିଛି।
ପ୍ରବଳ ଉତ୍ତେଜନା କାରଣରୁ ତିନୋଟି ଥାନାର ଥାନା ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ଛାତ୍ରଛାତ୍ରୀମାନଙ୍କୁ ବୁଝାଇବା ପାଇଁ ଚେଷ୍ଟା କରୁଛନ୍ତି।
ରାଜନଗର-କଟକ ମୁଖ୍ୟ ରାସ୍ତା ବନ୍ଦ ଥିବାରୁ ଅନେକ ଗୁଡ଼ିଏ ଗାଡ଼ି ଅଟକି ରହିଛି।
ମାଡ଼ ମାରିଥିବା ଅଣ ଛାତ୍ରମାନଙ୍କ ବିରୁଦ୍ଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କରି ଛାତ୍ରଛାତ୍ରୀମାନେ ବିକ୍ଷୋଭ ଜାରି ରଖିଛନ୍ତି।
Bird Nests: ଓଏସଏପି ଅଷ୍ଟମ ବାଟାଲିୟନରେ ପକ୍ଷୀଙ୍କ ପାଇଁ ୨୦ଟି କୃତ୍ରିମ ବସା ସ୍ଥାପନ, ଆଗକୁ ଲାଗିବ ଆଉ ୧୦୦ଟି"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।