Supremecourt: ଇଣ୍ଟରନେଟ୍‌ ସେବା ମୌଳିକ ଅଧିକାର, ଶିଶୁଙ୍କ ପାଇଁ କଟକଣା ମନା: ସୁପ୍ରିମ୍‌କୋର୍ଟ

Oct 17, 2026 - 20:07
Supremecourt: ଇଣ୍ଟରନେଟ୍‌ ସେବା ମୌଳିକ ଅଧିକାର, ଶିଶୁଙ୍କ ପାଇଁ କଟକଣା ମନା: ସୁପ୍ରିମ୍‌କୋର୍ଟ

"ନୂଆଦିଲ୍ଲୀ: ସମ୍ବିଧାନର ଧାରା ୨୧ ଏବଂ ୧୯(୧)(ଏ) ଅନୁଯାୟୀ ଇଣ୍ଟରନେଟ୍ ବ୍ୟବହାର ଏବଂ ଏହାର ସେବା ପାଇବା ପ୍ରତ୍ୟେକ ନାଗରିକଙ୍କ ସମେତ ଶିଶୁମାନଙ୍କର ମଧ୍ୟ ଏକ ସାମ୍ବିଧାନିକ ମୌଳିକ ଅଧିକାର ବୋଲି ସୁପ୍ରିମ୍‌କୋର୍ଟ ଏକ ଐତିହାସିକ ରାୟରେ ସ୍ପଷ୍ଟ କରିଛନ୍ତି।

ଶିଶୁମାନଙ୍କ ପାଇଁ ବୟସ ଆଧାରରେ ଇଣ୍ଟରନେଟ୍ ବ୍ୟବହାର ଉପରେ ସମ୍ପୂର୍ଣ୍ଣ କଟକଣା ଲଗାଇବା ପ୍ରସ୍ତାବକୁ ସର୍ବୋଚ୍ଚ ଅଦାଲତ ପ୍ରତ୍ୟାଖ୍ୟାନ କରିଛନ୍ତି।

ବିଚାରପତି ଜେବି ପାର୍ଦ୍ଦିୱାଲା ଏବଂ ବିଚାରପତି କେ ବିନୋଦ ଚନ୍ଦ୍ରନଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି ଯେ ଶିଶୁମାନଙ୍କୁ ଏହି ସେବାରୁ ସମ୍ପୂର୍ଣ୍ଣ ବଞ୍ଚିତ କରିବା ଅଯୌକ୍ତିକ ଓ ଅସଙ୍ଗତ ଅଟେ।

ଶିଶୁମାନଙ୍କ ସୁରକ୍ଷା ଏବଂ ସେମାନଙ୍କ ସ୍ୱାଧୀନତା ପରସ୍ପର ବିରୋଧୀ ନୁହେଁ, ବରଂ ସେମାନେ ଉଭୟ ପାଇବାକୁ ହକଦାର।

ଅନଲାଇନ୍ ଶିଶୁ ଯୌନ ଶୋଷଣ ଓ ନିର୍ଯାତନା ସାମଗ୍ରୀ (ସିଏସ୍‌ଇଏଏମ୍‌)ର ଚିହ୍ନଟ ଏବଂ ସେଗୁଡ଼ିକୁ ସମସ୍ତ ପ୍ଲାଟଫର୍ମରୁ ହଟାଇବା ପାଇଁ କୋର୍ଟ ଏକ କଡ଼ା ନିର୍ଦ୍ଦେଶନାମା ଜାରି କରିଛନ୍ତି।Advertisment ଅଦାଲତ ନିଜ ରାୟରେ ପୂର୍ବର ୨୦୨୦ ମସିହାର ଅନୁରାଧା ଭାସିନ୍ ମାମଲା ଏବଂ ୨୦୨୫ ମସିହାର ପ୍ରଜ୍ଞା ପ୍ରସୂନ ମାମଲାର ଉଦାହରଣ ଦେଇ ଡିଜିଟାଲ୍ ଉପଲବ୍ଧତାକୁ ଜୀବନ ଜୀବିକାର ଅଧିକାର ସହ ଯୋଡ଼ିଛନ୍ତି।

ବିଶେଷ କରି ଦୂରଦୂରାନ୍ତ ଅଞ୍ଚଳରେ ରହୁଥିବା ପିଲାମାନଙ୍କ ପାଇଁ ଇଣ୍ଟରନେଟ୍ ହିଁ ଶିକ୍ଷା ଓ ସୂଚନାର ଏକମାତ୍ର ମାଧ୍ୟମ ଏବଂ ସ୍ୱତନ୍ତ୍ର ଆବଶ୍ୟକତା ଥିବା ପିଲାମାନଙ୍କ ପାଇଁ ଏହା ବନ୍ଧୁତା ସ୍ଥାପନର ଏକ ମାଧ୍ୟମ ଅଟେ।

ବୟସ ଆଧାରିତ ସମ୍ପୂର୍ଣ୍ଣ କଟକଣା ଶିଶୁମାନଙ୍କୁ ଅନିୟନ୍ତ୍ରିତ ଏବଂ ଅଧିକ ବିପଜ୍ଜନକ ୱେବସାଇଟ୍ ଆଡ଼କୁ ଠେଲି ଦେବାର ଆଶଙ୍କା ରହିଛି।

ଏଭଳି ସ୍ଥିତିରେ ଅନ୍‌ଲାଇନ୍ ଧମକର ଶିକାର ହେଉଥିବା ପିଲାମାନେ କାଳେ ଦଣ୍ଡ ପାଇବେ ସେହି ଭୟରେ ପିତାମାତା କିମ୍ବା ଗୁରୁଜନମାନଙ୍କୁ ଜଣାଇବାକୁ ମଧ୍ୟ ସଙ୍କୋଚ କରିବେ।

ଏହାଛଡ଼ା ବୟସ ଯାଞ୍ଚ ପ୍ରକ୍ରିୟା ଦ୍ୱାରା ନାଗରିକଙ୍କ ବ୍ୟକ୍ତିଗତ ତଥ୍ୟ ଅପବ୍ୟବହାର ଓ ସର୍ଭେଲାନ୍ସ ବା ନଜର ରଖିବାର ବିପଦ ବୃଦ୍ଧି ପାଇବ।

ଆହୁରି ପଢନ୍ତୁ: Migrant Odia: ବାଙ୍ଗାଲୁରୁରେ ବନ୍ଧାପଡ଼ିଛି ଓଡିଆ ଶ୍ରମିକଙ୍କ ମୃତଦେହ ସର୍ବୋଚ୍ଚ ଅଦାଲତ ସମ୍ପୂର୍ଣ୍ଣ ବ୍ୟାନ୍ ବଦଳରେ କେତେକ ଆନୁପାତିକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବାକୁ କେନ୍ଦ୍ର ସରକାରଙ୍କୁ ପରାମର୍ଶ ଦେଇଛନ୍ତି।

ଏଥିରେ ପିତାମାତାଙ୍କ ସହମତି, ଏକ ସ୍ୱତନ୍ତ୍ର "ଚାଇଲ୍ଡ ମୋଡ୍" ବ୍ୟବସ୍ଥା, ଆକାଉଣ୍ଟଗୁଡ଼ିକୁ ବାଧ୍ୟତାମୂଳକ ଭାବେ ପ୍ରାଇଭେଟ୍ ରଖିବା ଏବଂ ଅଜଣା ବ୍ୟକ୍ତିଙ୍କ ମେସେଜ୍ ଉପରେ କଟକଣା ଲଗାଇବା ସାମିଲ ରହିଛି।

ଆହୁରି ପଢନ୍ତୁ: Controvercy: "ନାନା ପାଟେକର" ନା "ସ୍ମିତ ମଚ୍ଛର": ମୁମ୍ବାଇର ନୂତନ ପୋଲର ନାମକରଣକୁ ନେଇ ରାଜନୈତିକ ତର୍କ ପ୍ରାଥମିକ ବିଦ୍ୟାଳୟ ସ୍ତରରୁ ହିଁ ଶିଶୁମାନଙ୍କ ମଧ୍ୟରେ ଅନ୍‌ଲାଇନ୍ ବିପଦ ସମ୍ପର୍କରେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଅଦାଲତ କହିଛନ୍ତି।

ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡ଼ିକରେ ଏଭଳି ଆପତ୍ତିଜନକ ସାମଗ୍ରୀର ସଠିକ୍ ଚିହ୍ନଟ ପାଇଁ କେନ୍ଦ୍ର ସରକାରଙ୍କୁ ଏକ ବ୍ୟାପକ ଜାତୀୟ ଡାଟାବେସ୍ ଏବଂ ୟୁଆରଏଲ୍ ତାଲିକା ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି, ଯାହା ଦ୍ୱାରା ଶିଶୁଙ୍କ ସାମ୍ବିଧାନିକ ସ୍ୱାଧୀନତା କ୍ଷୁଣ୍ଣ ନହୋଇ ସେମାନଙ୍କ ସୁରକ୍ଷା ସୁନିଶ୍ଚିତ ହୋଇପାରିବ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।