Teacher Shortage: ଶିକ୍ଷକ ନିଯୁକ୍ତି ଦାବିରେ ଆଶ୍ରମ ସ୍କୁଲରେ ତାଲା: ଗଛ ମୂଳେ ପାଠ ପଢ଼ିଲେ ୨ ଶହରୁ ଅଧିକ ଛାତ୍ରଛାତ୍ରୀ
"ଭୋଗରାଇ: ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ୍ର ରଣସିଂହପୁର ଗାଁରେ ଆଶ୍ରମ ସ୍କୁଲରେ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି।
ଶିକ୍ଷକ ନିଯୁକ୍ତି ଦାବିରେ ସ୍କୁଲ ଗେଟ୍ରେ ତାଲା ପକାଇ ଧାରଣାରେ ବସିଛନ୍ତି ଛାତ୍ରଛାତ୍ରୀ ।
ପିଲାମାନେଗଛ ମୂଳେ ବସି ପାଠ ପଢ଼ୁଥିବା ଦେଖିବାକୁ ମିଳିଛି ।
ଏଭଳି କିଛି ପ୍ରତିବାଦ କରିଛନ୍ତି ରଣସିଂହପୁର ଗାଁରେ।
ଆଶ୍ରମ ସ୍କୁଲର ଛାତ୍ରଛାତ୍ରୀ ।
ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇ ନଥିବାରୁ ପିଲାମାନେ ଏଭଳି ପାଠ ପଢ଼ୁଥିବା ଦୃଶ୍ୟ ସାମ୍ନାକୁ ଆସିଛି ।Advertisment ରଣସିଂହପୁର ଗାଁରେ ଆଶ୍ରମ ସ୍କୁଲରେ ଆବଶ୍ୟକ ଶିକ୍ଷକ ନଥିବା ବେଳେ ଶିକ୍ଷକ ନିଯୁକ୍ତି ପାଇଁ ବାରମ୍ବାର ଦାବି ହୋଇ ଆସୁଛି ।
ଶିଶୁ ବାଟିକାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୨ ଶହରୁ ଅଧିକ ଛାତ୍ରଛାତ୍ରୀପଢ଼ୁଛନ୍ତି ।
ଏଥିପାଇଁ ୭ ଜଣ ଶିକ୍ଷକ ଆବଶ୍ୟକ ଥିବା ବେଳେ ଜଣେ ମାତ୍ର ଶିକ୍ଷକ ଅଛନ୍ତି ।
ଯେଉଁଥିପାଇଁ ପିଲାଙ୍କ ପାଠପଢ଼ାରେ ବହୁ ସମସ୍ୟା ଉପୁଜୁଛି ।
ଏ ନେଇ ଅଭିଭାବକ ମାନେ ବାରମ୍ବାର ଶିକ୍ଷା ବିଭାଗ ନିକଟରେ ଅଭିଯୋଗ କରିବା ପରେ ମଧ୍ୟ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନାହିଁ ।
ଧାରଣାରୁ ହଟିବେନି ବୋଲି ଛାତ୍ରଛାତ୍ରୀ ଓ ଅଭିଭାବକ ଚେତାବନୀ ଦେଇଛନ୍ତି ଶିକ୍ଷକ ନିଯୁକ୍ତି ଦାବିରେ ସ୍କୁଲ୍ ଗେଟ୍ରେ ତାଲା ପକାଇ ବରଗଛ ମୂଳରେ ବସିଲେ ଛାତ୍ରଛାତ୍ରୀ ।
ମାତ୍ର ଏବେ ଯାଏଁ ଶିକ୍ଷକ ନିଯୁକ୍ତି ହୋଇନାହିଁ, ଯାହାକୁ ନେଇ ଆଜି ଛାତ୍ରଛାତ୍ରୀ ଓ ଅବିଭାବକମାନେ ଧାରଣା ଦେଇଛନ୍ତି ।
ଶିକ୍ଷକ ନିଯୁକ୍ତି ନ ହେଲେ ଧାରଣାରୁ ହଟିବେନି ବୋଲି ଛାତ୍ରଛାତ୍ରୀ ଓ ଅଭିଭାବକ ଚେତାବନୀ ଦେଇଛନ୍ତି ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।