Supply Department Raids Godown: ମଧ୍ୟାହ୍ନ ଭୋଜନ ଚାଉଳ ଚୋରି ଘଟଣାରେ କାର୍ଯ୍ୟାନୁଷ୍ଠାନ; ଅନଧିକୃତ ଗୋଦାମ ସିଲ କଲା ଯୋଗାଣ ବିଭାଗ

Sep 05, 2026 - 19:17
Supply Department Raids Godown: ମଧ୍ୟାହ୍ନ ଭୋଜନ ଚାଉଳ ଚୋରି ଘଟଣାରେ କାର୍ଯ୍ୟାନୁଷ୍ଠାନ; ଅନଧିକୃତ ଗୋଦାମ ସିଲ କଲା ଯୋଗାଣ ବିଭାଗ

ମଧ୍ୟାହ୍ନ ଭୋଜନ ଚାଉଳ ଚୋରି ଘଟଣାରେ ଯୋଗାଣ ବିଭାଗର ଚଢାଉ। ଖବର ପ୍ରସାରଣ ପରେ ମଧ୍ୟାହ୍ନ ଭୋଜନ ପାଇଁ ଗଚ୍ଛିତ ଥିବା ଗୋଦାମରେ ଚଢାଉ କରି ତଦନ୍ତ କରାଯାଉଛି। ଗଜପତି ଜିଲ୍ଲାର ମଧ୍ୟାହ୍ନ ଭୋଜନ ଚାଉଳକୁ ଯୋଗାଣ କରୁଥିବା ଟ୍ରାନ୍ସପୋର୍ଟ କମ୍ପାନୀ ତାର କର୍ମଚାରୀଙ୍କୁ ଲଗାଇ ବସ୍ତାରୁ ଚାଉଳ ଚୋରି କରି ନେଉଥିବା ଅଭିଯୋଗ ହୋଇଥିଲା।

ଖଜୁରୀପଦା ଗାଁରେ ଥିବା ଅନଧିକୃତ ଗୋଦାମ ଉପରେ ଚଢାଉ କରି ତଦନ୍ତ କରିଥିଲା। ତଦନ୍ତ ବେଳେ ମଧ୍ୟାହ୍ନ ଭୋଜନ ଚାଉଳ ବ୍ୟାପକ ହେରଫେର ହୋଇଥିବା ଜଣାପଡିବା ପରେ ଗୋଦାମକୁ ସିଲ କରି ତଦନ୍ତ ଜାରି ରଖିଛି। ଷ୍ଟକ ରେଜିଷ୍ଟର ଅନୁସାରେ ବର୍ତ୍ତମାନ ୩୦୮୬ଟି ୫୦କେଜିର ଚାଉଳ ବସ୍ତା ଗଚ୍ଛିତ ରହିବା କଥା । କିନ୍ତୁ ଚଢଉ ବେଳେ ଗୋଦାମରେ ମାତ୍ର ୧୫୫୨ ଟି ଚାଉଳ ବସ୍ତା ଗଚ୍ଛିତ ରହିଥିବା ବେଳେ ବାକି ୧୫୩୪ଟି ବସ୍ତା ନଥିବା ଜଣାପଡିଥିଲା। 

ତେଣୁ ଗୋଦାମକୁ ସିଲ କରାଯାଇଛି। ଚାଉଳକୁ ଏଭଳି ହରିଲୁଟ କରୁଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମୋହନା ବିଧାୟକ ଦାବି କରିଛନ୍ତି। ସେପଟେ ଏହି ଘଟଣାରେ ଥାନାରେ ଏତଲା ଦେବାକୁ ଜିଲ୍ଲା ଶିକ୍ଷା ବିଭାଗକୁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି ଉପଜିଲ୍ଲାପାଳ।

  • ମଧ୍ୟାହ୍ନ ଭୋଜନ ଚାଉଳ ଚୋରି ଘଟଣାରେ କାର୍ଯ୍ୟାନୁଷ୍ଠାନ
  • ଅନଧିକୃତ ଗୋଦାମ ସିଲ କଲା ଯୋଗାଣ ବିଭାଗ
  • ମଧ୍ୟାହ୍ନ ଭୋଜନ ଚାଉଳ ଚୋରି ନେଇ ଆସିଥିଲା ଅଭଯୋଗ
  • ଥାନାରେ ଏତଲା ଦେବାକୁ ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।