Super intelligence: AI ନୁହେଁ, ଏବେ SI! ଟ୍ରମ୍ପଙ୍କ ବଡ଼ ଘୋଷଣା, ‘ସୁପର୍ ଇଣ୍ଟେଲିଜେନ୍ସ ଯୁଗ’ର ଶୁଭାରମ୍ଭ
"ନୂଆଦିଲ୍ଲୀ: ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI)କୁ ନେଇ ବିଶ୍ୱରେ ଚର୍ଚ୍ଚା ଜାରି ଥିବା ବେଳେ ଆମେରିକାରୁ ଆସିଛି ଏକ ବଡ଼ ଖବର।
ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂଆ କାର୍ଯ୍ୟକାରୀ ଆଦେଶ ଜାରି କରି ସରକାରୀ ସ୍ତରରେ "Artificial Intelligence" ବା "AI" ଶବ୍ଦ ବ୍ୟବହାରକୁ ବଦଳାଇବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଏହାର ସ୍ଥାନରେ ଏବେ "Super Intelligence" ବା "SI" ଶବ୍ଦ ବ୍ୟବହାର କରାଯିବ। "Inaugurating the Era of Super Intelligence" ନାମକ ଏହି କାର୍ଯ୍ୟକାରୀ ଆଦେଶରେ ଟ୍ରମ୍ପ କହିଛନ୍ତି ଯେ, ଆଧୁନିକ ପ୍ରଯୁକ୍ତି କେବଳ ମାନବ ବୁଦ୍ଧିମତାର ଅନୁକରଣ କରୁନାହିଁ, ବରଂ ମାନବ କ୍ଷମତାକୁ ଆହୁରି ଆଗକୁ ନେବାରେ ସହାୟକ ହେଉଛି।
ସେଥିପାଇଁ "AI" ଭଳି ପୁରୁଣା ଶବ୍ଦ ପରିବର୍ତ୍ତେ "SI" ଶବ୍ଦ ବ୍ୟବହାର କରିବା ସମୟର ଆବଶ୍ୟକତା ବୋଲି ପ୍ରଶାସନ ମତ ରଖିଛି।Advertisment MrBeast: ୟୁଟ୍ୟୁବ୍ରୁ କୋଟି କୋଟି ରୋଜଗାର… ଦାନ କରନ୍ତି ଲକ୍ଷ ଲକ୍ଷ!
କିଏ ଏହି ମିଷ୍ଟର୍ ବିଷ୍ଟ?
ଏହି ଆଦେଶ ପରେ ଆମେରିକାର ସମସ୍ତ ସରକାରୀ ବିଭାଗ, ଏଜେନ୍ସି, ୱେବସାଇଟ୍, ରିପୋର୍ଟ, ସରକାରୀ ଚିଠିପତ୍ର ଓ ନୀତିଗତ ଦସ୍ତାବେଜରେ ନୂଆ ଶବ୍ଦାବଳୀ ଅପନାଇବାକୁ ପଡ଼ିବ।
ତେବେ ପୂର୍ବରୁ ଜାରି ହୋଇଥିବା ନିୟମ, ଚୁକ୍ତିନାମା, ଅନୁଦାନ ଓ ଐତିହାସିକ ରେକର୍ଡରେ କୌଣସି ପରିବର୍ତ୍ତନ କରାଯିବ ନାହିଁ।ଟ୍ରମ୍ପ ପ୍ରଶାସନର ଦାବି ହେଉଛି, ପ୍ରାୟ ୭୦ ବର୍ଷ ପୁରୁଣା "Artificial Intelligence" ଧାରଣା ବର୍ତ୍ତମାନର ପ୍ରଯୁକ୍ତିର କ୍ଷମତାକୁ ଠିକ୍ ଭାବେ ବ୍ୟାଖ୍ୟା କରିପାରୁନାହିଁ।
ଆଜିର ଉନ୍ନତ ସିଷ୍ଟମ୍ଗୁଡ଼ିକ ବିଜ୍ଞାନ, ଚିକିତ୍ସା, ଗବେଷଣା ଓ ନବସୃଷ୍ଟି କ୍ଷେତ୍ରରେ ଏମିତି ସଫଳତା ଆଣୁଛନ୍ତି, ଯାହା କିଛି ବର୍ଷ ପୂର୍ବରୁ କଳ୍ପନା ବାହାରେ ଥିଲା।ଟ୍ରମ୍ପଙ୍କ ଏହି ପଦକ୍ଷେପ ପରେ ବିଶ୍ୱ ଟେକ୍ନୋଲୋଜି ମହଳରେ ନୂଆ ଚର୍ଚ୍ଚା ଆରମ୍ଭ ହୋଇଛି।
AIରୁ SIକୁ ଏହି ନାମ ପରିବର୍ତ୍ତନ କେବଳ ଶବ୍ଦ ବଦଳ ନା ଟେକ୍ନୋଲୋଜିର ନୂଆ ଅଧ୍ୟାୟ, ତାହା ଆଗାମୀ ଦିନରେ ସ୍ପଷ୍ଟ ହେବ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।