09 OCTOBER 2026

Welcome!

Unlock your personalized experience.
Sign Up

Fatty Liver : ଫ୍ୟାଟି ଲିଭର୍ କେବେ ଯକୃତ କର୍କଟ ରୂପ ନେଇଥାଏ? ଜାଣନ୍ତୁ ଡାକ୍ତରଙ୍କ ସତର୍କସୂଚକ ଲକ୍ଷଣ

Oct 09, 2026 - 17:02
Fatty Liver : ଫ୍ୟାଟି ଲିଭର୍ କେବେ ଯକୃତ କର୍କଟ ରୂପ ନେଇଥାଏ? ଜାଣନ୍ତୁ ଡାକ୍ତରଙ୍କ ସତର୍କସୂଚକ ଲକ୍ଷଣ

ଆଜିର ବ୍ୟସ୍ତବହୁଳ ଜୀବନଶୈଳୀ ଓ ଶାରୀରିକ ପରିଶ୍ରମର ଅଭାବ ଯୋଗୁଁ ‘ଫ୍ୟାଟି ଲିଭର୍’ ସମସ୍ୟା ବହୁତ ସାଧାରଣ ହୋଇଗଲାଣି। ଏହି ରୋଗର ପ୍ରାରମ୍ଭିକ ଅବସ୍ଥାରେ କୌଣସି ବଡ଼ ଲକ୍ଷଣ ଜାଣି ହୁଏ ନାହିଁ, ଯେଉଁଥିପାଇଁ ଅନେକେ ଏହାକୁ ଅଣଦେଖା କରିଥାଆନ୍ତି। ତେବେ ପ୍ରଶ୍ନ ଉଠେ ଯେ, ଏହି ଚର୍ବି ଜମା ହେବା କ୍ରମଶଃ ଯକୃତକୁ କ୍ଷତି ପହଞ୍ଚାଇ କର୍କଟ ରୋଗର କାରଣ ହୋଇପାରେ କି?

ଆହୁରି ପଢ଼ନ୍ତୁ: କାନପୁରର ୩୦ରୁ ଅଧିକ ମହିଳାଙ୍କୁ ସ୍ୱାବଲମ୍ବୀ କରୁଛନ୍ତି ମା'-ଝିଅ... 

ଏହି ବିଷୟରେ ଅଙ୍କୋଲୋଜିଷ୍ଟ ଡାକ୍ତର ଶାଶ୍ୱତ ତିୱାରି କହିଛନ୍ତି ଯେ, ଫ୍ୟାଟି ଲିଭର୍ ଥିବା ମାତ୍ରେ କେହି ଯେ କର୍କଟ ରୋଗରେ ଆକ୍ରାନ୍ତ ହେବେ ତାହା ନୁହେଁ। କିନ୍ତୁ ଏହା ଯକୃତରେ ପ୍ରଦାହ ବା କ୍ଷତ ସୃଷ୍ଟି କରୁଛି କି ନାହିଁ ତାହା ଜାଣିବା ଅତ୍ୟନ୍ତ ଜରୁରୀ।

ଫ୍ୟାଟି ଲିଭର୍ କିପରି ଲିଭର୍ କର୍କଟରେ ପରିଣତ ହୁଏ?

ଡାକ୍ତରଙ୍କ କହିବାନୁଯାୟୀ, ଅଧିକାଂଶ କ୍ଷେତ୍ରରେ ଫ୍ୟାଟି ଲିଭର୍ ସମସ୍ୟା ଏମ୍‌ଏଏସ୍‌ଏଲ୍‌ଡି ଅନ୍ତର୍ଗତ ହୋଇଥାଏ ଯାହା ବିଶ୍ୱର ପ୍ରାୟ ଏକ ତୃତୀୟାଂଶ ବୟସ୍କ ଲୋକଙ୍କୁ ପ୍ରଭାବିତ କରିଥାଏ। କିଛି ଲୋକଙ୍କ କ୍ଷେତ୍ରରେ ଯକୃତରେ ଅଧିକ ଚର୍ବି ଜମା ହେବା କାରଣରୁ ପ୍ରଦାହ ବା ଫୁଲା ସୃଷ୍ଟି ହୋଇଥାଏ, ଯାହାକୁ ଏମ୍‌ଏଏସ୍‌ଏଚ୍‌ କୁହାଯାଏ। ଯଦି ଏହି ପ୍ରଦାହ ଦୀର୍ଘ ସମୟ ପର୍ଯ୍ୟନ୍ତ ଲାଗିରହେ, ତେବେ ଏହା ଯକୃତରେ କ୍ଷତ ବା ଫାଇବ୍ରୋସିସ୍ ସୃଷ୍ଟି କରେ। ଅଧିକ ଗମ୍ଭୀର ଅବସ୍ଥାରେ ଏହା ସିରୋସିସ୍ ରୂପ ନିଏ, ଯାହା ଯକୃତ କର୍କଟ ହେବାର ଆଶଙ୍କାକୁ ବହୁଗୁଣିତ କରିଦେଇଥାଏ। ତେବେ ଡାକ୍ତର ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ଏହି ପରିବର୍ତ୍ତନ ସମସ୍ତଙ୍କ କ୍ଷେତ୍ରରେ ଘଟେ ନାହିଁ। କିନ୍ତୁ ସତର୍କ ନ ରହିଲେ ଏହା ଗମ୍ଭୀର ସମସ୍ୟା ସୃଷ୍ଟି କରିପାରେ।

୭ଟି ପ୍ରମୁଖ ଲକ୍ଷଣ:

ଯକୃତର ନିଜର ପୁନରୁଦ୍ଧାର କରିବାର କ୍ଷମତା ଥିବାରୁ ପ୍ରାରମ୍ଭିକ ଅବସ୍ଥାରେ ଏହାର କୌଣସି ସ୍ପଷ୍ଟ ଲକ୍ଷଣ ଜାଣିହୁଏ ନାହିଁ। ତେବେ ରୋଗ ବୃଦ୍ଧି ପାଇଲେ ଦେଖାଦେଉଥିବା ଏହି ୭ଟି ଲକ୍ଷଣକୁ କେବେବି ଅଣଦେଖା କରନ୍ତୁ ନାହିଁ:

ଅକାରଣରେ ଓଜନ ହ୍ରାସ ପାଇବା

  • କ୍ଷୁଧା କମିଯିବା 

  • ପେଟର ଉପର ଭାଗର ଡାହାଣ ପାଖରେ କ୍ରମାଗତ ଯନ୍ତ୍ରଣା ବା ଅସ୍ୱାଭାବିକ ଅନୁଭବ

  • ପେଟ ଫୁଲିବା ବା ପେଟରେ ଜଳୀୟ ଅଂଶ ଜମା ହେବା

  • ଜଣ୍ଡିସ୍ ବା କାମଳ 

  • ଅତ୍ୟଧିକ ଓ ଅସାଧାରଣ କ୍ଲାନ୍ତ ଅନୁଭବ ହେବା

  • ରୁଚି କମିବା ସହିତ ଶରୀର ଦୁର୍ବଳ ହେବା

ଆହୁରି ପଢ଼ନ୍ତୁ: କଲେଜରେ ଛାତ୍ର ସଂସଦ ନିର୍ବାଚନ: ନାମାଙ୍କନ ଶେଷ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।