Supreme Court Issues Strong Warning: ସୁପ୍ରିମକୋର୍ଟଙ୍କ ଚରମ ଚେତାବନୀ! ସରକାର ନ ଶୁଣିଲେ ଧାରଣାରେ ବସିବେ ବିଚାରପତି
ରାସ୍ତା ଅଛି, ଗାଡ଼ି ଚାଲୁଛି… ହେଲେ ପାଦରେ ଚାଲୁଥିବା ଲୋକଙ୍କ ପାଇଁ ନାହିଁ ସୁରକ୍ଷିତ ଫୁଟପାଥ୍। ଏଥର ଏହି ଅବ୍ୟବସ୍ଥାକୁ ନେଇ ଗର୍ଜିଛନ୍ତି ସୁପ୍ରିମକୋର୍ଟ। ଦିଲ୍ଲୀ ହାଇକୋର୍ଟ ନିକଟରେ ଫୁଟପାଥ୍ ଓ ରାସ୍ତା ପାର୍ ହେବାର ବ୍ୟବସ୍ଥା ନଥିବାରୁ କ୍ଷୋଭ ପ୍ରକାଶ କରିଛନ୍ତି ସର୍ବୋଚ୍ଚ ଅଦାଲତ।
ଆଗାମୀ ଶୁଣାଣି ପୂର୍ବରୁ କାମ ନସରିଲେ, ହାଇକୋର୍ଟର ମୁଖ୍ୟ ଫାଟକରେ ଧାରଣାରେ ବସିବେ ବୋଲି ଚେତାବନୀ ଦେଇଛନ୍ତି ଦୁଇ ବିଚାରପତି। କେବଳ ବୈଠକ ନୁହେଁ, ଦରକାର ଜମିରେ କାମ। ସମସ୍ୟାର ସମାଧାନ ନହେଲେ ଦିଲ୍ଲୀ ସରକାରଙ୍କ ମୁଖ୍ୟ ସଚିବଙ୍କୁ ମଧ୍ୟ ଅଦାଲତରେ ହାଜର ହେବାକୁ ପଡ଼ିପାରେ।
ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି, ସୁରକ୍ଷିତ ଫୁଟପାଥ୍ରେ ଚାଲିବା ଲୋକଙ୍କ ମୌଳିକ ଅଧିକାର। ରାସ୍ତାରୁ ବେଆଇନ ଜବରଦଖଲ ହଟାଇବା ସହ ସମସ୍ତ ରାଜ୍ୟରେ ଫୁଟପାଥ୍ ନିର୍ମାଣ ଓ ରକ୍ଷଣାବେକ୍ଷଣ ଉପରେ ଗୁରୁତ୍ୱ ଦେଇଛନ୍ତି କୋର୍ଟ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।