Success: ପାନ ଦୋକାନୀଙ୍କ ଝିଅ ବିଚାରପତି; ବଖାଣିଲେ ସଂଘର୍ଷକୁ ସଫଳତାର ଯାତ୍ରା.....
କାନପୁର: ଦୃଢ଼ ଇଚ୍ଛାଶକ୍ତି, ଅକ୍ଳାନ୍ତ ପରିଶ୍ରମ ଓ ପରିବାରର ସମର୍ଥନ ଥିଲେ ଯେ କୌଣସି ପ୍ରତିକୂଳ ପରିସ୍ଥିତିକୁ ହରାଇ ସଫଳତାର ଶିଖରରେ ପହଞ୍ଚିହୁଏ, ତାହା ପ୍ରମାଣ କରିଛନ୍ତି ଉତ୍ତରପ୍ରଦେଶର ନିଶି ଗୁପ୍ତା।
ଏକ ସାଧାରଣ ପରିବାରରୁ ଆସିଥିବା ନିଶି ଆଜି ବିଚାରପତି ।
ତାଙ୍କ ବାପାଙ୍କର ରହିଛି ଏକ ଛୋଟ ପାନ ଦୋକାନ।
ଦିନେ ଯେଉଁ ପରିବାର ପାଇଁ ଝିଅର ପାଠପଢ଼ା ଓ ବହି କିଣିବା ଏକ ବଡ଼ ଆହ୍ୱାନ ଥିଲା, ସେହି ପରିବାରର ଝିଅ ଆଜି ନ୍ୟାୟିକ ବ୍ୟବସ୍ଥାର ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱରେ ଅବସ୍ଥାପିତ।
ଉତ୍ତରପ୍ରଦେଶ ନ୍ୟାୟିକ ସେବା- ୨୦୨୨ ପରୀକ୍ଷାରେ ପ୍ରଥମ ସ୍ଥାନ ହାସଲ କରି ସେ ରାଜ୍ୟ ଟପ୍ପର ହୋଇଥିଲେ।
Advertisment କାନପୁରର ଏକ ମଧ୍ୟବିତ୍ତ ଯୌଥ ପରିବାରରେ ନିଶିଙ୍କ ପିଲାଦିନ କଟିଥିଲା।
ପରିବାରର ଆର୍ଥିକ ସ୍ଥିତି ସେତେଟା ସ୍ୱଚ୍ଛଳ ନଥିଲା।
ବାପା ଏକ ପାନ ଦୋକାନ କରି ପରିବାର ଚଳାଉଥିଲେ।
ଏଭଳି ପରିସ୍ଥିତିରେ ଝିଅର ପାଠପଢ଼ା ପାଇଁ ଅର୍ଥ ଯୋଗାଡ଼ କରିବା ସହଜ ନଥିଲା।
ତଥାପି ପାଠପଢ଼ା ପ୍ରତି ନିଶିଙ୍କ ଆଗ୍ରହ କେବେ କମି ନଥିଲା।
ଛୋଟବେଳୁ ମେଧାବୀ ଥିବା ନିଶି ହିନ୍ଦୀ ମିଡିୟମରେ ସ୍କୁଲ ଶିକ୍ଷା ଶେଷ କରିଥିଲେ।
ପିଲାଦିନରୁ ନିଶିଙ୍କ ମନରେ ଆଇନ କ୍ଷେତ୍ରରେ କ୍ୟାରିୟର ଗଢ଼ିବାର ସ୍ୱପ୍ନ ଥିଲା।
ଦ୍ୱାଦଶ ଶ୍ରେଣୀ ପରେ ଏହି ଲକ୍ଷ୍ୟ ନେଇ ସେ ଆଗକୁ ବଢ଼ିଥିଲେ।
ପରିବାରରେ କେହି ଆଇନ କ୍ଷେତ୍ର ସହ ଜଡ଼ିତ ନଥିବାରୁ ତାଙ୍କୁ ନିଜେ ହିଁ ନିଜ ପାଇଁ ବାଟ ଖୋଜିବାକୁ ପଡ଼ିଥିଲା।
ହିନ୍ଦୀ ମିଡିୟମରେ ପଢ଼ିଥିବାରୁ ଇଂରାଜୀ ଓ ଆଇନ ସମ୍ବନ୍ଧୀୟ ପାରିଭାଷିକ ଶବ୍ଦ ବୁଝିବାରେ ମଧ୍ୟ ତାଙ୍କୁ ସମସ୍ୟା ହେଉଥିଲା।
ତେବେ ଏସବୁକୁ ଦୁର୍ବଳତା ଭାବେ ଗ୍ରହଣ ନକରି ସେ ନିଜକୁ ଅଧିକ ଦକ୍ଷ କରିବାରେ ଲାଗିପଡ଼ିଥିଲେ।
ଆହ୍ଲାବାଦ ବିଶ୍ୱବିଦ୍ୟାଳୟରୁ ଏଲ୍ଏଲ୍ବି ଓ ଏଲ୍ଏଲ୍ଏମ୍ ଡିଗ୍ରୀ ହାସଲ କରିଥିଲେ।
ପ୍ରସ୍ତୁତିର ମୁଖ୍ୟ ଆଧାର ଥିଲା '୩-ଆର୍' ଆର୍ଥିକ ଅଭାବ ନିଶିଙ୍କ ପ୍ରସ୍ତୁତିକୁ ମଧ୍ୟ ପ୍ରଭାବିତ କରିଥିଲା।
ନୂଆ ବହି କିଣିବା ସମ୍ଭବ ନଥିବାରୁ ସେ ନିଜ ବଡ଼ ଭଉଣୀଙ୍କ ପୁରୁଣା ବହି ପଢ଼ି ପ୍ରସ୍ତୁତି କରୁଥିଲେ।
ଜଣେ ଷ୍ଟଡି ପାର୍ଟନରଙ୍କ ସହ ମିଶି ପାଠପଢ଼ା ଓ ଅଭ୍ୟାସ ଜାରି ରଖିଥିଲେ।
ତାଙ୍କ ପ୍ରସ୍ତୁତିର ମୁଖ୍ୟ ଆଧାର ଥିଲା '୩-ଆର୍' ସୂତ୍ର।
ରିପିଟେସନ୍, ରିଟେନସନ୍ ଓ ରିପ୍ରଡକ୍ସନ୍ ଅର୍ଥାତ୍ ବାରମ୍ବାର ଅଭ୍ୟାସ, ପଢ଼ିଥିବା ବିଷୟକୁ ମନେ ରଖିବା ଏବଂ ଶିଖିଥିବା ବିଷୟକୁ ଠିକ୍ ଭାବେ ଉପସ୍ଥାପନ କରିବା ଉପରେ ସେ ଗୁରୁତ୍ୱ ଦେଉଥିଲେ।
ଉତ୍ତରପ୍ରଦେଶରେ ସଫଳତା ପାଇବା ପୂର୍ବରୁ ସେ ମଧ୍ୟପ୍ରଦେଶ ଓ ରାଜସ୍ଥାନର ନ୍ୟାୟିକ ସେବା ପରୀକ୍ଷା ଦେଇଥିଲେ।
ଏପରିକି ସାକ୍ଷାତକାର ପର୍ଯ୍ୟାୟ ପର୍ଯ୍ୟନ୍ତ ପହଞ୍ଚି ମଧ୍ୟ ମାତ୍ର ଗୋଟିଏ ନମ୍ବର ପାଇଁ ଚୟନରୁ ବଞ୍ଚିତ ହୋଇଥିଲେ।
ଏହି ବିଫଳତା ତାଙ୍କୁ ନିରାଶ କରିଥିଲେ ମଧ୍ୟ ସେ ହାର ମାନିନଥିଲେ।
ନିଜର ଦୁର୍ବଳତାକୁ ଚିହ୍ନଟ କରି ସେଥିରେ ସୁଧାର ଆଣିଥିଲେ।
ଶେଷରେ ତାଙ୍କର ଅଧ୍ୟବସାୟ ସଫଳ ହୋଇଥିଲା।
UP PCS-J ୨୦୨୨ ପରୀକ୍ଷାରେ ପ୍ରଥମ ସ୍ଥାନ ହାସଲ କରି ସେ ରାଜ୍ୟର ଟପ୍ପର ହୋଇଥିଲେ।
Eco Friendly Diyas: ନିଆରା ଦୀପ: ଜାଳି ସାରି ମାଟିରେ ପୋତିଲେ ସେଥିରୁ ଉଠିବ ଗଛ!
ବର୍ତ୍ତମାନ ନିଶି ଗୁପ୍ତା ଉତ୍ତରପ୍ରଦେଶର ମହୋବା ଜିଲ୍ଲାରେ ସିଭିଲ୍ ଜଜ୍ (ଜୁନିୟର ଡିଭିଜନ୍) ତଥା ନ୍ୟାୟିକ ମାଜିଷ୍ଟ୍ରେଟ୍ ଭାବେ କାର୍ଯ୍ୟରତ ଅଛନ୍ତି।
ତାଙ୍କର ଏହି ଯାତ୍ରା ଏକ ବଡ଼ ବାର୍ତ୍ତା ଦେଉଛି ସଫଳତା ପାଇଁ ଧନୀ ପରିବାର କିମ୍ବା ସୁବିଧାସୁଯୋଗ ନୁହେଁ, ଆବଶ୍ୟକ ଦୃଢ଼ ଲକ୍ଷ୍ୟ, ନିରନ୍ତର ପରିଶ୍ରମ ଓ ପରିବାରର ସମର୍ଥନ।
ଜଣେ ବାପା ଯେତେବେଳେ ଝିଅର ସ୍ୱପ୍ନକୁ ନିଜର ସ୍ୱପ୍ନ ଭାବେ ଗ୍ରହଣ କରନ୍ତି, ସେତେବେଳେ ସମାଜର ଟାହିଟାପରା ମଧ୍ୟ ତାଙ୍କ ସଫଳତାର ବାଟ ରୋକିପାରେ ନାହିଁ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।