Supreme Court: ଦୟାଭାବ ଯୋଗୁଁ ଦେଶରେ ଅପରାଧ ବଢ଼ୁଛି: ମୃତ୍ୟୁଦଣ୍ଡ ହ୍ରାସକୁ ନେଇ ସୁପ୍ରିମ୍‌କୋର୍ଟଙ୍କ ଉଦ୍‌ବେଗ

Oct 09, 2026 - 19:11
Supreme Court: ଦୟାଭାବ ଯୋଗୁଁ ଦେଶରେ ଅପରାଧ ବଢ଼ୁଛି: ମୃତ୍ୟୁଦଣ୍ଡ ହ୍ରାସକୁ ନେଇ ସୁପ୍ରିମ୍‌କୋର୍ଟଙ୍କ ଉଦ୍‌ବେଗ

"ନୂଆଦିଲ୍ଲୀ: ମୃତ୍ୟୁଦଣ୍ଡକୁ ବାରମ୍ବାର ଆଜୀବନ କାରାଦଣ୍ଡରେ ପରିବର୍ତ୍ତନ କରାଯିବା ଓ ଏହା ପରେ ଦୋଷୀଙ୍କ ଅକାଳ ମୁକ୍ତି ଦାବିକୁ ନେଇ ସୁପ୍ରିମ୍‌କୋର୍ଟ ଉଦ୍‌ବେଗ ପ୍ରକାଶ କରିଛନ୍ତି।

ଅଦାଲତର ଅତ୍ୟଧିକ ଦୟାଭାବ ଯୋଗୁଁ ଦେଶରେ ଅପରାଧ ବଢ଼ୁଥିଛି ବୋଲି ବିଚାରପତି ଜଷ୍ଟିସ୍‌ ଦୀପଙ୍କର ଦତ୍ତ ମତ ଦେଇଛନ୍ତି।

ଗୁରୁବାର ଏକ ଅକାଳ ମୁକ୍ତି ଆବେଦନର ଶୁଣାଣି ବେଳେ ସେ ଏହି ମୌଖିକ ମନ୍ତବ୍ୟ ଦେଇଥିଲେ।Advertisment ଜଷ୍ଟିସ୍‌ ଦତ୍ତ ଓ ଜଷ୍ଟିସ୍‌ ଶୀଲ ନାଗୁଙ୍କ ଖଣ୍ଡପୀଠ ହରିୟାଣାର ସଞ୍ଜୀବ କୁମାର ନାମକ ଜଣେ ଦୋଷୀଙ୍କ ଆବେଦନର ଶୁଣାଣି କରୁଥିଲେ।

ଏକାଧିକ ହତ୍ୟା ମାମଲାରେ ମୃତ୍ୟୁଦଣ୍ଡ ପାଇଥିବା ସଞ୍ଜୀବଙ୍କ ଦଣ୍ଡ ପରେ ଆଜୀବନ କାରାଦଣ୍ଡକୁ ହ୍ରାସ କରାଯାଇଥିଲା।

ଜେଲ୍‌ରେ ୨୦ ବର୍ଷ ବିତାଇବା ପରେ ସେ ହରିୟାଣା ସରକାରଙ୍କ ୨୦୦୨ ମସିହାର କ୍ଷମାଦାନ ନୀତି ଅନୁସାରେ ଅକାଳ ମୁକ୍ତି ଦାବି କରିଥିଲେ।

ରାଜ୍ୟ ସରକାର ତାଙ୍କ ଆବେଦନ ଖାରଜ କରିଥିବାବେଳେ ପଞ୍ଜାବ ଓ ହରିୟାଣା ହାଇକୋର୍ଟ ଡିସେମ୍ବର ୨୦୨୫ରେ ସେହି ନିଷ୍ପତ୍ତିକୁ ରଦ୍ଦ କରି ମାମଲାର ପୁନର୍ବିଚାର ପାଇଁ କହିଥିଲେ।

ଏହାକୁ ଚ୍ୟାଲେଞ୍ଜ କରି ସୁପ୍ରିମ୍‌କୋର୍ଟରେ ଆବେଦନ ହୋଇଥିଲା।

ଜଷ୍ଟିସ୍‌ ଦତ୍ତ କହିଥିଲେ, ପୂର୍ବରୁ ହତ୍ୟା ଭଳି ଅପରାଧରେ ମୃତ୍ୟୁଦଣ୍ଡ କେବଳ "ବିରଳରୁ ବିରଳତମ" ମାମଲାରେ ଦିଆଯାଉଥିଲା।

ମୃତ୍ୟୁଦଣ୍ଡକୁ ଆଜୀବନ କାରାଦଣ୍ଡରେ ପରିବର୍ତ୍ତନ କରିବା ପରେ ପୁଣି ଅକାଳ ମୁକ୍ତି ଦାବି କରାଯିବାକୁ ନେଇ ମଧ୍ୟ ଖଣ୍ଡପୀଠ ଆପତ୍ତି ଉଠାଇଥିଲେ।

ଏହାକୁ ବୁଝାଇବା ପାଇଁ ଜଷ୍ଟିସ୍‌ ଦତ୍ତ ଏକ ପୂର୍ବ ମାମଲାର ଉଦାହରଣ ଦେଇଥିଲେ।

ଜଣେ ବ୍ୟକ୍ତି ନିଜ ବଡ଼ ଝିଅକୁ ଦୁଷ୍କର୍ମ କରି ହତ୍ୟା କରିଥିଲେ।

ପତ୍ନୀଙ୍କ ସାକ୍ଷ୍ୟ ଆଧାରରେ ସେ ଆଜୀବନ କାରାଦଣ୍ଡ ପାଇଥିଲେ।

ପରେ ପାରୋଲ୍‌ରେ ମୁକୁଳିବା ପରେ ସେ ନିଜ ପତ୍ନୀଙ୍କୁ ସାନ ଝିଅ ସମ୍ମୁଖରେ ହତ୍ୟା କରିଥିଲେ।

ସାନ ଝିଅର ସାକ୍ଷ୍ୟ ଆଧାରରେ ତାଙ୍କୁ ମୃତ୍ୟୁଦଣ୍ଡ ମିଳିଥିଲା।

କିନ୍ତୁ ପରେ ସୁପ୍ରିମ୍‌କୋର୍ଟ ସେହି ଦଣ୍ଡକୁ ଆଜୀବନ କାରାଦଣ୍ଡରେ ପରିବର୍ତ୍ତନ କରିଥିଲେ।

ଏଭଳି ମାମଲାରେ ଦୟାଭାବର ସୀମା ରହିବା ଆବଶ୍ୟକ ବୋଲି ଜଷ୍ଟିସ୍‌ ଦତ୍ତ କହିଥିଲେ।

ଖଣ୍ଡପୀଠ ସଞ୍ଜୀବ କୁମାରଙ୍କ ଅକାଳ ମୁକ୍ତି ମାମଲାରେ ରାଜ୍ୟ ସରକାରଙ୍କଠାରୁ ଅଧିକ ତଥ୍ୟ ମାଗିଛନ୍ତି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।