Supreme Court Rejects Tamil Nadu Government Plea: ଭାଷା ବିବାଦରେ ନୂଆ ମୋଡ଼! ତାମିଲନାଡୁକୁ ସୁପ୍ରିମକୋର୍ଟଙ୍କ ବଡ଼ ନିର୍ଦ୍ଦେଶ

Sep 17, 2026 - 18:17
Supreme Court Rejects Tamil Nadu Government Plea: ଭାଷା ବିବାଦରେ ନୂଆ ମୋଡ଼! ତାମିଲନାଡୁକୁ ସୁପ୍ରିମକୋର୍ଟଙ୍କ ବଡ଼ ନିର୍ଦ୍ଦେଶ

ତାମିଲନାଡୁରେ ପ୍ରତି ଜିଲ୍ଲାରେ ନବୋଦୟ ବିଦ୍ୟାଳୟ ପାଇଁ ଜମି ଚିହ୍ନଟ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଆବେଦନ ଖାରଜ କରିଛନ୍ତି ସୁପ୍ରିମକୋର୍ଟ। ତିନି ମାସ ମଧ୍ୟରେ ପ୍ରତି ଜିଲ୍ଲାରେ ଜମି ଚିହ୍ନଟ କରିବାକୁ କୋର୍ଟ କହିଛନ୍ତି।ନବୋଦୟ ବିଦ୍ୟାଳୟରେ ହିନ୍ଦୀ ପଢ଼ାଯିବାକୁ ନେଇ ତାମିଲନାଡୁର ଆପତ୍ତି ରହିଛି। ରାଜ୍ୟ ସରକାରଙ୍କ ଯୁକ୍ତି ହେଉଛି, ଏହି ବିଦ୍ୟାଳୟ ମାଧ୍ୟମରେ ହିନ୍ଦୀକୁ ତାମିଲ ଉପରେ ପ୍ରାଧାନ୍ୟ ଦେବାର ଚେଷ୍ଟା ହୋଇପାରେ।

ଶୁଣାଣି ସମୟରେ ବିଚାରପତି ବି.ଭି. ନାଗରତ୍ନା କହିଛନ୍ତି, ଦୃଷ୍ଟିକୋଣରେ ପରିବର୍ତ୍ତନ ଆବଶ୍ୟକ। ଭାଷା ପ୍ରସଙ୍ଗରେ କେନ୍ଦ୍ର ସହ ଆଲୋଚନା କରିବାକୁ ଏବଂ ସହଯୋଗମୂଳକ ସଂଘୀୟ ବ୍ୟବସ୍ଥାର ଭାବନାରେ ସମାଧାନ ଖୋଜିବାକୁ ରାଜ୍ୟକୁ କହିଛନ୍ତି କୋର୍ଟ।

ସୁପ୍ରିମକୋର୍ଟ କହିଛନ୍ତି, ତାମିଲନାଡୁ କେବଳ ଏହା କେନ୍ଦ୍ରର ନୀତି ବୋଲି କହି ତାହାକୁ ଗ୍ରହଣ କରିବାରୁ ମନା କରିପାରିବ ନାହିଁ। ତେବେ ରାଜ୍ୟ ସରକାର ଏହି ନୀତି ବିକଳ୍ପ ହୋଇଥିବା ଯୁକ୍ତି ରଖିଛନ୍ତି। ତାମିଲନାଡୁ ଏକମାତ୍ର ରାଜ୍ୟ, ଯେଉଁଠାରେ ଏପର୍ଯ୍ୟନ୍ତ ଗୋଟିଏ ବି ନବୋଦୟ ବିଦ୍ୟାଳୟ ନାହିଁ। ମାମଲାର ପରବର୍ତ୍ତୀ ଶୁଣାଣି ଡିସେମ୍ବର ୧୪ରେ ହେବ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।