Tata Steel Friendship Cup: ମିଡିଆ ଏକାଦଶ ଜିତିଲା ଟାଟା ଷ୍ଟିଲ୍ ଫ୍ରେଣ୍ଡସିପ୍ କପ୍ ଫୁଟବଲ
ଭୁବନେଶ୍ବର: ଟାଟା ଷ୍ଟିଲ୍ର ଷୋଡ଼ଶ ଫ୍ରେଣ୍ଡସିପ୍ କପ୍ ଫୁଟ୍ବଲ୍ ପ୍ରତିଯୋଗିତା ଶନିବାର କଳିଙ୍ଗ ଷ୍ଟାଡିୟମ୍ରେ ଅନୁଷ୍ଠିତ ହୋଇଯାଇଛି। ଅନେକ ବର୍ଷର ବ୍ୟବଧାନ ପରେ ମିଡ଼ିଆ ଏକାଦଶ ପୁଣି ପ୍ରତିଯୋଗିତାର ଫୁଟ୍ବଲ୍ ଟ୍ରଫି ତୋଳି ଧରିବାରେ ସକ୍ଷମ ହୋଇଛି।
Narendra Moid: ପ୍ରଧାନମନ୍ତ୍ରୀଙ୍କ ‘ଭଜନ କ୍ଲବିଂ’କୁ ନେଇ କଂଗ୍ରେସ ନେତାଙ୍କ କଟାକ୍ଷ
ଫାଇନାଲ୍ରେ ସନ୍ଦୀପ ମିଶ୍ରଙ୍କ ନେତୃତ୍ବାଧୀନ ମିଡ଼ିଆ ଏକାଦଶ ଟାଇବ୍ରେକରରେ ୪-୨ (୧-୧)ରେ ପ୍ରଶାସନ ଏକାଦଶକୁ ପରାସ୍ତ କରିଥିଲା। ପୂର୍ବରୁ ଅନୁଷ୍ଠିତ ସେମିଫାଇନାଲ୍ରେ ପ୍ରଶାସନ ଏକାଦଶ ଆୟୋଜକ ଟାଟା ଷ୍ଟିଲ୍ ଏକାଦଶକୁ ଏବଂ ମିଡ଼ିଆ ଏକାଦଶ ୨-୦ରେ ଡିଫେଣ୍ଡିଂ ଚାମ୍ପିଅନ୍ ରାଜନେତା ଏକାଦଶକୁ ପରାସ୍ତ କରିଥିଲା। ଧୀମାନ ଚକ୍ମା, ବିଭୂତି ବିଶ୍ବାଳ, ରମେଶ ହାଁସଦା ଏହି ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ସମ୍ମାନ ପାଇଥିଲେ। ମିଡିଆ ଏକାଦଶର ଯୁବ ପ୍ରତିଭା ରିଷଭ ପାରେଖ ଅଗ୍ରଣୀ ସ୍କୋରର୍, ନିରଞ୍ଜନ ରେଡ୍ଡୀ ଶ୍ରେଷ୍ଠ ଗୋଲରକ୍ଷକ, ସୁମିତ ମୁଦୁଲି ଶ୍ରେଷ୍ଠ ଡିଫେଣ୍ଡର୍ ସମ୍ମାନ ପାଇଥିଲେ। ପ୍ରଶାସକ ଏକାଦଶର ଜେଡି ପତି ଶ୍ରେଷ୍ଠ ଫରୱାର୍ଡ, ଶାଶ୍ବତ ମିଶ୍ର ଶ୍ରେଷ୍ଠ ଅଲରାଉଣ୍ଡର୍, ଅରୁଣ ସାହୁ ଫେୟାର ପ୍ଲେ ପୁରସ୍କାର ପାଇଥିଲେ।
Bank of India: ବ୍ୟାଙ୍କ ଅଫ୍ ଇଣ୍ଡିଆ ଅଫିସର ସଂଘର ୪୫ତମ ବାର୍ଷିକ ବୈଠକ
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ। ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ୪ ମନ୍ତ୍ରୀ ମୁକେଶ ମହାଲିଙ୍ଗ, ରବିନାରାୟଣ ନାୟକ, ସୂର୍ଯ୍ୟବଂଶୀ ସୂରଜ, ସମ୍ପଦ ସ୍ବାଇଁ, ୨ ବିଧାୟକ ଉପାସନା ମହାପାତ୍ର, ଜୟନାରାୟଣ ମିଶ୍ର, ଟାଟା ଷ୍ଟିଲ୍ କର୍ପୋରେଟ୍ ସେବା ଉପସଭାପତି ଡିବି ସୁନ୍ଦର ରମଣ, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ସଚିବ ଶାଶ୍ବତ ମିଶ୍ର, ‘ଧରିତ୍ରୀ’ ଓ ‘ଓଡ଼ିଶା ପୋଷ୍ଟ’ର ସମ୍ପାଦକ ତଥାଗତ ଶତପଥୀ, ‘ସମ୍ବାଦ’ ସମ୍ପାଦକ ତନୟା ପଟ୍ଟନାୟକ, ଦ ଷ୍ଟେଟ୍ସମ୍ୟାନ୍ର ଆବାସିକ ସମ୍ପାଦକ କେ. ରବି, ‘ପ୍ରମେୟ’ ସମ୍ପାଦକ ଗୋପାଳକୃଷ୍ଣ ମହାପାତ୍ର,“ନିର୍ଭୟ’ ସମ୍ପାଦକ ନବୀନ ଦାସ, ‘କଳିଙ୍ଗ ଟିଭି’ ସମ୍ପାଦକ ସୌମ୍ୟଜିତ ପଟ୍ଟନାୟକ, ପିଟିଆଇ ବ୍ୟୁରୋ ମୁଖ୍ୟ ଅରବିନ୍ଦ ମିଶ୍ର, ଓଟିଭି ସମ୍ପାଦକ ରାଧାମାଧବ ମିଶ୍ର, ଇଣ୍ଡିଆ ହ୍ବିସ୍ପର୍ସ ସମ୍ପାଦକ ଦିଲୀପ ବିଶୋଇ, ୟୁଏନଆଇ ବ୍ୟୁରୋ ମୁଖ୍ୟ ଦେବୀ ପ୍ରସନ୍ନ ପଟ୍ଟନାୟକ, କ୍ରୀଡ଼ା ଓ ଯୁବସେବା ବିଭାଗ ସଚିବ ଭୂପେନ୍ଦ୍ର ସିଂହ ପୁନିଆ, ଯୁଗ୍ମ ସଚିବ ବିଜୟ କୁମାର ସ୍ବାଇଁ, ଆଇପିଏସ୍ ଅମିତାଭ ଠାକୁରଙ୍କ ସହ ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ସାମ୍ବାଦିକ, ରାଜନେତା ଉପସ୍ଥିତ ଥିଲେ। ସକାଳେ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ପ୍ରକାଶ ମିଶ୍ର ପ୍ରତିଯୋଗିତାକୁ ଉଦ୍ଘାଟନ କରିଥିଲେ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।