Sword-Wielding Man Sparks Panic in Market: ବଜାର ଉପରେ ବୁଲିଲା ଖଣ୍ଡା, ଶ୍ୱଶୁରଙ୍କୁ ହାଣିବାକୁ ଜ୍ୱାଇଁର ଉଦ୍ୟମ
ବଜାର ଉପରେ ବୁଲିଲା ଖଣ୍ଡା। ଶ୍ୱଶୁରଙ୍କୁ ହାଣିବାକୁ ଜ୍ୱାଇଁର ଉଦ୍ୟମ। ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ୍ ଇନ୍ଦିରା ଛକରେ ଜଣେ ଯୁବକଙ୍କ ଉନ୍ମତ୍ତ କାଣ୍ଡକୁ ନେଇ ଚର୍ଚ୍ଚା। ଟୁନା ହାଁସଦା ନାମକ ଜଣେ ଯୁବକ ହାତରେ ଖଣ୍ଡା ଧରି ଶ୍ୱଶୁରଙ୍କୁ ଆକ୍ରମଣ କରିବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ଘଟଣାର ଭିଡିଓ ମଧ୍ୟ ଭାଇରାଲ୍ ହେଉଛି।
ସୂଚନା ଅନୁଯାୟୀ, ଟୁନା ଦ୍ୱିତୀୟ ବିବାହ କରିଥିବା କୁହାଯାଉଛି। ତା ପ୍ରଥମ ପତ୍ନୀ ଓ ପିଲାମାନେ ବାପାଙ୍କ ଘରେ ରହୁଥିବା ବେଳେ ପିଲାମାନଙ୍କୁ ତାଙ୍କ ସହ ଛାଡିବାକୁ ନେଇ ପାରିବାରିକ ବିବାଦ ଥିବା ଜଣାପଡ଼ିଛି। ଏହି ବିବାଦକୁ କେନ୍ଦ୍ର କରି ଟୁନା ଖଣ୍ଡା ଧରି ଆକ୍ରମଣ ପାଇଁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ଘଟଣାସ୍ଥଳରେ ସ୍ଥାନୀୟ ଲୋକେ ତାକୁ କାବୁ କରି ପୋଲିସକୁ ଖବର ଦେଇଛନ୍ତି। ଘଟଣାକୁ ନେଇ ଅଞ୍ଚଳରେ ଭୟ ଓ ଉତ୍ତେଜନା ଦେଖାଦେଇଛି।.......
ବଜାର ଉପରେ ବୁଲିଲା ଖଣ୍ଡା, ଶ୍ୱଶୁରଙ୍କୁ ହାଣିବାକୁ ଉଦ୍ୟମ
ପାରିବାରିକ ବିବାଦରୁ ଆକ୍ରମଣ ଉଦ୍ୟମ ଅଭିଯୋଗ
ଶ୍ୱଶୁରଙ୍କୁ ଆକ୍ରମଣ ପାଇଁ ଖଣ୍ଡା ଧରିଲା ଜ୍ୱାଇଁ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।