Sunita Ahuja Missing: ଆମେରିକାରୁ ଫେରି ବାପ୍ପାଙ୍କ ଦରବାରରେ ଗୋବିନ୍ଦା, ପିଲାଙ୍କ ସହ କଲେ ପୂଜା; କୁଆଡ଼େ ଗଲେ ସୁନୀତା?

Sep 15, 2026 - 15:45
Sunita Ahuja Missing: ଆମେରିକାରୁ ଫେରି ବାପ୍ପାଙ୍କ ଦରବାରରେ ଗୋବିନ୍ଦା, ପିଲାଙ୍କ ସହ କଲେ ପୂଜା; କୁଆଡ଼େ ଗଲେ ସୁନୀତା?

ଆମେରିକାରୁ ଫେରିବା ପରେ ଗଣପତି ବାପ୍ପାଙ୍କ ଦର୍ଶନ କରିଛନ୍ତି ବଲିଉଡ୍‌ ଅଭିନେତା ଗୋବିନ୍ଦା। ଗଣେଶ ଚତୁର୍ଥୀ ଅବସରରେ ବିଳମ୍ବିତ ରାତିରେ ସେ ନିଜ ପିଲା ଟିନା ଓ ୟଶବର୍ଦ୍ଧନଙ୍କ ସହ ବାପ୍ପାଙ୍କ ଆଶୀର୍ବାଦ ନେଇଥିଲେ। ତେବେ ସେହି ସମୟରେ ଗୋବିନ୍ଦାଙ୍କ ପତ୍ନୀ ସୁନୀତା ଆହୁଜା ନଜର ନଆସିବା ଏବେ ଚର୍ଚ୍ଚାର କାରଣ ପାଲଟିଛି।

ମା’ଙ୍କଠାରୁ ଆରମ୍ଭ, ପୁଅ ନେଉଛନ୍ତି ପରମ୍ପରା ଆଗକୁ

ଗୋବିନ୍ଦା କହିଛନ୍ତି ଯେ, ତାଙ୍କ ପରିବାରରେ ଗଣପତି ପୂଜାର ପରମ୍ପରା ତାଙ୍କ ମା’ଙ୍କଠାରୁ ଆରମ୍ଭ ହୋଇଥିଲା। ବର୍ଷ ବର୍ଷ ଧରି ସେ ଏହି ପରମ୍ପରାକୁ ପାଳନ କରିଆସୁଛନ୍ତି। ଏବେ ତାଙ୍କ ପୁଅ ୟଶବର୍ଦ୍ଧନ ମଧ୍ୟ ଏହି ପରମ୍ପରାକୁ ଆଗକୁ ନେଉଥିବାରୁ ସେ ଖୁସି ଥିବା କହିଛନ୍ତି।

ଅଭିନେତାଙ୍କ ପାଇଁ ଗଣପତି ଉତ୍ସବ କେବଳ ଧାର୍ମିକ ଆୟୋଜନ ନୁହେଁ, ବରଂ ପରିବାର ସହ ଜଡ଼ିତ ଏକ ଭାବପ୍ରବଣ ପରମ୍ପରା। ବାପ୍ପାଙ୍କ ନିକଟରେ ସେ ପୁଅର ସଫଳତା ଓ ସମୃଦ୍ଧି ପାଇଁ ଆଶୀର୍ବାଦ ମାଗିଥିଲେ।

‘ପୁଅ ମୋଠାରୁ ବି ଭଲ କରୁ’

ୟଶବର୍ଦ୍ଧନଙ୍କୁ ନେଇ ଗୋବିନ୍ଦାଙ୍କ ସ୍ୱପ୍ନ ମଧ୍ୟ ବେଶ୍‌ ବଡ଼। ସେ ଚାହୁଁଛନ୍ତି ଯେ, ଦିନେ ଲୋକେ କୁହନ୍ତୁ ୟଶବର୍ଦ୍ଧନ ଗୋବିନ୍ଦାଙ୍କଠାରୁ ମଧ୍ୟ ଭଲ କାମ କରିଛନ୍ତି। ପୁଅର ସଫଳତା ପାଇଁ ବାପ୍ପା ତାଙ୍କ ସମସ୍ତ ବାଧା ଦୂର କରନ୍ତୁ ଏବଂ ତାଙ୍କୁ ସଫଳତାର ଶୀର୍ଷରେ ପହଞ୍ଚାନ୍ତୁ ବୋଲି ଗୋବିନ୍ଦା ପ୍ରାର୍ଥନା କରିଛନ୍ତି।

ଝିଅ ଟିନାଙ୍କ ପାଇଁ ମଧ୍ୟ ବିଶେଷ ପ୍ରାର୍ଥନା

ପୁଅ ସହ ଝିଅ ଟିନାଙ୍କ ପାଇଁ ମଧ୍ୟ ବାପ୍ପାଙ୍କ ନିକଟରେ ବିଶେଷ ପ୍ରାର୍ଥନା କରିଛନ୍ତି ଗୋବିନ୍ଦା। ଟିନାଙ୍କୁ ଭଲ ଜୀବନସାଥୀ, ସୁଖୀ ପରିବାର ଓ ଖୁସିଭରା ଜୀବନ ମିଳୁ ବୋଲି ସେ କାମନା କରିଛନ୍ତି।

ପୂଜା ପରେ ଗୋବିନ୍ଦା ନିଜ ଦୁଇ ପିଲାଙ୍କ ସହ ଫଟୋ ମଧ୍ୟ ଉଠାଇଥିଲେ। କିନ୍ତୁ ଏହି ଫଟୋରେ ସୁନୀତା ଆହୁଜାଙ୍କୁ ଦେଖିବାକୁ ମିଳିନଥିଲା।

ଗୋବିନ୍ଦା ନଥିବା ବେଳେ ସୁନୀତା ନେଇଥିଲେ ଦାୟିତ୍ୱ

ଗୋବିନ୍ଦା ଆମେରିକାରେ ଥିବାରୁ ଏଥର ଗଣପତି ବାପ୍ପାଙ୍କୁ ଘରକୁ ଆଣିବାର ଦାୟିତ୍ୱ ସୁନୀତା ଆହୁଜା ନିଜେ ନେଇଥିଲେ। ସେ ଗୀତ ଓ ନାଚରେ ଉତ୍ସବମୁଖର ପରିବେଶ ମଧ୍ୟରେ ବାପ୍ପାଙ୍କୁ ଘରକୁ ଆଣିଥିଲେ। ସାଧାରଣତଃ ଗୋବିନ୍ଦା କିମ୍ବା ୟଶବର୍ଦ୍ଧନ ବାପ୍ପାଙ୍କୁ ଘରକୁ ଆଣୁଥିବା ବେଳେ ଏଥର ସୁନୀତା ନିଜେ ଏହି ପରମ୍ପରା ପାଳନ କରିଥିଲେ।

ତେବେ ଗୋବିନ୍ଦାଙ୍କ ସହ କାହିଁକି ନଥିଲେ ସୁନୀତା?

ଗୋବିନ୍ଦା ଆମେରିକାରୁ ଫେରିବା ପରେ ବିଳମ୍ବିତ ରାତିରେ ପରିବାର ସହ ବାପ୍ପାଙ୍କ ଦର୍ଶନ କରିଥିଲେ। ପୂର୍ବରୁ ସୁନୀତା କହିଥିଲେ ଯେ, ଯାତ୍ରା ପରେ ଯଦି ଗୋବିନ୍ଦା ଥକି ଯାଇଥାନ୍ତି, ତେବେ ସେ ହୁଏତ ସେହିଦିନ ବାପ୍ପାଙ୍କ ଦର୍ଶନ କରିବେ ନାହିଁ।

ହେଲେ ଗୋବିନ୍ଦା ରାତିରେ ହିଁ ପହଞ୍ଚି ପୂଜା କରିଥିଲେ। ଏହି ସମୟରେ ସୁନୀତା ତାଙ୍କ ସହ ନଥିବା ଏବଂ ଫ୍ୟାମିଲି ଫଟୋରେ ମଧ୍ୟ ନଜର ନଆସିବା ଘଟଣା ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା ବଢ଼ାଇଛି। ତେବେ ସୁନୀତାଙ୍କ ଅନୁପସ୍ଥିତିର ପ୍ରକୃତ କାରଣ ସ୍ପଷ୍ଟ ହୋଇନାହିଁ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।