Tea Seller Arrest: ଭାରତରେ ଅଶାନ୍ତି ସୃଷ୍ଟି କରିବାକୁ ବିଦେଶୀ ଲିଙ୍କ୍‌ରେ ଥିବା କର୍ଣ୍ଣାଟକ ଚା ଦୋକାନୀ ଗିରଫ

Aug 13, 2026 - 11:59
Tea Seller Arrest: ଭାରତରେ ଅଶାନ୍ତି ସୃଷ୍ଟି କରିବାକୁ ବିଦେଶୀ ଲିଙ୍କ୍‌ରେ ଥିବା କର୍ଣ୍ଣାଟକ ଚା ଦୋକାନୀ ଗିରଫ

"ବେଙ୍ଗାଲୁରୁ: କର୍ଣ୍ଣାଟକର ରାଇଚୁରରେ ପୁଲିସ ମହମ୍ମଦ ସାହିଲ ନାମକ ଜଣେ ୨୪ ବର୍ଷୀୟ ଚା ଦୋକାନୀକୁ ଗିରଫ କରିଛି।

ପୁଲିସ ଜାଣିବାକୁ ପାଇଛି ଯେ, ସାହିଲ "ରାଣା ଭାଇ" ନାମରେ ସୋସିଆଲ ମିଡିଆ ଆକାଉଣ୍ଟ ପରିଚାଳନା କରୁଥିବା ଜଣେ ବିଦେଶୀ ବ୍ୟକ୍ତିଙ୍କ ସହିତ ସମ୍ପର୍କରେ ଥିଲା।

ସମ୍ପୃକ୍ତ ବ୍ୟକ୍ତି ଜଣଙ୍କ ଭାରତରେ ଅସ୍ଥିରତା ସୃଷ୍ଟି କରିବାକୁ ସାହିଲକୁ ପ୍ରୋତ୍ସାହିତ କରୁଥିଲେ ଓ ଏଥିପାଇଁ ଟଙ୍କା ଓ ଏକ ପିସ୍ତଲ ଦେଇଥିଲା।

ପୁଲିସର ସୋସିଆଲ ମିଡିଆ ମନିଟରିଂ ସେଲ୍ ସାହିଲର ଅନଲାଇନ୍ କାର୍ଯ୍ୟକଳାପକୁ ଚିହ୍ନଟ କରିବା ପରେ ତାକୁ ଗିରଫ କରିଥିଲା।Advertisment ୨୪ ବର୍ଷୀୟ ଚା ଦୋକାନୀକୁ ଗିରଫ କର୍ତ୍ତୃପକ୍ଷ କହିଛନ୍ତି ଯେ, ସାହିଲ "ରାଣା ଭାଇ" ନାମକ ଏକ ଇନଷ୍ଟାଗ୍ରାମ ଆକାଉଣ୍ଟକୁ ଅନୁସରଣ କରୁଥିଲା ଓ ତାଙ୍କ ସହିତ ଯୋଗାଯୋଗରେ ଥିଲା।

ରୁଜୁ ହୋଇଥିବା ଏତଲା ଅନୁଯାୟୀ, ସାହିଲ ୧୪ ଜୁଲାଇରେ ତାଙ୍କ ପ୍ରୋଫାଇଲ୍ ସାହିଲ ଭାଇ ବ୍ୟବହାର କରି ଇନଷ୍ଟାଗ୍ରାମ ଆକାଉଣ୍ଟ ସମ୍ପୃକ୍ତ ବ୍ୟକ୍ତିଙ୍କ ସହିତ ଯୋଗାଯୋଗ କରିଥିଲା।

ପ୍ରାରମ୍ଭିକ କଥାବାର୍ତ୍ତା ପରେ ସେ ଆକାଉଣ୍ଟ ପଛରେ ଥିବା ବ୍ୟକ୍ତିଙ୍କୁ ତାଙ୍କ ପାଇଁ ଏକ ପିସ୍ତଲ ବ୍ୟବସ୍ଥା କରିପାରିବେ କି ବୋଲି ପଚାରିଥିଲେ।

ସମ୍ପୃକ୍ତ ବ୍ୟକ୍ତି ସାହିଲକୁ ଏକ ହ୍ବାଟ୍ସଆପ୍‌ ନମ୍ବର ଦେଇଥିଲା।

ପୁଲିସ କହିଛି ଯେ ସାହିଲ "ରାଣା ଭାଇ" ନାମରେ ନମ୍ବରଟି ଫୋନ୍‌ରେ ସେଭ୍ କରିଥିଲା ​​ଓ ସେହି ବ୍ୟକ୍ତିଙ୍କ ସହିତ ମେସେଜ୍ ଓ ଭଏସ୍ ବାର୍ତ୍ତା ମାଧ୍ୟମ‌ରେ ଯୋଗାଯୋଗରେ ଥିଲା।

ସାହିଲ ତା" ଚା ଦୋକାନର ଏକ ଫଟୋ ମଧ୍ୟ ଯୋଗାଯୋଗକାରୀଙ୍କୁ ପଠାଇଥିଲା।

ଏତଲା ଆହୁରି କୁହାଯାଇଛି ଯେ, ସେହି ବ୍ୟକ୍ତି ବାରମ୍ବାର ସାହିଲକୁ ଭାରତରେ ଅଶାନ୍ତି ସୃଷ୍ଟି କରିବାକୁ କହୁଥିଲା ଓ ପିସ୍ତଲ ସହିତ ଟଙ୍କା ଯୋଗାଇବାକୁ ପ୍ରତିଶ୍ରୁତି ଦେଇଥିଲା।

ଅଭିଯୋଗରେ ଆହୁରି ଦାବି କରାଯାଇଛି ଯେ, ସାହିଲ ସମ୍ପୃକ୍ତ ବ୍ୟକ୍ତିକୁ ପଚାରିଥିଲା ଯେ, ସେ ସମାନ କାର୍ଯ୍ୟକଳାପ ପାଇଁ ଅନ୍ୟ ଲୋକଙ୍କ ସହିତ ଯୋଗାଯୋଗ କରିଛନ୍ତି କି, ଯାହାର ଉତ୍ତରରେ ବ୍ୟକ୍ତି ଜଣକ ସେ ଏପରି କରିନାହିଁ ବୋଲି କହିଥିଲା।

ପୁଲିସ ଜେରାରେ ସାହିଲ କହିଛି ଯେ, ରାଣା ଭାଇ ଆରବ ଦେଶରେ ରହୁଛି।

Red Fort Attack: ଲାଲକିଲ୍ଲା ଆତଙ୍କବାଦୀ ଆକ୍ରମଣ ପାଇଁ ଷଡ଼ଯନ୍ତ୍ର ରଚିଥିଲା ଅଲ୍-କାଏଦା: ଛୋଟ ଛୋଟ ସେଲ୍‌ଙ୍କ ଦ୍ବାରା ନେଟୱାର୍କ ବିସ୍ତାର ଏକ ବିବୃତିରେ ରାଇଚୁର ପୁଲିସ ଅଧିକ୍ଷକ ଅରୁଣାଙ୍ଗଶୁ ଗିରି କହିଛନ୍ତି, ମହମ୍ମଦ ସାହିଲର "ସାହିଲ ଭାଇ" ନାମରେ ଏକ ଇନଷ୍ଟାଗ୍ରାମ ଆକାଉଣ୍ଟ ଅଛି।

ସେ "ରାଣା ଭାଇ" ଆକାଉଣ୍ଟକୁ ଅନୁସରଣ କରୁଥିଲା ଓ ସେହି ଆକାଉଣ୍ଟରେ ଅପଲୋଡ୍ ହୋଇଥିବା କିଛି ମେସେଜ୍, ଫଟୋଗ୍ରାଫ୍ ଓ ଭିଡିଓକୁ ଲାଇକ୍, ପୋଷ୍ଟ ଓ ସେୟାର କରୁଥିବାର ଜଣାପଡ଼ିଥିଲା।" କେତେକ ମେସେଜ୍‌ ଅତ୍ୟନ୍ତ ଉତ୍ତେଜନାପୂର୍ଣ୍ଣ ଓ ଘୃଣାତ୍ମକ ଥିଲା।

ଅଧିକାରୀ କହିଛନ୍ତି ଯେ, ଆକାଉଣ୍ଟଟି ଗୋଟିଏ ସମ୍ପ୍ରଦାୟକୁ ଟାର୍ଗେଟ କରି ବିଷୟବସ୍ତୁ ପୋଷ୍ଟ କରୁଥିଲା ଓ ଦୁଇ ସମ୍ପ୍ରଦାୟ ମଧ୍ୟରେ ଉତ୍ତେଜନା ସୃଷ୍ଟି କରିବାକୁ ଚେଷ୍ଟା କରୁଥିଲା।

ପୁଲିସ "ରାଣା ଭାଇ" ଆକାଉଣ୍ଟ ଅପରେଟ କରୁଥିବା ବ୍ୟକ୍ତିର ପରିଚୟ ଜାଣିବାକୁ ତଦନ୍ତ କରୁଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।