Supreme Court: ସୁପ୍ରିମକୋର୍ଟରେ ଚାକିରି ସୁଯୋଗ, ୨୦ଟି ପଦବି ପାଇଁ ଆବେଦନ ଆରମ୍ଭ

Oct 29, 2026 - 16:31
Supreme Court: ସୁପ୍ରିମକୋର୍ଟରେ ଚାକିରି ସୁଯୋଗ, ୨୦ଟି ପଦବି ପାଇଁ ଆବେଦନ ଆରମ୍ଭ

ନୂଆଦିଲ୍ଲୀ: ସରକାରୀ ଚାକିରି ପାଇବାକୁ ଆଶା ରଖିଥିବା ପ୍ରାର୍ଥୀଙ୍କ ପାଇଁ ସୁପ୍ରିମକୋର୍ଟ ରେ କାମ କରିବାର ଏକ ଭଲ ସୁଯୋଗ ରହିଛି।

ସୁପ୍ରିମକୋର୍ଟ ଅଫ୍ ଇଣ୍ଡିଆ ପକ୍ଷରୁ କୋର୍ଟ ମାଷ୍ଟର (ସର୍ଟହାଣ୍ଡ) ପଦବିରେ ନିଯୁକ୍ତି ପାଇଁ ଅନଲାଇନ୍ ଆବେଦନ ଆରମ୍ଭ ହୋଇଛି।

ଏହି ନିଯୁକ୍ତି ମାଧ୍ୟମରେ ମୋଟ ୨୦ଟି ପଦବି ପୂରଣ କରାଯିବ।

୨୦୨୬ ଅକ୍ଟୋବର ୨୫ରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ଆଗ୍ରହୀ ପ୍ରାର୍ଥୀମାନେ ନଭେମ୍ବର ୧୫, ୨୦୨୬ ପର୍ଯ୍ୟନ୍ତ ଆବେଦନ କରିପାରିବେ।

Advertisment ୨୦ଟି ପଦବିରେ ହେବ ନିଯୁକ୍ତି ସୁପ୍ରିମକୋର୍ଟ ପକ୍ଷରୁ କୋର୍ଟ ମାଷ୍ଟର (ସର୍ଟହାଣ୍ଡ)ର ମୋଟ ୨୦ଟି ପଦବି ପାଇଁ ନିଯୁକ୍ତି କରାଯିବ।

ଅଦାଲତର କାର୍ଯ୍ୟଧାରା ସଠିକ୍ ଭାବେ ପରିଚାଳନା କରିବାରେ କୋର୍ଟ ମାଷ୍ଟରଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥାଏ।

ତେଣୁ ଏହି ପଦବି ପାଇଁ ଆବେଦନ କରୁଥିବା ପ୍ରାର୍ଥୀଙ୍କ ପାଖରେ ଶିକ୍ଷାଗତ ଯୋଗ୍ୟତା ସହିତ ଆବଶ୍ୟକ କାର୍ଯ୍ୟ ଅଭିଜ୍ଞତା ଏବଂ ସର୍ଟହାଣ୍ଡ ସମ୍ବନ୍ଧୀୟ ଦକ୍ଷତା ରହିବା ଆବଶ୍ୟକ।

କିଏ କରିପାରିବେ ଆବେଦନ?

କୋର୍ଟ ମାଷ୍ଟର ପଦବି ପାଇଁ ଆବେଦନ କରିବାକୁ ପ୍ରାର୍ଥୀଙ୍କର କୌଣସି ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ସ୍ନାତକ ଡିଗ୍ରୀ ଥିବା ଆବଶ୍ୟକ।

ଏଥିସହ ସର୍ଟହାଣ୍ଡ ଏବଂ ନିଯୁକ୍ତି ପାଇଁ ଧାର୍ଯ୍ୟ ଅନ୍ୟାନ୍ୟ ଯୋଗ୍ୟତା ପୂରଣ କରିବାକୁ ପଡ଼ିବ।

ବୟସ ସୀମା: ୩୦ରୁ ୪୫ ବର୍ଷ।

ବୟସ କୋହଳ: ସଂରକ୍ଷିତ ବର୍ଗର ପ୍ରାର୍ଥୀଙ୍କୁ ସରକାରୀ ନିୟମ ଅନୁଯାୟୀ ବୟସରେ ଛାଡ଼ ମିଳିବ।

ଦରମା: ପେ ମ୍ୟାଟ୍ରିକ୍ସ ଲେଭଲ୍-୧୧ ଅନୁଯାୟୀ ମାସିକ ଦରମା ୬୭,୭୦୦ ଟଙ୍କାରୁ ୨,୦୮,୭୦୦ ଟଙ୍କା ପର୍ଯ୍ୟନ୍ତ ରହିବ।

କିପରି କରିବେ ଅନଲାଇନ୍ ଆବେଦନ?

ସୁପ୍ରିମକୋର୍ଟ କୋର୍ଟ ମାଷ୍ଟର ନିଯୁକ୍ତି ପାଇଁ ପ୍ରାର୍ଥୀମାନେ ଅନଲାଇନ୍‌ରେ ଆବେଦନ କରିବାକୁ ପଡ଼ିବ।

୧.

ପ୍ରଥମେ ସୁପ୍ରିମକୋର୍ଟର ଅଫିସିଆଲ୍ ୱେବସାଇଟ୍‌କୁ ଯାଆନ୍ତୁ।

୨.

ୱେବସାଇଟ୍‌ରେ ଥିବା ନିଯୁକ୍ତି ବିଭାଗକୁ ଯାଇ କୋର୍ଟ ମାଷ୍ଟର ନିଯୁକ୍ତି ସମ୍ବନ୍ଧୀୟ ବିଜ୍ଞପ୍ତି ଖୋଲନ୍ତୁ।

୩.

ବିଜ୍ଞପ୍ତିରେ ଦିଆଯାଇଥିବା ଆବେଦନ ଲିଙ୍କ୍‌ରେ କ୍ଲିକ୍ କରନ୍ତୁ।

୪.

ଆବେଦନ ଫର୍ମରେ ନିଜ ନାମ, ଜନ୍ମ ତାରିଖ, ଶିକ୍ଷାଗତ ଯୋଗ୍ୟତା ଏବଂ ଅନ୍ୟାନ୍ୟ ଆବଶ୍ୟକ ତଥ୍ୟ ପୂରଣ କରନ୍ତୁ।

୫.

ଆବଶ୍ୟକ ଦସ୍ତାବିଜ୍ ଅପଲୋଡ୍ କରି ଫର୍ମରେ ଦିଆଯାଇଥିବା ସମସ୍ତ ତଥ୍ୟ ଯାଞ୍ଚ କରନ୍ତୁ।

୬.

ଶେଷରେ ଆବେଦନ ଫର୍ମ ଦାଖଲ କରି ଏହାର ରସିଦ କିମ୍ବା ପ୍ରିଣ୍ଟଆଉଟ୍ ନିଜ ପାଖରେ ସୁରକ୍ଷିତ ରଖନ୍ତୁ।

ଆବେଦନର ଶେଷ ତାରିଖ ମନେ ରଖନ୍ତୁ ସୁପ୍ରିମକୋର୍ଟ କୋର୍ଟ ମାଷ୍ଟର ନିଯୁକ୍ତି ପାଇଁ ଅନଲାଇନ୍ ଆବେଦନର ଶେଷ ତାରିଖ ୧୫ ନଭେମ୍ବର ୨୦୨୬ ରହିଛି।

ଶେଷ ମୁହୂର୍ତ୍ତରେ ୱେବସାଇଟ୍‌ରେ ଅଧିକ ଭିଡ଼ କିମ୍ବା ବୈଷୟିକ ସମସ୍ୟା ଯୋଗୁଁ ଆବେଦନ କରିବାରେ ଅସୁବିଧା ହୋଇପାରେ।

ତେଣୁ ପ୍ରାର୍ଥୀମାନେ ଶେଷ ତାରିଖକୁ ଅପେକ୍ଷା ନକରି ସମୟ ପୂର୍ବରୁ ଆବେଦନ କରନ୍ତୁ।

ଆବେଦନ କରିବା ପୂର୍ବରୁ ଅଫିସିଆଲ୍ ବିଜ୍ଞପ୍ତିକୁ ଭଲଭାବେ ପଢ଼ି ଆବଶ୍ୟକ ଯୋଗ୍ୟତା, କାର୍ଯ୍ୟ ଅଭିଜ୍ଞତା ଏବଂ ଅନ୍ୟାନ୍ୟ ସର୍ତ୍ତ ସମ୍ପର୍କରେ ନିଶ୍ଚିତ ହୁଅନ୍ତୁ।

୪ ରାଜ୍ୟରେ ବିଧାନ ପରିଷଦ ନିର୍ବାଚନ: ବିଜେପି ୧୩ ଆସନ ସହିତ ସର୍ବାଗ୍ରେ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।