Suspend: ନିଲମ୍ବିତ ହେବ ଭାରତୀୟ ଅଶ୍ବଚାଳନା ମହାସଂଘ

Oct 16, 2026 - 10:26
Suspend: ନିଲମ୍ବିତ ହେବ ଭାରତୀୟ ଅଶ୍ବଚାଳନା ମହାସଂଘ

"ନୂଆଦିଲ୍ଲୀ: ଭାରତୀୟ ଅଶ୍ୱଚାଳନ ମହାସଂଘ (ଇଏଫ୍‌ଆଇ)କୁ ନିଲମ୍ବନ କରିବାକୁ ନିଷ୍ପତ୍ତି ନେଇଛି ଅନ୍ତର୍ଜାତୀୟ ଅଶ୍ବଚାଳନା ମହାସଂଘ (ଏଫ୍‌ଇଆଇ)।

ବହୁଦିନ ଧରି ଲାଗି ଜାତୀୟ ସଂଘରେ ଲାଗି ରହିଥିବା ପ୍ରଶାସନିକ ବିବାଦ ଯୋଗୁଁ ଆସନ୍ତା ଡିସେମ୍ବର ମାସ ୧ ତାରିଖରୁ ଇଏଫ୍‌ଆଇକୁ ନିଲମ୍ବନ କରିବାକୁ ବିଶ୍ବ ସଂଘ ନିଷ୍ପତ୍ତି ନେଇଛି।Advertisment ଫଳରେ ଭାରତୀୟ ଅଶ୍ୱଚାଳକ, ଅଧିକାରୀ, ପ୍ରଶିକ୍ଷକ ଓ ଘୋଡ଼ାମାନେ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଭାଗ ନେଇପାରିବେ ନାହିଁ।

ଗୁରୁବାର ଇଏଫ୍‌ଆଇ ଆଡ୍‌ହକ୍‌ କମିଟି ସଦସ୍ୟ ସନ୍ଦୀପ ଦେୱାନ ଓ ଆଇନଜୀବୀ ବିଦୁଷ୍ପତ ସିଂଘାନିଆଙ୍କୁ ଏଫ୍‌ଇଆଇ ଏହି ନିଷ୍ପତ୍ତି ଜଣାଇଛି।

ଇଏଫ୍‌ଆଇ ନିର୍ବାଚିତ ପ୍ରତିନିଧିଙ୍କ କାର୍ଯ୍ୟକାଳ ସେପ୍ଟେମ୍ବରୂ୨୦୨୩ରୁ ଶେଷ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ନୂଆ ନିର୍ବାଚନ ହୋଇପାରିନି।

ନିର୍ବାଚନ ଶେଷ ପରେ ପୁନର୍ବିଚାର କରାଯିବ: ଇଏଫ୍‌ଆଇ ବହୁଦିନ ଧରି ପ୍ରଶାସନିକ ଅନିଶ୍ଚିତତା ଲାଗି ରହିଥିବାରୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଭାରତୀୟ ଅଲିମ୍ପିକ୍ ସଂଘ (ଆଇଓଏ) ମାର୍ଚ୍ଚ ୨୭ରେ ଆଡ୍‌ହକ୍‌ କମିଟି ଗଠନ କରିଥିଲା।

ଏହି କମିଟି ନିର୍ବାଚନ କରିବାକୁ ସମର୍ଥ ନ ହେବାରୁ ଏଫ୍‌ଇଆଇ ସେପ୍ଟେମ୍ବରରେ ଚିଠି ଲେଖିଥିଲା।

ଆଡହକ୍‌ କମିଟି ଆସନ୍ତା ବର୍ଷ ଜାନୁଆରି ୩୧ ଭିତରେ ନିର୍ବାଚନ ସାରିବାକୁ ବ୍ୟବସ୍ତା କରୁଥିବା ନେଇ ଏଫ୍‌ଆଇକୁ କହିଥିଲା।

ଏହା ସତ୍ତ୍ବେ ଭାରତୀୟ ସଂଘକୁ ଏଫ୍‌ଇଆଇ ନିଲମ୍ବନ କରିବାକୁ ନିଷ୍ପତ୍ତି ନେଇଛି।

ନିର୍ବାଚନ ଶେଷ ପରେ ନିଲମ୍ବନ ଉପରେ ପୁନର୍ବିଚାର କରାଯିବ ବୋଲି ଇଏଫ୍‌ଆଇ କହିଛି।

Cricket: ଆଜି ଭାରତ-ଜିମ୍ବାୱେ ଐତିହାସିକ ଟି-୨୦ ମ୍ୟାଚ୍, ଏହି ଷ୍ଟାଡିୟମରେ ହେବ ମୁକାବିଲା"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।