Suspicious Death in Buddhanagar: ଭୁବନେଶ୍ୱରରେ ବୃଦ୍ଧାଙ୍କ ସନ୍ଦେହଜନକ ମୃତ୍ୟୁ, ହତ୍ୟା ପରେ ଲୁଟ୍ ହୋଇଥିବା ସନ୍ଦେହ
ଭୁବନେଶ୍ୱରରେ ବୃଦ୍ଧାଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା...
ହତ୍ୟା ପରେ ଲୁଟ୍ ହୋଇଥିବା ସନ୍ଦେହ।
ମୃତକ ହେଲେ ୭୬ ବର୍ଷୀୟା କୁଞ୍ଜଲତା ନନ୍ଦ।
ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ବୁଦ୍ଧନଗରରେ ଘଟିଛି ଏହି ଘଟଣା।
ବୃଦ୍ଧାଙ୍କ ମୁଣ୍ଡ ପଛପଟେ ରହିଛି ଗଭୀର ଆଘାତ ଚିହ୍ନ।
ଘଟଣା ପରଠାରୁ ଘରେ ରହୁଥିବା କେୟାରଟେକର ବଳଭଦ୍ର ମହାରଣା ଫେରାର ଥିବା ସୂଚନା।
ତାଙ୍କ ଘର ଟାଙ୍ଗୀ ଅଞ୍ଚଳରେ।
Advertisment ପ୍ରାଥମିକ ତଦନ୍ତରୁ ଲୁଟ୍ ଉଦ୍ଦେଶ୍ୟରେ ହତ୍ୟା ହୋଇଥିବା ସନ୍ଦେହ କରୁଛି ପୋଲିସ।
ଘରର ଆଲମାରୀ ଖୋଲା ଥିବାବେଳେ ସୁନା, ଗହଣା ଓ ଅନ୍ୟାନ୍ୟ ମୂଲ୍ୟବାନ ସାମଗ୍ରୀ ଲୁଟ୍ ହୋଇଛି।
ଘଟଣାସ୍ଥଳରେ ଡିସିପି ଓ ପୋଲିସ କମିଶନର ପହଞ୍ଚି ତଦନ୍ତ କରିଛନ୍ତି।
ସିସିଟିଭି ଫୁଟେଜ୍ ର ବି ଯାଞ୍ଚ ଚାଲିଛି।
ମୃତଦେହକୁ କ୍ୟାପିଟାଲ ହସ୍ପିଟାଲ ପଠାଯାଇଛି।
ପୋଷ୍ଟମର୍ଟମ ରିପୋର୍ଟ ପରେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ।....
ବୁଦ୍ଧନଗର ଅଞ୍ଚଳରେ ବୃଦ୍ଧାଙ୍କ ସନ୍ଦେହଜନକ ମୃତ୍ୟୁ ବୃଦ୍ଧାଙ୍କ ମୁଣ୍ଡ ପଛପଟେ ଲାଗିଛି ଗଭୀର ଆଘାତ ହତ୍ୟା ପରେ ଘରୁ ସୁନା ଗହଣା ଲୁଟ୍ ସନ୍ଦେହ ଫେରାର କେୟାରଟେକରକୁ ଖୋଜୁଛି ପୋଲିସ Advertisment
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।