Swara: ବିବାହ ପୂର୍ବରୁ ସନ୍ତାନ ଚାହୁଁଥିଲେ ସ୍ବରା
"ବିବାହ ପୂର୍ବରୁ ଆଇଭିଏଫ୍ ଜରିଆରେ ସନ୍ତାନପ୍ରାପ୍ତି ପାଇଁ ଚେଷ୍ଟା କରିଥିଲେ ବଲିଉଡ୍ ଅଭିନେତ୍ରୀ ସ୍ୱରା ଭାସ୍କର।
ରିଆଲିଟି ସୋ" "ରାଇଜ୍ ଆଣ୍ଡ୍ ଫଲ୍"ରେ କଥା ହେବା ସମୟରେ ସ୍ୱରା ନିଜ ମାତୃତ୍ୱର ଯାତ୍ରାକୁ ନେଇ ଏହି ଖୁଲାସା କରିଛନ୍ତି।
ବିବାହ ପୂର୍ବରୁ ହିଁ ସେ ମା" ହେବାକୁ ଚାହୁଁଥିଲେ।
ସ୍ୱରାଙ୍କ କହିବା ଅନୁସାରେ, ଗୋଟିଏ ସମୟରେ ତାଙ୍କୁ ଲାଗିଥିଲା ଯେ ହୁଏତ ତାଙ୍କର ବିବାହ ହେବ ନାହିଁ।
ହେଲେ ସେ ଖୁବ୍ ସନ୍ତାନ ବତ୍ସଳ ଥିଲେ ଏବଂ ଯେକୌଣସି ପରିସ୍ଥିତିରେ ସନ୍ତାନଟିଏ ପାଇବାକୁ ଚାହୁଁଥିଲେ।
ତେଣୁ ଅବିବାହିତ ମା" ହେବା ପାଇଁ ସେ ଏପରି ପ୍ରକ୍ରିୟା ଆପଣାଇବାକୁ ଚିନ୍ତା କରିଥିଲେ।Advertisment Maa Taratarini Temple: ଅକ୍ଟୋବର ୩ରୁ ମା" ତାରାତାରିଣୀଙ୍କ ପୀଠରେ ଷୋଡଶ ପୂଜା ଏଥିପାଇଁ ସେ ନିଜ ବାପା-ମା"ଙ୍କ ସହ ମଧ୍ୟ ଆଲୋଚନା କରିଥିଲେ।
ପ୍ରଥମେ ତାଙ୍କ ପରିବାର ଲୋକ ଏପରି ଏକ ନିଷ୍ପତ୍ତି ଶୁଣି ଆଶ୍ଚର୍ଯ୍ୟ ହୋଇଥିଲେ।
ହେଲେ ପରବର୍ତ୍ତୀ ସମୟରେ ସେମାନେ ସ୍ୱରାଙ୍କ ନିଷ୍ପତ୍ତିକୁ ସମର୍ଥନ କରିଥିଲେ।
ଏକାକୀ ପିଲା ପାଳିବା କେତେ କଷ୍ଟକର, ସେ ବିଷୟରେ ମଧ୍ୟ ସ୍ୱରାଙ୍କୁ ତାଙ୍କ ବାପା-ମା" ବୁଝାଇଥିଲେ।
ତଥାପି ତାଙ୍କ ମନ ବଦଳି ନଥିଲା।
ସେ ସନ୍ତାନଲାଭ ପାଇଁ ଚିକିତ୍ସା ଆରମ୍ଭ କରିଥିଲେ।
ଦୁଇଥର ଆଇଭିଏଫ୍ ଚିକିତ୍ସାର ସହାୟତା ନେଇଥିଲେ ମଧ୍ୟ ତାଙ୍କ ଚେଷ୍ଟା ସଫଳ ହୋଇ ନଥିଲା।
Meeting: ଅପରାଧ ରୋକିବା ପାଇଁ ଜନତାଙ୍କ ସହଯୋଗ ଲୋଡ଼ିବା ଏକ ପ୍ରଭାବଶାଳୀ ପଦକ୍ଷେପ: ପୁଲିସ ଏହାପରେ ତାଙ୍କ ଜୀବନରେ ଫହାଦ ଅହମଦଙ୍କ ପ୍ରବେଶ ଘଟିଥିଲା।
ପ୍ରଥମେ ସେମାନଙ୍କ ମଧ୍ୟରେ ଭଲ ବନ୍ଧୁତା ଥିଲା।
ସମୟକ୍ରମେ ଏହି ବନ୍ଧୁତା ପ୍ରେମ ସମ୍ପର୍କରେ ପରିଣତ ହୋଇଥିଲା।
୨୦୨୩ ଫେବ୍ରୁଆରିରେ ଦୁହେଁ ମୁମ୍ବାଇରେ ଆଇନଗତ ଭାବେ ବିବାହ କରିଥିଲେ।
ବିବାହର କିଛି ମାସ ପରେ, ସେପ୍ଟେମ୍ବର ୨୦୨୩ରେ ସ୍ୱରା ଓ ଫହାଦ ଏକ କନ୍ୟା ସନ୍ତାନର ମାତା-ପିତା ହୋଇଥିଲେ।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।