Women Startup: ଭୁବନେଶ୍ୱରରେ ୨ୟ ଓଡବ୍ଲ୍ୟୁଏସ୍ସି ବିଜ୍ନେସ୍ କନକ୍ଲେଭ୍
"ଭୁବନେଶ୍ୱର: ମହିଳା ଉଦ୍ୟୋଗୀମାନଙ୍କୁ ଏକ ସଶକ୍ତ ନେଟୱର୍କ, ଶିକ୍ଷା, ସହଯୋଗ ଓ ବ୍ୟବସାୟ ବିକାଶର ମଞ୍ଚ ପ୍ରଦାନ କରିବା ଉଦ୍ଦେଶ୍ୟରେ ଓଡ଼ିଶା ଓମେନ୍ ଷ୍ଟାର୍ଟଅପ୍ କମ୍ୟୁନିଟି (ଓଡବ୍ଲ୍ୟୁଏସ୍ସି) ପକ୍ଷରୁ ୨ୟ ବିଜ୍ନେସ୍ କନକ୍ଲେଭ୍ ଜାଗମରାସ୍ଥିତ ଶ୍ରୀ ସାଇ ରିସର୍ଟରେ ଅନୁଷ୍ଠିତ ହୋଇଯାଇଛି।
ଏଥିରେ ମୁଖ୍ୟ ଅତିଥି ଭାବେ ଭୁବନେଶ୍ୱର ମହାନଗର ନିଗମ ମେୟର ସୁଲୋଚନା ଦାସ, ବିଶିଷ୍ଟ ଅତିଥି ଭାବେ ଗୁପ୍ତା ଇଭେଣ୍ଟ୍ ଆଣ୍ଡ୍ ମ୍ୟାନେଜମେଣ୍ଟର ନିର୍ଦ୍ଦେଶକ ପାୟଲ ଆଚାର୍ଯ୍ୟ ଗୁପ୍ତା ଏବଂ ଅତିଥି ବକ୍ତା ଭାବେ ଇଣ୍ଡଲଜ୍ର ପ୍ରତିଷ୍ଠାତା ସୁକୀର୍ତ୍ତି ପଟ୍ଟନାୟକ ଯୋଗଦେଇଥିଲେ।Advertisment ୭୦ରୁ ଅଧିକ ମହିଳା ଉଦ୍ୟୋଗୀ ଏକାଠି ଅତିଥିମାନେ ଉଦ୍ୟମିତା, ବ୍ୟବସାୟ ବିକାଶ, ଆର୍ଥିକ ସଚେତନତା, ନୂତନ ବ୍ୟବସାୟିକ ସୁଯୋଗ ଏବଂ ଏକ ଶକ୍ତିଶାଳୀ ବ୍ୟବସାୟିକ ନେଟୱର୍କ ଗଠନ ସମ୍ପର୍କରେ ମହିଳା ଉଦ୍ୟୋଗୀମାନଙ୍କୁ ମାର୍ଗଦର୍ଶନ କରିଥିଲେ।
ଓଡବ୍ଲ୍ୟୁଏସ୍ସି ପକ୍ଷରୁ ଓଡ଼ିଶାର ସମସ୍ତ ମହିଳା ଉଦ୍ୟୋଗୀ, ଷ୍ଟାର୍ଟଅପ୍ ଫାଉଣ୍ଡର, ବ୍ୟବସାୟୀ, ପେସାଦାର ଏବଂ ଭବିଷ୍ୟତରେ ବ୍ୟବସାୟ ଆରମ୍ଭ କରିବାକୁ ଆଗ୍ରହୀ ମହିଳାମାନଙ୍କୁ ଏହି ସମୁଦାୟରେ ଯୋଗଦେବାକୁ ଆହ୍ୱାନ କରାଯାଇଥିଲା।
ଏଥିରେ ୭୦ରୁ ଅଧିକ ମହିଳା ଉଦ୍ୟୋଗୀ, ବ୍ୟବସାୟୀ ଓ ଉଦ୍ୟମୀ ଅଂଶଗ୍ରହଣ କରିଥିଲେ।
ଓଡବ୍ଲ୍ୟୁଏସ୍ସିର ପ୍ରତିଷ୍ଠାତା ସୋନାଲିସା ମହାପାତ୍ରଙ୍କ ନେତୃତ୍ୱରେ ଏହି ସମୁଦାୟର ଲକ୍ଷ୍ୟ ହେଉଛି ମହିଳା ଉଦ୍ୟୋଗୀମାନଙ୍କୁ ଗୋଟିଏ ମଞ୍ଚରେ ଏକାଠି କରିବା, ଶିଖିବା ଓ ସହଯୋଗ ବୃଦ୍ଧି କରିବା।
ବ୍ୟବସାୟ ବିକାଶ, ନେଟୱର୍କିଂ, ଜ୍ଞାନ ବିନିମୟ, ଦକ୍ଷତା ବିକାଶ ଏବଂ ନୂତନ ବ୍ୟବସାୟିକ ସୁଯୋଗ ସୃଷ୍ଟି ଉପରେ ଓଡବ୍ଲ୍ୟୁଏସ୍ସି ଗୁରୁତ୍ୱ ଦେଉଛି।
ଓଡବ୍ଲ୍ୟୁଏସ୍ସି ହେଉଛି ଓଡ଼ିଶୀ ଫାଉଣ୍ଡେସନର ମହିଳା ଉଦ୍ୟୋଗୀ ଶାଖା।
ବିଳାସପୂର୍ଣ୍ଣ ଫ୍ୟାସନ ଷ୍ଟୋର "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।