Tourism Investors’ Meet ଛତ୍ରପୁରରେ ପର୍ଯ୍ୟଟନ ନିବେଶକ ସମ୍ମିଳନୀ
"ଛତ୍ରପୁର(ବସନ୍ତ କୁମାର ମହାରଣା): ଗଞ୍ଜାମ ଜିଲ୍ଲାରେ ପର୍ଯ୍ୟଟନ ଶିଳ୍ପର ବିକାଶ ସହ ଘରୋଇ ନିବେଶକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ଆଜି (ଶୁକ୍ରବାର) ଛତ୍ରପୁରସ୍ଥିତ ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ପର୍ଯ୍ୟଟନ ନିବେଶକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।
ସମ୍ମିଳନୀରେ ଗୋପାଳପୁର, ସୋନାପୁର, ଋଷିକୂଲ୍ୟା ମୁହାଣ, ଚିଲିକାର ରମ୍ଭା-ବରକୁଳ, ତାରାତାରିଣୀ ଓ ଭୈରବୀ ଭଳି ପ୍ରମୁଖ ପର୍ଯ୍ୟଟନସ୍ଥଳୀର ବିକାଶ ସହ ସମୁଦ୍ରକୂଳରେ ଆବାସ, ହୋଟେଲ, ହୋମ୍ଷ୍ଟେ, ପ୍ରକୃତି ପର୍ଯ୍ୟଟନ ଓ ଦୁଃସାହସିକ ପର୍ଯ୍ୟଟନ କ୍ଷେତ୍ରରେ ପୁଞ୍ଜିନିବେଶ ପାଇଁ ରହିଥିବା ସୁଯୋଗ ଉପରେ ଗୁରୁତ୍ୱ ଦିଆଯାଇଥିଲା।Advertisment Global Tourism Map: ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ଓଡ଼ିଶାକୁ ନୂଆ ପରିଚୟ ଦେବା ଲକ୍ଷ୍ୟ: ମୁଖ୍ୟମନ୍ତ୍ରୀ ଏହି କାର୍ଯ୍ୟକ୍ରମରେ, ମୁଖ୍ୟ ଅତିଥି ଭାବେ ପର୍ଯ୍ୟଟନ ବିଭାଗର କମିଶନର ତଥା ଶାସନ ସଚିବ ବଳବନ୍ତ ସିଂ ଯୋଗଦେଇଥିଲେ।
ନିଜ ବକ୍ତବ୍ୟରେ କହିଥିଲେ, ଓଡ଼ିଶାରେ ପର୍ଯ୍ୟଟନ ଶିଳ୍ପର ବିକାଶ ପାଇଁ ଅପାର ସମ୍ଭାବନା ରହିଛି।
ଗଞ୍ଜାମ ଜିଲ୍ଲାର ପାହାଡ଼, ସମୁଦ୍ର, ଧାର୍ମିକ ପୀଠ ଓ ସମୃଦ୍ଧ ସାଂସ୍କୃତିକ ପରମ୍ପରା ଏହାକୁ ପର୍ଯ୍ୟଟନ ନିବେଶର ଏକ ଆକର୍ଷଣୀୟ କ୍ଷେତ୍ର ଭାବେ ଗଢ଼ି ତୋଳିଛି।
ଏହି ସମ୍ଭାବନାର ସଦୁପଯୋଗ କରି ରାଜ୍ୟର ପର୍ଯ୍ୟଟନ ଭିତ୍ତିଭୂମିକୁ ଆହୁରି ସମୃଦ୍ଧ କରିବା ସହ ଦେଶବିଦେଶର ନିବେଶକମାନେ ଓଡ଼ିଶା ଓ ଗଞ୍ଜାମକୁ ନିବେଶର ପ୍ରମୁଖ ଗନ୍ତବ୍ୟ ଭାବେ ବିଚାର କରିବା ଆବଶ୍ୟକ।
Tourist Attractions: ବିଶ୍ୱ ପର୍ଯ୍ୟଟନ ଦିବସ: ଅରୁଣାଚଳ ପ୍ରଦେଶର ଏହି ପୌରାଣିକ ପର୍ଯ୍ୟଟନସ୍ଥଳ ବୁଲିବାକୁ ଭୁଲନ୍ତୁ ନାହିଁ ଗଞ୍ଜାମ ଜିଲ୍ଲାପାଳ ଭି.
କୀର୍ତ୍ତି ଭାସନ ନିଜ ବକ୍ତବ୍ୟରେ, ନିବେଶକମାନଙ୍କୁ ଜିଲ୍ଲାରେ ପର୍ଯ୍ୟଟନ ପ୍ରକଳ୍ପ ସ୍ଥାପନ ପାଇଁ ଆଗେଇ ଆସିବାକୁ ଆହ୍ୱାନ ଦେଇଥିଲେ।
ସରକାରୀ-ଘରୋଇ ସହଭାଗିତା (ପିପିପି) ମଡେଲରେ ଜମି ଚିହ୍ନଟ, ଏକକ ଅନୁମୋଦନ ବ୍ୟବସ୍ଥା, ନୀତିଗତ ସହାୟତା ଓ ଆବଶ୍ୟକ ଭିତ୍ତିଭୂମି ବିକାଶ ଦିଗରେ ଜିଲ୍ଲା ପ୍ରଶାସନ ସମସ୍ତ ସହଯୋଗ ଯୋଗାଇଦେଇ ଆସିଛି ଆଗକୁ ମଧ୍ୟ ଯୋଗାଇଦେବ।
ନିବେଶକମାନଙ୍କ ପାଇଁ ଗଞ୍ଜାମ ଜିଲ୍ଲାର ଦ୍ୱାର ସର୍ବଦା ଉନ୍ମୁକ୍ତ ବୋଲି ସେ କହିଥିଲେ ।
କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପର୍ଯ୍ୟଟନ ବିଭାଗର ଯୁଗ୍ମ ଶାସନ ସଚିବ ବିନୋଦ ଜେନା, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ସମୀର କୁମାର ଜେନା, ବ୍ରହ୍ମପୁର ଉପଜିଲ୍ଲାପାଳ ଅବିନାଶ କୁମାର, ଛତ୍ରପୁର ଉପଜିଲ୍ଲାପାଳ ଶିବାଶିଷ ବରାଳ ଓ ଭଞ୍ଜନଗର ଉପଜିଲ୍ଲାପାଳ ଉମାଶଙ୍କର ବେହେରାଙ୍କ ସମେତ ହୋଟେଲ ମାଲିକ, ପର୍ଯ୍ୟଟନ ଶିଳ୍ପ ସହ ଜଡ଼ିତ ଉଦ୍ୟୋଗୀ, ଯୁବ ଉଦ୍ୟୋଗୀ ଓ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ ଯୋଗଦେଇଥିଲେ।
World Tourism Day 2026 ବିଶ୍ୱ ପର୍ଯ୍ୟଟନ ଦିବସ ପାଳିତ: ଡିଜିଟାଲ୍ ନବସୃଜନ, ଓ ଗୋଷ୍ଠୀ ନେତୃତ୍ୱାଧୀନ ପର୍ଯ୍ୟଟନକୁ ଗୁରୁତ୍ବ ସମ୍ମିଳନୀରେ ନିବେଶକମାନଙ୍କ ସହ ପର୍ଯ୍ୟଟନ ପ୍ରକଳ୍ପ ସ୍ଥାପନ ସମ୍ପର୍କିତ ବିଭିନ୍ନ ବିଷୟ ଉପରେ ମତ ବିନିମୟ ହୋଇଥିଲା।
ଜିଲ୍ଲା ପର୍ଯ୍ୟଟନ ଉନ୍ନୟନ ଅଧିକାରୀ ଜନକ କୁମାର ତରେଇ ଧନ୍ୟବାଦ ଅର୍ପଣ କରିଥିଲେ।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।