Student’s Tooth Allegedly Broken by Teacher: ଛାତ୍ରଙ୍କ ଦାନ୍ତ ଭାଙ୍ଗିଦେଲେ ଶିକ୍ଷକ, ଥାନାରେ ଅଭିଯୋଗ କଲେ ପରିବାର

Sep 10, 2026 - 13:54
Student’s Tooth Allegedly Broken by Teacher: ଛାତ୍ରଙ୍କ ଦାନ୍ତ ଭାଙ୍ଗିଦେଲେ ଶିକ୍ଷକ, ଥାନାରେ ଅଭିଯୋଗ କଲେ ପରିବାର

ନବୋଦୟ ବିଦ୍ୟାଳୟରେ ଛାତ୍ରଙ୍କୁ ମାଡ଼ ଅଭିଯୋଗ। ମାଡ ମାରି ଦାନ୍ତ ଭାଙ୍ଗିଦେଲେ ଶିକ୍ଷକ। ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହେଲେ ଛାତ୍ର । ବୌଦ୍ଧ ଜିଲ୍ଲା ପାଲଝାର ସ୍ଥିତ ଜବାହର ନବୋଦୟ ବିଦ୍ୟାଳୟରୁ ଆସିଛି ଅଭିଯୋଗ। ଛାତ୍ରମାନେ ପଡ଼ିଆରେ ଖେଳୁଥିବା ସମୟରେ ପିଇଟି ଶିକ୍ଷକ ମାଡ ମାରିଥିଲେ। ଛାତ୍ରଙ୍କ ଦାନ୍ତ ଭାଙ୍ଗିଯାଇଥିବା ବେଳେ ହାତ ଓ ଗୋଡ଼ରେ ଆଘାତ ଲାଗିଛି।

ଆହତ ଛାତ୍ରଙ୍କୁ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଏନେଇ ପରିବାର ଲୋକେ ବୌଦ୍ଧ ଆଦର୍ଶ ଥାନାରେ ପିଇଟି ଶିକ୍ଷକଙ୍କ ନାଁରେ ଅଭିଯୋଗ କରିବା ସହ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ସେପଟେ ପ୍ରଧାନ ଶିକ୍ଷକ କହିଛନ୍ତି ଛାତ୍ରମାନେ କଥା ନ ଶୁଣିବାରୁ ପିଇଟି ଶିକ୍ଷକ ମାଡ ମାରିଥିଲେ। ଅଭିଯୋଗର ତଦନ୍ତ କରାଯିବା ସହ ସମ୍ପୃକ୍ତ ପିଇଟି ଟିଚରଙ୍କ ବିରୋଧରେ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି । 

ସପ୍ତମ ଶ୍ରେଣୀ ଛାତ୍ରଙ୍କ ଦାନ୍ତ ଭାଙ୍ଗିଦେଲେ ପିଇଟି ଶିକ୍ଷକ
ବଘିଆପଡ଼ା ଜବାହର ନବୋଦୟ ବିଦ୍ୟାଳୟ ଛାତ୍ର ଲହୁଲୁହାଣ
ଛାତ୍ରଙ୍କ ଗୋଡ଼ ଓ ହାତରେ ଲାଗିଛି ଆଘାତ
ଆହତ ଛାତ୍ର ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଭର୍ତ୍ତି
ବୌଦ୍ଧ ଆଦର୍ଶ ଥାନାରେ ଶିକ୍ଷକଙ୍କ ନାଁରେ ଅଭିଯୋଗ କଲେ ପରିବାର

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।