Supreme Court: ଟିଏମସି ନେତା ଅଭିଷେକ ବାନାର୍ଜୀଙ୍କୁ ସୁପ୍ରିମକୋର୍ଟରୁ ଆଶ୍ୱସ୍ତି

Aug 10, 2026 - 16:41
Supreme Court: ଟିଏମସି ନେତା ଅଭିଷେକ ବାନାର୍ଜୀଙ୍କୁ ସୁପ୍ରିମକୋର୍ଟରୁ ଆଶ୍ୱସ୍ତି

"ନୂଆଦିଲ୍ଲୀ: ଟିଏମସି ସାଂସଦ ଏବଂ ମମତା ବାନାର୍ଜୀଙ୍କ ପୁତୁରା ଅଭିଷେକ ବାନାର୍ଜୀଙ୍କୁ ଆଖି ଚିକିତ୍ସା ପାଇଁ ବିଦେଶ ଯିବାକୁ ଅନୁମତି ମିଳିଛି।

ସୋମବାର ସୁପ୍ରିମକୋର୍ଟ ତାଙ୍କୁ ତିନି ସପ୍ତାହ ପାଇଁ ବିଦେଶ ଯିବାକୁ ଅନୁମତି ଦେଇଛନ୍ତି।

ପୂର୍ବରୁ ଅଗଷ୍ଟ ୫ ତାରିଖରେ କୋଲକାତା ହାଇକୋର୍ଟ ତାଙ୍କୁ ଚିକିତ୍ସା ପାଇଁ ବିଦେଶ ଯିବାକୁ ଅନୁମତି ଦେବାକୁ ମନା କରିଦେଇଥିଲେ।

ହାଇକୋର୍ଟ ତାଙ୍କ ଆବେଦନକୁ ଖାରଜ କରି ଏସଏସକେଏମ ହସ୍ପିଟାଲର ଏକ ମେଡିକାଲ ବୋର୍ଡ ଦ୍ୱାରା ପରୀକ୍ଷା କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ତାଙ୍କ ଆଖିର ରୋଗର ଚିକିତ୍ସା କୋଲକାତାରେ ହୋଇପାରିବ କି ବିଦେଶ ଯାତ୍ରା କରିବା ଆବଶ୍ୟକ ତାହା ଜଣାପଡ଼ିବ।ଅଭିଷେକ ବାନାର୍ଜୀ ହାଇକୋର୍ଟଙ୍କର ଏହି ରାୟକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ।Advertisment ସେପ୍ଟେମ୍ବରରେ ଯିବେ ବିଦେଶ ସୁପ୍ରିମକୋର୍ଟଙ୍କ ରାୟ ଅଭିଷେକ ବାନାର୍ଜୀଙ୍କୁ ଏକ ବଡ଼ ଆଶ୍ୱସ୍ତି ଦେଇଛି।

ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ, ବିଚାରପତି ଜୟମାଲ୍ୟ ବାଗଚୀ ଏବଂ ବିଚାରପତି ଭି.

ମୋହନାଙ୍କ ଖଣ୍ଡପୀଠ ମାମଲାର ଶୁଣାଣି କରି ତାଙ୍କୁ ଅନୁମତି ଦେଇଛନ୍ତି।

ରିପୋର୍ଟ ଅନୁସାରେ, ତାଙ୍କର ବିଦେଶ ଯାତ୍ରା ସେପ୍ଟେମ୍ବରରେ ହେବାର କାର୍ଯ୍ୟକ୍ରମ ରହିଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।